Posted inଜାତୀୟ

ସୋନିଆଙ୍କ ଡିନର କୂଟନୀତି, ବିରୋଧୀ ନେତାଙ୍କୁ କରିବେ ନିମନ୍ତ୍ରଣ…

ନୂଆଦିଲ୍ଲୀ,୧୨।୮: ସଂସଦର ମୌସୁମୀ ଅଧିବେଶନ ହଟ୍ଟଗୋଳ ମଧ୍ୟରେ ଶେଷ ହେବା ପରେ ସୋନିଆ ଗାନ୍ଧୀ ବିରୋଧୀଙ୍କୁ ଏକଜୁଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ସୋନିଆ ବିରୋଧୀ ଦଳର ବହୁ ବଡ ନେତାଙ୍କ ସହ ଏକ ବୈଠକ କରିବାକୁ ଯୋଜନା କରିଛନ୍ତି। କୁହାଯାଉଛି ଯେ ସୋନିଆ ଗାନ୍ଧୀ ଡିନର କୂଟନୀତି ଅନ୍ତର୍ଗତ ବିରୋଧୀ ଦଳର ନେତାମାନଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିବେ। ଏଥିମଧ୍ୟରେ ମମତା ବାନାର୍ଜୀ, ଶରଦ ପାୱାର, ଉଦ୍ଧବ ଠାକରେ, ଏମ.କେ ଷ୍ଟାଲିନଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଏନେଇ ତାରିଖ ସ୍ଥିର କରାଯାଇ ନାହିଁ। ନିକଟରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ମଧ୍ୟ ତାଙ୍କ ଜନ୍ମଦିନରେ ବିରୋଧୀ ଦଳର ନେତାମାନଙ୍କୁ ନିମନ୍ତ୍ରଣ କରିଥିଲେ। ଏଥିରେ ବହୁ ନେତା ଯୋଗ ଦେଇଥିଲେ ଯେଉଁମାନେ କଂଗ୍ରେସର ଶୀର୍ଷ ନେତୃତ୍ୱକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ସୋନିଆ ଗାନ୍ଧୀଙ୍କ ଚିନ୍ତା ମଧ୍ୟ ବୃଦ୍ଧି ପାଇଛି। ତେଣୁ ବିରୋଧୀଙ୍କୁ ଏକଜୁଟ ରଖିବା ସୋନିଆଙ୍କ ପାଇଁ ଏକ ବଡ ଆହ୍ବାନ ସୃଷ୍ଟି କରିଛି।
ସଂସଦର ମୌସୁମୀ ଅଧିବେଶନରେ ବିରୋଧୀଦଳର ନେତାଙ୍କ ମଧ୍ୟରେ ଏକତା ଦେଖିବାକୁ ମିଳିଥିଲା। ବିରୋଧୀ ମଧ୍ୟ ସରକାରଙ୍କୁ ଘେରିବାରେ ସଫଳ ହୋଇଥିଲେ। ଏଭଳି ପରିସ୍ଥିତିରେ ବିରୋଧୀଙ୍କ ଏକତା ବଜାୟ ରଖିବା ପାଇଁ କଂଗ୍ରେସ ଯୋଜନା କରିଛି। ସୋନିଆ ଗାନ୍ଧୀ ନିଜେ ଏହି କାର୍ଯ୍ୟକୁ ହାତକୁ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନର ତେଲ ଉପରେ ଟ୍ରମ୍ପଙ୍କ ନଜର!

ତେହରାନ,୭।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚାଲିଥିବା ସଂଘର୍ଷର ପରିଣାମ ସ୍ବରୂପ, ଆମେରିକା ଇରାନର ତୈଳ ସମ୍ପଦ ଉପରେ ନିୟନ୍ତ୍ରଣ ନେଇପାରେ। ସେ ଏହାକୁ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ, କହିଲା ପରାଜୟ ଭୟରେ ଡରିଗଲେଣି ଟ୍ରମ୍ପ

ତେହରାନ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ତୀବ୍ରତର ହେଉଛି। ସୋମବାର (ଏପ୍ରିଲ ୬) ରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ଧମକ ଦେଇ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri