Posted inଜାତୀୟ

ସୋରେନଙ୍କୁ ଘାରିଛି ବିଧାୟକଙ୍କ ବାଡ଼ ଡେଇଁବା ଭୟ…

ରାଞ୍ଚି,୩୦।୮ : ଝାଡଖଣ୍ଡରେ ରାଜନୈତିକ ସଙ୍କଟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ବିଧାୟକ କାଳେ ଦଳ ବାଡ଼ ଡେଇଁ ଅନ୍ୟ ଦଳରେ ମିଶିବେ ଭୟରେ ରହିଛନ୍ତି। ତେଣୁ ସେ ବିଧାୟକଙ୍କ ପଛ ଛାଡୁ ନାହାଁନ୍ତି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନ ସମସ୍ତ ବିଧାୟକ ଛତିଶଗଡର ରାଜଧାନୀ ରାୟପୁରକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଏନେଇ ଇଣ୍ଡିଗୋ ବିମାନ ପାଇଁ ମଧ୍ୟ ବୁକ କରାଯାଇଛି। ସୋରେନ ତାଙ୍କର ସମସ୍ତ ବିଧାୟକଙ୍କ ସହ ରାଞ୍ଚି ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଖୁଣ୍ଟିରେ ପହଞ୍ଚିଥିଲେ ଏବଂ ଲତରାତୁ ଡ୍ୟାମ ନିକଟ ଏକ ହ୍ରଦରେ ଡଙ୍ଗା ବୁଲୀବାକୁ ଯାଉଥିବାର ଦେଖାଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ମହାମେଣ୍ଟର ସମସ୍ତ ବିଧାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଡକାଯାଇଛି। ରାଞ୍ଚି ବିମାନବନ୍ଦରରେ ବିଧାୟକଙ୍କ ପାଇଁ ଇଣ୍ଡିଗୋର ସ୍ବତନ୍ତ୍ର ବିମାନ ପ୍ରସ୍ତୁତ ରହିଛି। ବିମାନଟି ର୍ବିସା ମୁଣ୍ଡା ବିମାନବନ୍ଦରରେ ଅପରାହ୍ନ ୫ ଟାରେ ପହଞ୍ଚିବ ।

ବରିଷ୍ଠ ଜେଏମଏମ ବିଧାୟକ ତଥା ମନ୍ତ୍ରୀ ଚମ୍ପଇ ସୋରେନ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ ବିଧାନସଭାର ସଦସ୍ୟତା ରଦ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଉଛି, ଏହା କେବଳ କଳ୍ପନାଜଳ୍ପନା କିନ୍ତୁ ତାଙ୍କ ସଦସ୍ୟତା ଏପର୍ଯ୍ୟନ୍ତ ବାତିଲ ହୋଇନାହିଁ। ଏଥିସହ ସେ କହିଛନ୍ତି ଯେ ଝାଡଖଣ୍ଡରେ ସରକାର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ କାର୍ଯ୍ୟ କରୁଛନ୍ତି। ଚମ୍ପଇ କହିଛନ୍ତି ଯେ ଆଲୋଚନା ହେଉଛି ନିର୍ବାଚନ କମିଶନଙ୍କ ନିକଟ ଚିଠି ଆସିଛି। କିନ୍ତୁ ରାଜ୍ୟପାଳ ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି। ଗଣତନ୍ତ୍ରରେ ଏହା ଲୋକଙ୍କ ପ୍ରତି ଅପମାନ। ଏକ ସ୍ଥିତି ସୃଷ୍ଟି କରାଯାଉଛି ଯେପରି ଏକ ବଡ ଘଟଣା ଘଟିବାକୁ ଯାଉଛି।

ଚମ୍ପଇ କହିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀରେ ବିଧାୟକଙ୍କ କିଣା ବିକା ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସେ କହିଛନ୍ତି ଯେ ପୂର୍ବରୁ ମଧ୍ୟ ମହାରାଷ୍ଟ୍ରରେ ଏଭଳି ଅବସ୍ଥା ଦେଖିବାକୁ ମିଳିଥିଲା। ସେ ପ୍ରଶ୍ନ କରିଛନ୍ତି ଏଭଳି ସ୍ଥିତି ସୃଷ୍ଟି କରିବାର ଉଦ୍ଦେଶ୍ୟ କ’ଣ? ଯଦି ରାଜ୍ୟପାଳଙ୍କ ନିକଟକୁ କୌଣସି ଚିଠି ଆସିଛି, ତେବେ ଏହାକୁ ସାମ୍ନାକୁ ଆଣିବା ଉଚିତ। ସମଗ୍ର ଦେଶ ଏହା ଉପରେ ନଜର ରଖିଛି। ସମସ୍ତ ବିଧାୟକଙ୍କୁ ଏକାଠି ଦେଖି ଭାଜପା ସହ୍ୟ କରିପାରୁ ନାହିଁ।

ରାଜ୍ୟକୁ ଅରାଜକତା ଅବସ୍ଥାରେ ଠେଲି ଦିଆଯାଉଛି। ହେମନ୍ତ ସୋରେନଙ୍କ ଲୋକପ୍ରିୟତାକୁ ଭାଜପା ସହ୍ୟ କରି ପାରୁନାହିଁ। କଂଗ୍ରେସ ନେତା ତଥା ମନ୍ତ୍ରୀ ବନ୍ନା ଗୁପ୍ତା ଭାଜପାର ଯୋଜନାବଦ୍ଧ ଷଡଯନ୍ତ୍ର ଆଧାରରେ ଏଭଳି କାର୍ଯ୍ୟ କରାଯାଉଛି। ଆଜିର ପରିସ୍ଥିତି ଗଣତନ୍ତ୍ରର ଏକ ଅନ୍ଧକାର ଅଧ୍ୟାୟ। ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ନିଷ୍ପତ୍ତି ଉପରେ ଏବେ ପ୍ରଶ୍ନ ଉଠିଛି। ଆମେ ଭୟ କରୁ ନାହୁଁ। ପ୍ରତ୍ୟେକ ଅନ୍ୟାୟର ପ୍ରତିଶୋଧ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri