ବ୍ରିଟେନ୍‌ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି

ନୂଆଦିଲ୍ଲୀ, ୨୩।୧୨: ଉତ୍ତରପଶ୍ଚିମ ୟୁରୋପରେ କରୋନା ଭୂତାଣୁର ଏକ ନୂଆ ରୂପ ବ୍ୟାପିବା ଫଳରେ ନିକଟରେ ବ୍ରିଟେନ ଯାତ୍ରା କରିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି। କୋଭିଡ୍‌ର ଏହି ନୂଆ ରୂପ ଦ୍ରୁତ ସଂକ୍ରମିତ ହେବା ସହ ଯୁବବର୍ଗଙ୍କୁ ଅଧିକ ପ୍ରଭାବିତ କରୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏସ୍‌ଓପିରେ ସମସ୍ତ ଅନ୍ତର୍ଜାତୀୟ ବିମାନଯାତ୍ରୀଙ୍କୁ ଗତ ୧୪ ଦିନର ଟ୍ରାଭେଲ୍‌ ହିଷ୍ଟ୍ରି ଘୋଷଣା କରି ଆତ୍ମଘୋଷିତ ଫର୍ମ ପୂରଣ କରିବାକୁ କୁହାଯାଇଛି। ଯେଉଁମାନେ ନଭେମ୍ବର ୨୫ରୁ ଡିସେମ୍ବର ୮ ମଧ୍ୟରେ ବ୍ରିଟେନରୁ ଫେରିଛନ୍ତି ସେମାନଙ୍କୁ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଇବାକୁ ହେବ। ଯଦି ରିପୋର୍ଟ ପଜିଟିଭ୍‌ ଆସେ ତେବେ ଭୂତାଣୁ ନୂଆ ରୂପର ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯିବ। ପଜିଟିଭ୍‌ ଚିହ୍ନଟ ଯାତ୍ରୀଙ୍କୁ ସମ୍ପୃକ୍ତ ରାଜ୍ୟ କର୍ତ୍ତୃପକ୍ଷ ଆନୁଷ୍ଠାନିକ ଆଇସୋଲେଶନ କେନ୍ଦ୍ରକୁ ପଠାଇବେ। ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ପଠାଯିବ ଓ ସେ ଅଲଗା ଆଇସୋଲେଶନରେ ରହିବେ।
କୋଭିଡ୍‌ର ନୂଆ ରୂପ ବ୍ରିଟେନରେ ସେପ୍ଟେମ୍ବରରୁ ଚିହ୍ନଟ ହୋଇଥିଲାବେଳେ ଭାରତରେ ଏପର୍ଯ୍ୟନ୍ତ ତାହା ଦେଖାଯାଇ ନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
ଫାଇଜର-ବାୟୋଏନ୍‌ଟେକ୍‌ କମ୍ପାନୀ ପ୍ରସ୍ତୁତ ଟିକା ବ୍ରିଟେନରେ ଚିହ୍ନଟ ହୋଇଥିବା କୋଭିଡ୍‌ ଭୂତାଣୁର ନୂଆ ଷ୍ଟ୍ରେନ୍‌ ପାଇଁ କାମ କରିବ ବୋଲି ବାୟୋଏନ୍‌ଟେକ୍‌ର ସହପ୍ରତିଷ୍ଠାତା ଉଗୁର ସାହିନ କହିଛନ୍ତି। ଆବଶ୍ୟକ ପଡ଼ିଲେ ଆଗାମୀ ୬ ସପ୍ତାହ ମଧ୍ୟରେ ଏଥିପାଇଁ ସ୍ବତନ୍ତ୍ର ଟିକା ପ୍ରସ୍ତୁତ ହୋଇପାରିବ।

୧୨ ଫେରନ୍ତାଙ୍କୁ କରୋନା

ବ୍ରିଟେନରୁ ଫେରିଥିବା ୧୨ ବିମାନ ଯାତ୍ରୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସୋମବାର ରାତିରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚତ୍ବା ୬ ଜଣ ଯାତ୍ରୀ କରୋନା ଆକ୍ରାନ୍ତ ଜଣାପଡ଼ିଛି। ସେହିପରି କୋଲକାତା ବିମାନବନ୍ଦରରେ ରବିବାର ରାତିରେ ୨ ଜଣଙ୍କଠାରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଅହମଦାବାଦ ବିମାନବନ୍ଦରରେ ୪ ଜଣ ବ୍ରିଟେନ ଫେରନ୍ତାଙ୍କଠାରେ କୋଭିଡ୍‌ ଭୂତାଣୁ ଥବା ପରୀକ୍ଷାରୁ ଜଣାପଡିଛି। ବ୍ରିଟେନରେ ଭୂତାଣୁର ଏକ ନୂଆ ରୂପ ଦ୍ରୁତ ସଂକ୍ରମଣ ହେଉଥିବାରୁ ଭାରତ ସମେତ ବିଭିନ୍ନ ଦେଶ ବିମାନ ଚଳାଚଳ ଉପରେ କଟକଣା ଲଗାଇବା ସହ ସେଠାରୁ ଫେରୁଥିବା ଯାତ୍ରୀଙ୍କ କୋଭିଡ୍‌ ପରୀକ୍ଷା କରାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri