ବେଦାନ୍ତ ପକ୍ଷରୁ ‘ସର୍ଟିଂ ହାର୍ଡ ହାଟ୍‌’ ଅଭିଯାନ

ଭୁବନେଶ୍ୱର,୧୧ା୩: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଇନ୍‌ଷ୍ଟାଗ୍ରାମ ଜରିଆରେ ଏକ ଅଭିନବ ଅଭିଯାନ ‘ସର୍ଟିଂ ହାର୍ଡ ହାଟ୍‌’ ନାମକ ଏକ ଅଗ୍‌ମେଣ୍ଟ ରିୟଲିଟି ଲିଡ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବିଶେଷକରି ଉପତ୍ାଦନ ଉଦ୍ୟୋଗ କ୍ଷେତ୍ରରେ ମହିଳା ବୃତ୍ତିଧାରୀଙ୍କୁ ଉତ୍ସାହିତ କରିବା ଲାଗି ଏଭଳି ଏକ ଅଭିଯାନର ଅୟମାରମ୍ଭ କରାଯାଇଛି। ଏପରିକି ବିଭିନ୍ନ କ୍ଷେତ୍ରରେ ଲିଙ୍ଗଗତ ସମାନତା ଉପରେ ମଧ୍ୟ ଏହା ବିଶେଷ ଗୁରୁତ୍ୱ ପ୍ରଦାନ କରୁଛି। ସେହିଭଳି ଧାତୁ ଓ ଭାରି ଇଞ୍ଜିନିୟରିଂ କ୍ଷେତ୍ରରେ ପୁରୁଷ-ମହିଳା ନିଯୁକ୍ତି ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଦେଖାଦେଇଛି। ଉକ୍ତ ଅଭିଯାନ ଜରିଆରେ ବେଦାନ୍ତର ଆଭିମୁଖ୍ୟ ଉକ୍ତ ତାରତମ୍ୟକୁ ଦୂରକରିବା ପାଇଁ ପ୍ରୟାସ କରୁଛି।
ସେହିପରି ମହିଳା ବୃତ୍ତିଜୀବୀ ତଥା ଛାତ୍ରୀମାନଙ୍କୁ ଉତ୍ପାଦନ ଉଦ୍ୟୋଗରେ ଏକ ବୃତ୍ତିଗତ ବିଷୟ ଉପରେ ବିଚାର କରିବାକୁ ଅନୁରୋଧ କରାଯାଇଥିଲା। ଏହି ଅଭିଯାନ ପ୍ରକୃତରେ ଚଳିତ ବର୍ଷର ମହିଳା ଦିବସ ଥିମ୍‌, ଡିଜିଟାଲ-ଇନୋଭେଶନ ଆଣ୍ଡ ଟେକ୍ନୋଲୋଜି ଫର୍‌ ଜେଣ୍ଡର ଇକ୍ୟୁଟିକୁ ସ୍ଥାନିତ କରିଛି। ଅପରପକ୍ଷରେ ଉତ୍ପାଦନ, ଭାରି ଇଞ୍ଜିନିୟରିଂ ଓ ଧାତୁ ଶିଳ୍ପଗୁଡ଼ିକ ଭାରତର ମେରୁଦଣ୍ଡ ହେବ ଓ ବିଶ୍ୱର ଉତ୍ପାଦନ ହବ୍‌ ହେବାକୁ ଭାରତ ଆଶା ପୋଷଣ କରେ। ଏଥିରେ ସବୁଜ ଉତ୍ପାଦନ ଓ ସେବା ସୁଯୋଗ ସୃଷ୍ଟି ସହିତ ଏହି କ୍ଷେତ୍ର ସମସ୍ତଙ୍କ ପାଇଁ ଆକର୍ଷଣୀୟ ହେବ। ଏହି ଶିଳ୍ପରେ ଅପାର କ୍ୟାରିୟର ସୁଯୋଗ ସାଙ୍ଗକୁ ଉନ୍ନତ ସ୍ବୟଂଚାଳିତ, ସ୍ମାର୍ଟ ଉତ୍ପାଦନ, ରୋବୋଟିକ୍ସ ଓ ଅନ୍ୟାନ୍ୟ ବ୍ୟାପକ ନିଯୋଜନ ସୁଯୋଗ ସୃଷ୍ଟି ହେବ।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନିୟମ ବ୍ୟବସାୟ) ରାହୁଲ ଶର୍ମା କହିଛନ୍ତି, ଆଗାମୀ ଦଶନ୍ଧି ଧାତୁ ଉପରେ ବିଶେଷ ନିର୍ଭର କରିବ। ଏଥିରେ ମାନବ ପୁଞ୍ଜିର ସର୍ବୋତ୍ତମ ଉପଯୋଗ ଲାଗି ଧାତୁ ଓ ଖଣି ଶିଳ୍ପ ଆବଶ୍ୟକ ହେବ। ଏକ ଉତ୍ତମ ଆସନ୍ତାକାଲି ପାଇଁ ଅଭିନବ ଉତ୍ପାଦ, ଚୂଡ଼ାନ୍ତ ସ୍ତରୀୟ ପ୍ରୟୋଗ ଓ ସ୍ଥାୟୀ ସମାଧାନ ପନ୍ଥା ଆବଶ୍ୟକ ରହିଛି। ଭାରତ ବିଶ୍ୱ ପାଇଁ ଏକ ମୂଲ୍ୟଯୁକ୍ତ ହବ୍‌ ଭାବେ ଉଭା ହେବା ସହ ଉତ୍ପାଦନ କ୍ଷେତ୍ରରେ ମହିଳା ବୃତ୍ତିଧାରୀଙ୍କ ଲାଗି ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri