ସୋନୁ ସୁଦଙ୍କର ନିର୍ମାଣ ହେଲା ମନ୍ଦିର, ଅଭିନେତା କହିଲେ ମୁଁ ଏଥିପାଇଁ ଯୋଗ୍ୟ ନୁହେଁ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ସମ୍ମାନରେ ତେଲେଙ୍ଗାନା ସୀମାରେ ଆଉ ଏକ ମନ୍ଦିର ନିର୍ମାଣ କରାଯାଇଛି । ଏହାକୁ ନେଇ ଅଭିନେତା କହିଛନ୍ତି, ମୁଁ ଏଥିପାଇଁ ସମ୍ମାନବୋଧ କରୁଛି ।
ସେଲିବ୍ରିଟି ପାପରାଜି ଭିରଲ ଭୟାନିଙ୍କ ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ସୋନୁ ସୁଦଙ୍କର ଏକ ମୂର୍ତ୍ତି ଦେଖାଯାଉଛି । ଏହା ପଛରେ ଏକ ବ୍ୟାନର ଲାଗିଛି, ଏଥିରେ ଲେଖାଯାଇଛି ଭାରତର ଅସଲି ହିରୋ ସୋନୁ ସୁଦ ମନ୍ଦିର ।
ଆଇଏଏନଏସ ସୋନୁ ସୁଦଙ୍କ ସହ ଏହି ମନ୍ଦିର ନିର୍ମାଣକୁ ନେଇ କଥା ହୋଇଛି । ସୋନୁ କହିଛନ୍ତି, ହଁ ଏବେ ଏବେ ଆଉ ଏକ ମନ୍ଦିର ନିର୍ମାଣ କରାଯାଇଥିବା ଜାଣିଲି, ଯାହା ଆନ୍ଧ୍ର ଓ ତେଲେଙ୍ଗାନା ସୀମାରେ ନିର୍ମାଣ କରାଯାଇଛି । ଏହା ହେଉଛି ଚତୁର୍ଥ ମନ୍ଦିର । ଏହା ପୂର୍ବରୁ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ଚେନ୍ନାଇରେ ଗୋଟିଏ ଲେଖାଏଁ ମନ୍ଦିର ନିର୍ମାଣ କରାଯାଇଛି ।
ସୋନୁ କହିଛନ୍ତି, ବାସ୍ତବରେ ମୁଁ ସମ୍ମାନ ବୋଧ କରୁଛି ମୋ ପାଖରେ କିଛି ଶବ୍ଦ ନାହିଁ କହିବାକୁ । ବାସ୍ତବରେ ମୁଁ ଋଣି ଯେ ସତରେ ମୋ ପ୍ରତି ଦର୍ଶକଙ୍କର ଏତେ ଭଲପାଇବା ରହିଛି । ହେଲେ ମୁଁ ଆହୁରି ମଧ୍ୟ କହୁଛି ଯେ ମୁଁ ଏଥିପାଇଁ ଯୋଗ୍ୟ ନୁହେଁ ।
ସୋନୁ କହିଛନ୍‌ି, ମୁଁ ସବୁବେଳେ ପୁସ୍ତକରେ ପଢୁଥିଲି କି ଖବରକୁ ନେଇ ଲୋକେ ବ୍ୟକ୍ତିଙ୍କୁ ଏତେ ଭଲପାଆନ୍ତି । କେବେ ଭାବି ନ ଥିଲି ମୋତେ ଏତେ ଭଲପାଇବା ମିଳିବ । ମୁଁ ସବୁ ବ୍ୟକ୍ତିଙ୍କୁ ଏଥିପାଇଁ ଧନ୍ୟବାଦ ଦେବାକୁ ଚାହୁଁଛି । ମୁଁ ସେହିମାନଙ୍କୁ କହୁଛି ଯେଉଁମାନେ ମୋର ମନ୍ଦିର ନିର୍ମାଣ କରିଛନ୍ତି, ସେମାନେ ଯଦି କିଛି ସ୍କୁଲ ଓ ହସ୍ପିଟାଲ ନିର୍ମାଣ କରିପାରନ୍ତେ, ତେବ ଏହା ଆବଶ୍ୟକ ହେଉଥିବା ଲୋକଙ୍କ କାମରେ ଲାଗିପାରନ୍ତା । ଏ ଦିଗରେ ବି ଲୋକେ ଆଗେଇ ଆସନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri