Posted inଜାତୀୟ

ମନମୋହନ ମୋର ବନ୍ଧୁ, ମାର୍ଗଦର୍ଶକ ଥିଲେ,ତାଙ୍କୁ ହରାଇବା ମୋର ବ୍ୟକ୍ତିଗତ କ୍ଷତି: ସୋନିଆ

ନୂଆଦିଲ୍ଲୀ,୨୭।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଶୁକ୍ରବାର ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏଥିରେ ଏକ ସଂକଳ୍ପ ପାରିତ ହୋଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆ ଆକାଉଣ୍ଟରେ ସୋନିଆଙ୍କ ଶୋକବାର୍ତ୍ତାକୁ ପ୍ରକାଶ କରାଯାଇଛି।

ଶୋକବାର୍ତ୍ତାରେ ସୋନିଆ କହିଛନ୍ତି, ମୋ ପାଇଁ ଡା. ମନମୋହନଙ୍କ ପରଲୋକ ବ୍ୟକ୍ତିଗତ କ୍ଷତି। ସେ ମୋର ବନ୍ଧୁ, ଦାର୍ଶନିକ ଏବଂ ମାର୍ଗଦର୍ଶକ ଥିଲେ। ସେ ତାଙ୍କ ବ୍ୟବହାରରେ ବହୁତ ବିନମ୍ର ଥିଲେ। ହେଲେ ନିଜର ବିଶ୍ୱାସରେ ଦୃଢ଼ ଥିଲେ। ତାଙ୍କୁ ହରାଇ ଆମେ ଏଭଳି ଜଣେ ନେତାଙ୍କୁ ହରାଇଛେ, ଯିଏକି ବୁଦ୍ଧିମତା, ବିନମ୍ରତାର ପ୍ରତୀକ ଥିଲେ। ସେ ହୃଦୟ ଏବଂ ମନରେ ଆମ ଦେଶର ସେବା କରିଥିଲେ। କଂଗ୍ରେସ ଦଳ ପାଇଁ ଜଣେ ଉଜ୍ୱଳ ଏବଂ ପ୍ରୀୟ ମାର୍ଗଦର୍ଶକ, ତାଙ୍କ କରୁଣା ଏବଂ ଦୂରଦର୍ଶିତା ଯୋଗୁ ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନ ବଦଳିଛି ଏବଂ ସଶକ୍ତ ହୋଇଛି ବୋଲି ସେ କହିଛନ୍ତି।

ମନମୋହନଙ୍କୁ ତାଙ୍କ ନିର୍ମଳ ହୃଦୟ ଏବଂ ଉତ୍କୃଷ୍ଟ ବୁଦ୍ଧି ପାଇଁ ଭାରତର ଲୋକେ ଭଲ ପାଇଥାନ୍ତି। ତାଙ୍କର ପରାମର୍ଶ, ଚିନ୍ତାଧାରା ଆମ ଦେଶର ରାଜନୈତିକ କ୍ଷେତ୍ରରେ ଉତ୍ସାହର ସହ ଆବଶ୍ୟକତା ପଡ଼ିଛି। ତାଙ୍କୁ ବହୁତ ସମ୍ମାନ କରାଯାଉଥିଲା। ତାଙ୍କୁ ବିଶ୍ୱର ନେତା ଏବଂ ବିଦ୍ୱାନମାନେ ସମ୍ମାନିତ ଏବଂ ପ୍ରଶଂସା କରୁଥିଲେ। ସେ ସମ୍ଭାଳିଥିବା ପ୍ରତ୍ୟେକ ଉଚ୍ଚ ପଦବୀରେ ପ୍ରତିଭା ଏବଂ ବିଶିଷ୍ଟତା ଆଣିଥିଲେ। ସେ ଭାରତକୁ ଗୌରବ ଏବଂ ସମ୍ମାନ ଦେଇଥିଲେ।

ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା, ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ତାଙ୍କର ପ୍ରତିବଦ୍ଧତା ଗଭୀର ଏବଂ ଅତୁଟ ଥିଲା। ତାଙ୍କ ସହ ସମୟ ବିତାଇବା ସମୟରେ ତାଙ୍କ ସଚ୍ଚୋଟତା ଏବଂ ନିଷ୍ଠା ଦ୍ୱାରା ପ୍ରଭାବିତ ହେଉଥିଲି। ସେ ଆମର ଜାତୀୟ ଜୀବନରେ ଏକ ଶୂନ୍ୟସ୍ଥାନ ଛାଡ଼ିଛନ୍ତି, ଯାହା କେବେ ପୂରଣ ହୋଇପାରିବ ନାହିଁ। କଂଗ୍ରେସ ଦଳରେ ଆମେ ଏବଂ ଭାରତବାସୀ ସର୍ବଦା ଗର୍ବିତ ଏବଂ କୃତଜ୍ଞ ରହିବୁ ଯେ ଆମ ପାଖରେ ଏଭଳି ଜଣେ ନେତା ଥିଲେ, ଯାହାର ଭାରତର ପ୍ରଗତି ଏବଂ ବିକାଶରେ ଅବଦାନ ଅତୁଳନୀୟ ଥିଲା ବୋଲି ସୋନିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri