ସେଲ୍‌ଫି ପଏଣ୍ଟ ପାଇଁ ସଜବାଜ

ଅନୁଗୋଳ ଅଫିସ, ୨୨ା୧୦: ସେଲ୍‌ଫି ଉଠାଇ ସୋସିଆଲ ମିଡିଆରେ ଛାଡ଼ିବା ଏବେ ଏକ ପ୍ରତିଯୋଗିତାରେ ପରିଣତ ହୋଇଛି। ଏହା କେବଳ ଯୁବପିଢ଼ିଙ୍କ ମଧ୍ୟରେ ଆଉ ସୀମିତ ହୋଇ ରହିନାହିଁ। ପିଲାଙ୍କଠାରୁ ପାଚିଲା ମଣିଷଙ୍କ ଯାଏ ପ୍ରାୟ ସମସ୍ତେ ଏହି ମାୟାରେ ବାୟା। ଲୋକଙ୍କ ମଧ୍ୟରେ ସେଲ୍‌ଫି ପ୍ରତି ବଢ଼ୁଥିବା ଆଗ୍ରହକୁ ଦେଖି ରାଜ୍ୟର ବିଭିନ୍ନ ସହରରେ ଏକାଧିକ ସେଲ୍‌ଫି ପଏଣ୍ଟ ପ୍ରସ୍ତୁତ କରାଯାଇଛି। ତେଣୁ ଏ କ୍ଷେତ୍ରରେ ଆଉ ପଛରେ ପଡ଼ିବାକୁ ଚାହାନ୍ତି ନାହିଁ ଅନୁଗୋଳବାସୀ। ଜିଲା ପ୍ରଶାସନ ପକ୍ଷରୁ ଶିଳ୍ପ ସହର ଅନୁଗୋଳରେ ଏପରି ବ୍ୟବସ୍ଥା କରିବାକୁ ଅନେକ ଅନୁଷ୍ଠାନ ଜିଲାପାଳଙ୍କୁ ଟୁଇଟ୍‌ କରିଛନ୍ତି। ଉତ୍ତରରେ ଜିଲାପାଳ ମଧ୍ୟ ଏଥିପାଇଁ ପ୍ରଶାସନ ସଜବାଜ ହେଉଥିବା ଜଣାଇଛନ୍ତି, ଯାହାକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି ଅନୁଗୋଳର ଯୁବପିଢ଼ି।
ଅନୁଗୋଳ ସହରର ସୌନ୍ଦର୍ଯ୍ୟକରଣ ଉପରେ ଏବେ ପ୍ରଶାସନ ଜୋର୍‌ ଦେଉଛି। ଦୀର୍ଘଦିନର ଅଳିଆ ସମସ୍ୟାର ସମାଧାନ ପାଇଁ ସହରରେ ୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ନିର୍ମାଣ କରାଯାଇଛି। ବିଭିନ୍ନ ଛକ ସ୍ଥାନରେ ଓ୍ବାଟର ଏଟିଏମ୍‌ ଲଗାଯିବାର ବ୍ୟବସ୍ଥା ହେଉଛି। ଏଲ୍‌ଇଡି ଯୋଗେ ସରକାରୀ ଯୋଜନାର ପ୍ରଚାର ପ୍ରସାର ସହ କୋଟିଏ ଟଙ୍କା ବ୍ୟୟରେ ବସ୍‌ଷ୍ଟାଣ୍ଡ ନିକଟରେ ଅତ୍ୟାଧୁନିକ ପାର୍କ ନିର୍ମାଣର ଯୋଜନା ଉପରେ ମଧ୍ୟ କାର୍ଯ୍ୟ କରାଯାଉଛି। ତେଣୁ ସହରର ଶୋଭା ବଢ଼ାଇବା ଦିଗରେ ଆଉ ପାଦେ ଆଗେଇ ବିଭିନ୍ନ ସ୍ଥାନରେ ସେଲ୍‌ଫି ପଏଣ୍ଟ ସ୍ଥାପନ କରିବାକୁ କେତେକ ଅନୁଷ୍ଠାନ ପକ୍ଷରୁ ଜିଲାପାଳଙ୍କୁ ଟୁଇଟ୍‌ ଯୋଗେ ଅନୁରୋଧ କରାଯାଇଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଉତ୍ସାହ ଏତେ ଯେ କେଉଁ କେଉଁ ସ୍ଥାନରେ ଏହି ବ୍ୟବସ୍ଥା କରାଗଲେ ସହରର ଶୋଭା ଅଧିକ ବୃଦ୍ଧି ହେବ ସେ ନେଇ ମଧ୍ୟ ପ୍ରସ୍ତାବମାନ ଦିଆଯାଇଛି। ବିଶେଷକରି ବିଜୁ ମଇଦାନ, ରାଜା ଛକ, ଇକୋ ପାର୍କ, ନାରଣସାଗର ଆଦି ସ୍ଥାନକୁ ବଛାଯାଇଛି। କଟକ, ଭୁବନେଶ୍ୱର, ରାଉରକେଲା ଓ ସମ୍ବଲପୁରରେ ସେଲ୍‌ଫି ପଏଣ୍ଟ ଥିବାରୁ ଅନୁଗୋଳରେ ଏହି କାର୍ଯ୍ୟ ଯଥାଶୀଘ୍ର କରିବାକୁ ଯୁବପିଢ଼ିଙ୍କ ପକ୍ଷରୁ ଦାବି କରାଯାଇଛି। ଏ କ୍ଷେତ୍ରରେ ତାଳଚେର ସହର ବାସିନ୍ଦା ମଧ୍ୟ ପଛରେ ପଡ଼ିନାହାନ୍ତି। ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ, ରାଜବାଟୀ, ଜଜାଙ୍କ ବନ୍ଧ, ଆଇଟିଆଇ ଛକଠାରେ ସେଲ୍‌ଫି ପଏଣ୍ଟ ପ୍ରସ୍ତୁତ କରିବାକୁ ଦାବି କରାଯାଇଛି।

 

ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରାଯାଉଛି
ସେଲ୍‌ଫି ପଏଣ୍ଟ ପାଇଁ ଯୋଜନା କରାଯାଇଛି। ଏ ନେଇ କେତେ ଅର୍ଥ ବ୍ୟୟ ହେବ ଏବଂ କେଉଁ ସ୍ଥାନକୁ ବଛାଯିବ ତାହା ପ୍ରଥମେ ସ୍ଥିର କରାଯିବ। ଆସନ୍ତା ୬ ମାସ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ ହେବ। ସହରର ବିକାଶ ପାଇଁ ଜବରଦଖଲ ହଟାଯିବା ସହ କେଉଁ ସ୍ଥାନର କିପରି ସୌନ୍ଦର୍ଯ୍ୟକରଣ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

ଲୋକଙ୍କ ମଧ୍ୟରେ ଉତ୍ସାହ ଭରିବ
ଅନୁଗୋଳ ସହରରେ ସେଲ୍‌ଫି ପଏଣ୍ଟ ପାଇଁ ପ୍ରଶାସନ ଯୋଜନା କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ଜିଲାର କେବଳ ଗୋଟିଏ ସହରରେ କରା ନ ଯାଇ ତାଳଚେର ଓ ଅନ୍ୟାନ୍ୟ ଅଞ୍ଚଳକୁ ଏଥିପାଇଁ ବଛାଗଲେ ସୌନ୍ଦର୍ଯ୍ୟ ବୃଦ୍ଧି ସହ ଏହା ସ୍ଥାନୀୟ ଲୋକଙ୍କୁ ଉତ୍ସାହିତ କରିପାରନ୍ତା।
-ଜୀବନଜ୍ୟୋତ୍ସ୍ନା ଜେନା, ତାଳଚେର

ଅଭିଜ୍ଞତା ରହିଛି, ସୁଯୋଗକୁ ଅପେକ୍ଷା
ସହରରେ ସେଲ୍‌ଫି ପଏଣ୍ଟ ପାଇଁ ଦୁଇ ବର୍ଷ ପୂର୍ବରୁ ଭାବିଥିଲି। ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ପ୍ରଶାସନକୁ ଦେଇଥିଲି। କିନ୍ତୁ କୌଣସି ଉତ୍ତର ମିଳି ନ ଥିଲା। ଏବେ ସେଲ୍‌ଫି ପଏଣ୍ଟ ପାଇଁ ଯୁବଗୋଷ୍ଠୀ ଦାବି କରିବା ଜାଣି ଖୁସି ଲାଗୁଛି। ଏହି କାର୍ଯ୍ୟରେ ପୂର୍ବରୁ ଅଭିଜ୍ଞତା ରହିଛି। ଯଦି ପ୍ରଶାସନ ସୁଯୋଗ ଦିଏ ତା’ହେଲେ ହାତର କାରିଗରି ନିଶ୍ଚିତ ଭାବେ ଦେଖାଇବି।
-ଅନିଲ ଦାଶ, ଯୁବ ଉଦ୍ୟୋଗୀ, ଅନୁଗୋଳ

ଜିଲାର ସମ୍ମାନ ବଢ଼ିବ
ସେଲ୍‌ଫି ପଏଣ୍ଟ ନିର୍ମାଣ ହେଲେ ଅନୁଗୋଳ ଅନ୍ୟ ଜିଲା ପାଇଁ ଉଦାହରଣ ପାଲଟିବ। ଜିଲାର ସମ୍ମାନ ମଧ୍ୟ ବଢ଼ିଯିବ। ଏହା ଯୁବଗୋଷ୍ଠୀଙ୍କୁ ଅଧିକ ଉତ୍ସାହିତ କରିବ। ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଏହାର ସୁଯୋଗ ନେବେ।
-ଚନ୍ଦନ କୁମାର ସାହୁ, ଅନୁଗୋଳ

ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିବ
ଅନୁଗୋଳ ଜିଲା ଶିଳ୍ପରେ ପରିପୂର୍ଣ୍ଣ। ଦେଶ ବିଦେଶରେ ଏହାର ପରିଚୟ ରହିଛି। ଦୈନିକ ବିଭିନ୍ନ କାର୍ଯ୍ୟରେ ରାଜ୍ୟ ବାହାରୁ ଲୋକେ ଏଠାକୁ ଆସୁଛନ୍ତି। ସହରରେ ଏକାଧିକ ହୋଟେଲ ରହିଛି। ତେଣୁ ଏଠାରେ ସେଲ୍‌ଫି ପଏଣ୍ଟ ନିର୍ମାଣ କରାଗଲେ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରନ୍ତା।
-ପବିତ୍ର ଭଞ୍ଜ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ, ବୌଦ୍ଧ, ଶିଖ ଧର୍ମାବଲମ୍ବୀ…

ନୂଆଦିଲ୍ଲୀ,୨୪।୩: ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି, ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

ମାନସିକ ବିକୃତ ମସ୍ତିଷ୍କ ମହିଳା ଗର୍ଭବତୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫାଣ୍ଡିରେ ଗ୍ରାମବାସୀଙ୍କ ହୋ ହାଲା

ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା…

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

୧୪.୨ କିଲୋଗ୍ରାମ ବଦଳରେ ମିଳିବ ୧୦ କିଲୋଗ୍ରାମ ଗ୍ୟାସ! ସରକାର ଦେଲେ ବଡ଼ ଅପଡେଟ୍‌

  ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ସିଧାସଳଖ ପ୍ରଭାବ ଏବେ ଭାରତର ଶକ୍ତି ସୁରକ୍ଷା ଉପରେ ପଡୁଛି। ଅଶୋଧିତ ତୈଳ ଏବଂ ଏଲପିଜିର ନିରବଚ୍ଛିନ୍ନ ଯୋଗାଣ ବାଧାପ୍ରାପ୍ତ…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri