ସୋନୁ ସୁଦଙ୍କ ଜୀବନରେ ପ୍ରଥମ ଥର ଆସିଥିଲେ ଏହି ଝିଅ: ଜାଣନ୍ତୁ ସେ କିଏ…

ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଅସହାୟ ଲୋକଙ୍କୁ ସହାଯ୍ୟ କରିବା ସହ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେ ସବୁବେଳେ ସମ୍ପର୍କରେ ରହିଥାନ୍ତି। ନିକଟରେ ଜଣେ ପ୍ରଶଂସକ ଭଗବାନଙ୍କ ଫଟୋ ନିକଟରେ ସୋନୁଙ୍କ ଫଟୋରଖି ପୂଜା କରୁଥିବା ଭିଡିଓ ସୋନୁଙ୍କୁ ଟ୍ୟାଗ୍‌ କରିଥିଲେ। ଏହାର ଉତ୍ତରରେ ସୋନୁ କହିଥିଲେ, ମୋର ସ୍ଥାନ ଏଠାରେ ନୁହେଁ, କେବଳ ଆପଣଙ୍କ ହୃଦୟରେ ରହିବା ଦରକାର। ତେବେ ସୋନୁଙ୍କ ବିଷୟରେ ପ୍ରାୟ ସମସ୍ତ ଅଳ୍ପ ବହୁତ ଜାଣନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ। ଜାଣିବା ସୋନୁଙ୍କ ପରିବାର ବିଷୟରେ…

୩୦ ଜୁଲାଇ, ୧୯୭୩ରେ ପଞ୍ଜାବର ମୋଗାରେ ଜନ୍ମଗ୍ରହଣ କରିଥିବା ସୋନୁଙ୍କ ସ୍ତ୍ରୀଙ୍କ ନାମ ହେଉଛି ସୋନାଲି ସୁଦ। ସୋନୁ ୨୫ ସେପ୍ଟେମ୍ବର ୧୯୯୬ରେ ସୋନାଲୀଙ୍କୁ ବିବାହ କରିଥିଲେ। ତାଙ୍କର ୨ ପୁଅ ଆୟାନ ଓ ଇଶାନ ଅଛନ୍ତି। ତେବେ ସୋନାଲୀ ଲାଇମ୍‌ଲାଇଟ୍‌ରୁ ସବୁବେଳେ ଦୂରରେ ରହିବାକୁ ପସନ୍ଦ କରନ୍ତି। ତେଣୁ ସର୍ବସାଧାରଣ ଇଭେଣ୍ଟରେ ତାଙ୍କୁ ବହୁତ କମ୍‌ ଦେଖିବାକୁ ମିଳିଥାଏ। ଫିଲ୍ମ ଜଗତ ସହିତ ସୋନାଲିଙ୍କର କୌଣସି ସମ୍ପର୍କ ନାହିଁ। ନାଗପୁରର ଯଶଓ୍ବନ୍ତରାଓ ଚୌହ୍ବାନ କଲେଜର ଇଞ୍ଜିନିୟରିଂ ପାଠ ପଢ଼ିବା ସମୟରେ ସୋନୁ ଏବଂ ସୋନାଲିଙ୍କ ମଧ୍ୟ ପ୍ରଥମ ସାକ୍ଷାତ ହୋଇଥିଲା। ସୋନୁ ପଞ୍ଜାବୀ ହୋଇଥିବା ବେଳେ ସୋନାଲି ତେଲୁଗୁ । ସୋନୁଙ୍କ ଜୀବନରେ ଆସିଥିବା ପ୍ରଥମ ଝିଅ ହେଉଛନ୍ତି ସୋନାଲି। ଏକଥା ନିଜେ ସୋନୁ ଏକ ସାକ୍ଷାତକାରରେ କହିଥିଲେ। ସେମାନଙ୍କ ବିବାହକୁ ୨୪ ବର୍ଷ ହେବାକୁ ଯାଉଛି। ସୋନୁଙ୍କର ୨ ଭଉଣୀ ଅଛନ୍ତି। ଜଣେ ପଞ୍ଜାବରେ ବିବାହ କରିଥିବା ବେଳେ ଅନ୍ୟ ଜଣେ ବିଦେଶରେ ବିବାହ କରିଛନ୍ତି। ସୋନୁଙ୍କ ବାପା ଶକ୍ତି ସୁଦଙ୍କର ଫେବୃୟାରୀ ୨୦୧୮ରେ ମୃତ୍ୟୁ ଘଟିଥିଲା। ଏହାର ୮ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୦ରେ ତାଙ୍କ ମା’ଙ୍କ ପରଲୋକ ଘଟିଥିଲା।
ସୋନୁ ନିଜର ଜନ୍ମଦିନ ପାଳନ କରି ନ ଥାନ୍ତି। ଏହା ପଛରେ ଏକ ବଡ଼ କାରଣ ମଧ୍ୟ ରହିଛି। ନିଜେ ସୋନୁ ଏକ ସାକ୍ଷାତକାରରେ କହିଥିଲେ ଯେ, ଯେବେଠାରୁ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଛି ତା’ ପରଠାରୁ ସେ ଆଉ ଜନ୍ମଦିନ ପାଳନ କରୁ ନାହାନ୍ତି। ବଲିଉଡ୍‌ରେ କାମ କରିବା ପୂର୍ବରୁ ସୋନୁ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରୁଥିଲେ। ୨୦୦୨ରେ ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ‘ଶହିଦ୍‌-ଏ-ଆଜମ୍‌’ ରିଲିଜ୍‌ ହୋଇଥିଲା। ପରେ ସୋନୁ କାହାଁ ହୋ ତୁମ୍‌, ଯୁବା, ଶିଶା, ଆଶିକ ବନାୟା ଆପ୍‌ନେ, ଯୋର୍ଦ୍ଧା ଅବକର, ଦବଙ୍ଗ ଆଦି ଫିଲ୍ମରେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri