ଢିଙ୍କିକୁଟା ଚାଉଳର ବଢୁଛି ଚାହିଦା

ସୁନ୍ଦରଗଡ଼, ୯।୨(ଡି.ଏନ.ଏ.): ବର୍ତ୍ତମାନ ସମୟରେ ବଜାରରେ ଢିଙ୍କିକୁଟା ଚାଉଳର ଚାହିଦା ବଢୁଛି। ସୁନ୍ଦରଗଡ଼ ଜିଲାର ଆଦିବାସୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳ ସ୍ଥାନୀୟ ବଜାର ସହିତ ଓରମାସ ମେଳା ଆଦି ମାଧ୍ୟମରେ ଭଲ ବିକ୍ରି ହେଉଛି। ଫଳରେ ଏହା ସ୍ଥାନୀୟ ଆଦିବାସୀ ପରିବାରର ମହିଳାମାନଙ୍କ ପାଇଁ ରୋଜଗାରର ବଡ଼ ମାଧ୍ୟମ ହୋଇପାରିଛି।
ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧୀନରେ ଜିଲାର ୯ଟି ବ୍ଲକ ରହିଛି। ଏହି ବ୍ଲକଗୁଡ଼ିକ ଆଇଟିଡିଏ ପକ୍ଷରୁ ମୋଟ ୧୮ଟି ‘ବନ ଧନ ବିକାଶ କେନ୍ଦ୍ର’ ବା ଭିଡିଭିକେ ୟୁନିଟ ଗଠନ କରାଯାଇଛି। ଏହା ମାଧ୍ୟମରେ ଆଦିବାସୀ ପରିବାରର ମହିଳାମାନଙ୍କୁ ବିଭିନ୍ନ ଜୀବିକା ବିକାଶ ଲାଗି ଆର୍ଥିକ ପ୍ରୋତ୍ସାହନ ସହ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ଏହି ଭିଡିଭିକେ ୟୁନିଟଗୁଡ଼ିକ ମାଧ୍ୟମରେ ଜିଲାର ଆଦିବାସୀ ବର୍ଗର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଢିଙ୍କିକୁଟା ଚାଉଳ ଉତ୍ପାଦନ କରି ଆର୍ଥିକ ଭାବେ ସ୍ବାବଲମ୍ବୀ ହୋଇପାରିଛନ୍ତି। ବଜାରରେ ଏହି ରେଡ୍‌ ରାଇସ୍‌ ବା ପୁଷ୍ଟିଯୁକ୍ତ ଚାଉଳର ଭଲ ଚାହିଦା ରହିଛି। ଏଥିରେ ପୋଷଣ ଗୁଣ ରହିଥିବାରୁ ସାଧାରଣ ଚାଉଳଠାରୁ ଏହା ଅଧିକ ଦାମରେ ବିକ୍ରି ହେଉଛି। ପ୍ରତି ଭିଡିଭିକେ ୟୁନିଟରେ ୩୦ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ଯୋଡ଼ା ଯାଇଛି। ଫଳରେ ପ୍ରତି ୟୁନିଟ ଅଧୀନରେ ୩୦୦ରୁ ଅଧିକ ମହିଳା ସାମିଲ ହୋଇଛନ୍ତି। ଢିଙ୍କିକୁଟା ଚାଉଳ ଉତ୍ପାଦନ ପାଇଁ ପ୍ରତି ଦୁଇ ଜଣ ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଗୋଟିଏ କରି ପାରମ୍ପରିକ ଢିଙ୍କି ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ମୋଟ ୧୨୦୦ ମହିଳାଙ୍କ ପାଇଁ ୬୦୦ଟି ଢିଙ୍କି ଯୋଗାଇ ଦିଆଯାଇଛି। ଏହା ସହ ସେମାନଙ୍କୁ ଓଜନ ମାପ ଓ ପ୍ୟାକେଜିଂ ମେସିନ ମଧ୍ୟ ଦିଆଯାଉଛି।

‘ବନ ଧନ ବିକାଶ କାର୍ଯ୍ୟକ୍ରମ’ ଅଧୀନରେ ଆଇଟିଡିଏ ପକ୍ଷରୁ ଆମକୁ ଢିଙ୍କି ମିଳିଛି। ସେଥିରେ ଆମେ ଲୁସରି ଧାନକୁ କୁଟି ନାଲି ଚାଉଳ ବାହାର କରୁଛୁ। ତାହାକୁ ବିକି ଭଲ ଦି’ପଇସା ପାଉଛୁ ବୋଲି କହିଛନ୍ତି ଲେଫ୍ରିପଡ଼ା ବ୍ଲକ ସାହେବଡେରା ଗ୍ରାମରେ ଥିବା ତ୍ରିବେଣୀ ଭିଡିଭିକେ ୟୁନିଟର ସଦସ୍ୟା ଚଞ୍ଚଳା ନାଏକ। ଭିଡିଭିକେ ସଦସ୍ୟାମାନେ ଢିଙ୍କି କୁଟି ଧାନରୁ ପୁଷ୍ଟିଯୁକ୍ତ ଚାଉଳ ବାହାର କରୁଛନ୍ତି। ତାକୁ ଓଜନ ମେସିନରେ ମାପି ପରେ ତା’ର ପ୍ୟାକେଜିଂ କରୁଛନ୍ତି। ବଜାରରେ ସାଧାରଣ ଚାଉଳ ଅପେକ୍ଷା ଏହି ଢିଙ୍କିକୁଟା ଚାଉଳ କିଲୋଗ୍ରାମ ପିଛା ପ୍ରାୟ ୩ ଗୁଣା ଅଧିକ ଦରରେ ବିକ୍ରି ହେଉଛି। ଏହି ଚାଉଳ ସ୍ବାସ୍ଥ୍ୟ ପାଇଁ ଉପକାରୀ। ତେଣୁ ବଜାରରେ ଏହାର ଚାହିଦା ବଢୁଥିବାରୁ ସୁନ୍ଦରଗଡ଼ ଜିଲାର ଆଦିବାସୀ ମା’ମାନଙ୍କ ପାଇଁ ଏହା ଏକ ଭଲ ରୋଜଗାରର ବାଟ ହୋଇପାରିଛି।

ଢିଙ୍କିକୁଟା ଚାଉଳ ଉତ୍ପାଦନ କରିବା ପାଇଁ ଆମକୁ ଆଇଟିଡିଏ ପକ୍ଷରୁ ତାଲିମ ଦିଆଯାଇଛି। ଢିଙ୍କି ସହ ବିଭିନ୍ନ ମେସିନ ମଧ୍ୟ ଦିଆଯାଇଛି। ଧାନକୁ କୁଟି ନାଲି ଚାଉଳ କରିବା ପରେ ତାକୁ ପ୍ୟାକେଜିଂ କରି ଆମେ ସ୍ଥାନୀୟ ବଜାର ଓ ବିଭିନ୍ନ ମେଳାରେ ବିକୁଛୁ ବୋଲି କହିଛନ୍ତି ଭିଡିଭିକେ ୟୁନିଟର ଆଉ ଜଣେ ସଦସ୍ୟା ପୁଷ୍ପା ମାଝି। ରାଜ୍ୟରେ ବିଭିନ୍ନ ଆଦିବାସୀ କ୍ଷେତ୍ରରେ ‘ବନ ଧନ ବିକାଶ’ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ପରିବାରର ମହିଳାମାନେ ଢିଙ୍କିକୁଟା ଚାଉଳ ଉତ୍ପାଦନ ସହ ଖଲିପତ୍ର ସିଲେଇ ଏବଂ ବିଭିନ୍ନ ବନଜାତ ଦ୍ରବ୍ୟରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri