ଢିଙ୍କିକୁଟା ଚାଉଳର ବଢୁଛି ଚାହିଦା

ସୁନ୍ଦରଗଡ଼, ୯।୨(ଡି.ଏନ.ଏ.): ବର୍ତ୍ତମାନ ସମୟରେ ବଜାରରେ ଢିଙ୍କିକୁଟା ଚାଉଳର ଚାହିଦା ବଢୁଛି। ସୁନ୍ଦରଗଡ଼ ଜିଲାର ଆଦିବାସୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳ ସ୍ଥାନୀୟ ବଜାର ସହିତ ଓରମାସ ମେଳା ଆଦି ମାଧ୍ୟମରେ ଭଲ ବିକ୍ରି ହେଉଛି। ଫଳରେ ଏହା ସ୍ଥାନୀୟ ଆଦିବାସୀ ପରିବାରର ମହିଳାମାନଙ୍କ ପାଇଁ ରୋଜଗାରର ବଡ଼ ମାଧ୍ୟମ ହୋଇପାରିଛି।
ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧୀନରେ ଜିଲାର ୯ଟି ବ୍ଲକ ରହିଛି। ଏହି ବ୍ଲକଗୁଡ଼ିକ ଆଇଟିଡିଏ ପକ୍ଷରୁ ମୋଟ ୧୮ଟି ‘ବନ ଧନ ବିକାଶ କେନ୍ଦ୍ର’ ବା ଭିଡିଭିକେ ୟୁନିଟ ଗଠନ କରାଯାଇଛି। ଏହା ମାଧ୍ୟମରେ ଆଦିବାସୀ ପରିବାରର ମହିଳାମାନଙ୍କୁ ବିଭିନ୍ନ ଜୀବିକା ବିକାଶ ଲାଗି ଆର୍ଥିକ ପ୍ରୋତ୍ସାହନ ସହ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ଏହି ଭିଡିଭିକେ ୟୁନିଟଗୁଡ଼ିକ ମାଧ୍ୟମରେ ଜିଲାର ଆଦିବାସୀ ବର୍ଗର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଢିଙ୍କିକୁଟା ଚାଉଳ ଉତ୍ପାଦନ କରି ଆର୍ଥିକ ଭାବେ ସ୍ବାବଲମ୍ବୀ ହୋଇପାରିଛନ୍ତି। ବଜାରରେ ଏହି ରେଡ୍‌ ରାଇସ୍‌ ବା ପୁଷ୍ଟିଯୁକ୍ତ ଚାଉଳର ଭଲ ଚାହିଦା ରହିଛି। ଏଥିରେ ପୋଷଣ ଗୁଣ ରହିଥିବାରୁ ସାଧାରଣ ଚାଉଳଠାରୁ ଏହା ଅଧିକ ଦାମରେ ବିକ୍ରି ହେଉଛି। ପ୍ରତି ଭିଡିଭିକେ ୟୁନିଟରେ ୩୦ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ଯୋଡ଼ା ଯାଇଛି। ଫଳରେ ପ୍ରତି ୟୁନିଟ ଅଧୀନରେ ୩୦୦ରୁ ଅଧିକ ମହିଳା ସାମିଲ ହୋଇଛନ୍ତି। ଢିଙ୍କିକୁଟା ଚାଉଳ ଉତ୍ପାଦନ ପାଇଁ ପ୍ରତି ଦୁଇ ଜଣ ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଗୋଟିଏ କରି ପାରମ୍ପରିକ ଢିଙ୍କି ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ମୋଟ ୧୨୦୦ ମହିଳାଙ୍କ ପାଇଁ ୬୦୦ଟି ଢିଙ୍କି ଯୋଗାଇ ଦିଆଯାଇଛି। ଏହା ସହ ସେମାନଙ୍କୁ ଓଜନ ମାପ ଓ ପ୍ୟାକେଜିଂ ମେସିନ ମଧ୍ୟ ଦିଆଯାଉଛି।

‘ବନ ଧନ ବିକାଶ କାର୍ଯ୍ୟକ୍ରମ’ ଅଧୀନରେ ଆଇଟିଡିଏ ପକ୍ଷରୁ ଆମକୁ ଢିଙ୍କି ମିଳିଛି। ସେଥିରେ ଆମେ ଲୁସରି ଧାନକୁ କୁଟି ନାଲି ଚାଉଳ ବାହାର କରୁଛୁ। ତାହାକୁ ବିକି ଭଲ ଦି’ପଇସା ପାଉଛୁ ବୋଲି କହିଛନ୍ତି ଲେଫ୍ରିପଡ଼ା ବ୍ଲକ ସାହେବଡେରା ଗ୍ରାମରେ ଥିବା ତ୍ରିବେଣୀ ଭିଡିଭିକେ ୟୁନିଟର ସଦସ୍ୟା ଚଞ୍ଚଳା ନାଏକ। ଭିଡିଭିକେ ସଦସ୍ୟାମାନେ ଢିଙ୍କି କୁଟି ଧାନରୁ ପୁଷ୍ଟିଯୁକ୍ତ ଚାଉଳ ବାହାର କରୁଛନ୍ତି। ତାକୁ ଓଜନ ମେସିନରେ ମାପି ପରେ ତା’ର ପ୍ୟାକେଜିଂ କରୁଛନ୍ତି। ବଜାରରେ ସାଧାରଣ ଚାଉଳ ଅପେକ୍ଷା ଏହି ଢିଙ୍କିକୁଟା ଚାଉଳ କିଲୋଗ୍ରାମ ପିଛା ପ୍ରାୟ ୩ ଗୁଣା ଅଧିକ ଦରରେ ବିକ୍ରି ହେଉଛି। ଏହି ଚାଉଳ ସ୍ବାସ୍ଥ୍ୟ ପାଇଁ ଉପକାରୀ। ତେଣୁ ବଜାରରେ ଏହାର ଚାହିଦା ବଢୁଥିବାରୁ ସୁନ୍ଦରଗଡ଼ ଜିଲାର ଆଦିବାସୀ ମା’ମାନଙ୍କ ପାଇଁ ଏହା ଏକ ଭଲ ରୋଜଗାରର ବାଟ ହୋଇପାରିଛି।

ଢିଙ୍କିକୁଟା ଚାଉଳ ଉତ୍ପାଦନ କରିବା ପାଇଁ ଆମକୁ ଆଇଟିଡିଏ ପକ୍ଷରୁ ତାଲିମ ଦିଆଯାଇଛି। ଢିଙ୍କି ସହ ବିଭିନ୍ନ ମେସିନ ମଧ୍ୟ ଦିଆଯାଇଛି। ଧାନକୁ କୁଟି ନାଲି ଚାଉଳ କରିବା ପରେ ତାକୁ ପ୍ୟାକେଜିଂ କରି ଆମେ ସ୍ଥାନୀୟ ବଜାର ଓ ବିଭିନ୍ନ ମେଳାରେ ବିକୁଛୁ ବୋଲି କହିଛନ୍ତି ଭିଡିଭିକେ ୟୁନିଟର ଆଉ ଜଣେ ସଦସ୍ୟା ପୁଷ୍ପା ମାଝି। ରାଜ୍ୟରେ ବିଭିନ୍ନ ଆଦିବାସୀ କ୍ଷେତ୍ରରେ ‘ବନ ଧନ ବିକାଶ’ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ପରିବାରର ମହିଳାମାନେ ଢିଙ୍କିକୁଟା ଚାଉଳ ଉତ୍ପାଦନ ସହ ଖଲିପତ୍ର ସିଲେଇ ଏବଂ ବିଭିନ୍ନ ବନଜାତ ଦ୍ରବ୍ୟରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ନୂଆ ପ୍ରଦେଶ ପ୍ରଭାରୀ ଘୋଷଣା କଲା ଭାଜପା: ସ୍ମୃତି, ବୈଜୟନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜାଣନ୍ତୁ ଓଡ଼ିଶା ଦାୟିତ୍ୱରେ କିଏ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଦେଶ ପ୍ରଭାରୀ ଓ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?