‘ସୌଭାଗ୍ୟ ଯୋଜନା ଦୁର୍ଭାଗ୍ୟରେ ପରିଣତ ହୋଇଛି’

ଭୋଗରାଇ, ୨୧।୫ (ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ପ୍ରଥମ ବୈଠକ ବ୍ଲକ ଚେୟାରମ୍ୟାନ୍‌ ପ୍ରବୀର କୁମାର ଗିରିଙ୍କ ପୌରୋହିତ୍ୟରେ କୃଷି, ସ୍ବାସ୍ଥ୍ୟ, ପାନୀୟଜଳ ଓ ବିଦ୍ୟୁତ୍‌ ସମସ୍ୟା ସମ୍ପର୍କିତ ଆଲୋଚନା ସଭାଗୃହକୁ ସରଗରମ କରିଥିଲା। ଭୋଗରାଇରେ ଚଳିତ ଖରିଫ୍‌ ଋତୁରେ ୧୭୬୬୩ ହେକ୍ଟର ଜମିରେ ଧାନ ଓ ୧୩୧୦ ଅଣ-ଧାନ ଚାଷ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ବିହନ ଧାନର କୁଇଣ୍ଟାଲ ପିଛା ୩୫ଶହ ୭ଟଙ୍କା ମୂଲ୍ୟ ବୃଦ୍ଧି ହୋଇଥିବା କୃଷି ବିଭାଗର ଅଧିକାରୀ କୁଶ ଚନ୍ଦ ନାୟକ ସୂଚନା ଦେଇଥିଲେ। ଧାନର ମୂଲ୍ୟ ବୃଦ୍ଧି ସହିତ କାଳିଆ, ବଳିଆ ଯୋଜନା ବାଟବଣା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୃଷିମାରଣ ନୀତି ବୋଲି ବିରୋଧୀ କଂଗ୍ରେସ ସଦସ୍ୟ ସନ୍ତୋଷ କୁମାର ଜେନା, ସୁମନ୍ତ କୁମାର ବେହେରା, ରାଜେନ୍ଦ୍ର ଦଳାଇ ପ୍ରମୁଖ କୃଷି ବିଭାଗକୁ ସମାଲୋଚନା କରିଥିଲେ। ସେହିପରି ଭୋଗରାଇରେ ସାଢ଼େ ୩ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ଥିବା ବେଳେ ଶ୍ରଦ୍ଧାପୁର, କଖଡ଼ା, ଜଳସୋହରିଆ, ଦହମୁଣ୍ଡା, ଭୋଗରାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ସ୍ବାସ୍ଥ୍ୟସେବା ବେହାଲ ହୋଇଥିବା ବିରୋଧୀ ସଦସ୍ୟମାନେ ସ୍ବାସ୍ଥ୍ୟ ସେବା ଉପରେ ଲୋକଙ୍କ ଭରସା ତୁଟିଛି ବୋଲି ଅଭିଯୋଗ କରିଥିଲେ। ଭୋଗରାଇ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଥିବା ବେଳେ ସେମାନେ କେହି ଆସୁ ନ ଥିବାରୁ ସ୍ବାସ୍ଥ୍ୟସେବାରେ ସମସ୍ୟା ଉପୁଜିଛି ବୋଲି ଚିକିତ୍ସାଧିକାରୀ ଡା. କମଳାକାନ୍ତ ଜେନା ସୂଚନା ଦେଇଥିଲେ। ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ସମସ୍ୟା ଦେଖାଦେଇଥିବା ଓ ମନ୍ଦାରସାହି ପଞ୍ଚାୟତରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି ବୋଲି ସରପଞ୍ଚ ମମତା ସାହୁ ଅଭିଯୋଗ କରି ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରିବାକୁ ବିଭାଗୀୟଙ୍କଠାରେ ଦାବି ରଖିଥିଲେ। ଭୋଗରାଇରେ ଅଘୋଷିତ ଘନଘନ ବିଦ୍ୟୁତ୍‌କାଟ୍‌ ସାଙ୍ଗକୁ ସୌଭାଗ୍ୟ ଯୋଜନାରେ ଲୋକଙ୍କୁ ଟାଟା କମ୍ପାନୀ ଜିଜିଆ କର ଦେବା ଭଳି ସ୍ଥିତି କରୁଥିବା ଶାସକ ଓ ବିରୋଧୀ ମିଳିତ ଭାବେ ବିଭାଗୀୟ ଅଧିକାରୀଙ୍କୁ ଘାଇଲା କରିଥିଲେ। ଭୋଗରାଇରେ ୧୬ହଜାର ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ଉପଭୋକ୍ତା ଥିବା ଦର୍ଶାଯାଇଥିବା ବେଳେ ପ୍ରକୃତ ହିତାଧିକାରୀ ବାସ୍ତବ ଚିତ୍ର ଓଲଟା ବୋଲି ବହୁ ସଦସ୍ୟ ଅଭିଯୋଗ କରିଥିଲେ। ସୌଭାଗ୍ୟ ଯୋଜନାରେ ଜିଲାରେ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା ସହ ଟାଟା କମ୍ପାନୀର ଦାଦାଗିରିରେ ବିଦ୍ୟୁତ୍‌ ଉପଭୋକ୍ତା ଅତିଷ୍ଠ ହେଲେଣି ବୋଲି ସଦସ୍ୟମାନେ କହିବା ସହିତ ସୌଭାଗ୍ୟ ଯୋଜନା ଏଣିକି ଦୁର୍ଭାଗ୍ୟ ଯୋଜନାରେ ପରିଣତ ହୋଇଛି ବୋଲି ଶାସକ ଓ ବିରୋଧୀ ବିଭାଗୀୟଙ୍କୁ ତୀବ୍ର ସମାଲୋଚନା କରିଥିଲେ ।
ଏହି ପଞ୍ଚାୟତ ସମିତି ବୈଠକରେ ଜିଲା ଯୋଜନା ବୋର୍ଡ଼ର ସଭାପତି ତଥା ବିଧାୟକ ଅନନ୍ତ ଦାସ, ବିଡିଓ ଶଙ୍କର ପଟ୍ଟନାୟକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମୀନାରାଣୀ ସାସମଲ, ଏମ୍‌ପି ପ୍ରତିନିଧି ଅଂଶୁମାନ ମହାନ୍ତି, ପଞ୍ଚାୟତ ଅଧିକାରୀଙ୍କ ସହ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ବନ୍ଧାହେଲେ କୋଟିପତି ଫରେଷ୍ଟର

ଭୁବନେଶ୍ୱର,୨୭।୧୨: କୋରାପୁଟ ଜିଲା ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri