Posted inଜାତୀୟ

ମନମୋହନ ମୋର ବନ୍ଧୁ, ମାର୍ଗଦର୍ଶକ ଥିଲେ,ତାଙ୍କୁ ହରାଇବା ମୋର ବ୍ୟକ୍ତିଗତ କ୍ଷତି: ସୋନିଆ

ନୂଆଦିଲ୍ଲୀ,୨୭।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଶୁକ୍ରବାର ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏଥିରେ ଏକ ସଂକଳ୍ପ ପାରିତ ହୋଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆ ଆକାଉଣ୍ଟରେ ସୋନିଆଙ୍କ ଶୋକବାର୍ତ୍ତାକୁ ପ୍ରକାଶ କରାଯାଇଛି।

ଶୋକବାର୍ତ୍ତାରେ ସୋନିଆ କହିଛନ୍ତି, ମୋ ପାଇଁ ଡା. ମନମୋହନଙ୍କ ପରଲୋକ ବ୍ୟକ୍ତିଗତ କ୍ଷତି। ସେ ମୋର ବନ୍ଧୁ, ଦାର୍ଶନିକ ଏବଂ ମାର୍ଗଦର୍ଶକ ଥିଲେ। ସେ ତାଙ୍କ ବ୍ୟବହାରରେ ବହୁତ ବିନମ୍ର ଥିଲେ। ହେଲେ ନିଜର ବିଶ୍ୱାସରେ ଦୃଢ଼ ଥିଲେ। ତାଙ୍କୁ ହରାଇ ଆମେ ଏଭଳି ଜଣେ ନେତାଙ୍କୁ ହରାଇଛେ, ଯିଏକି ବୁଦ୍ଧିମତା, ବିନମ୍ରତାର ପ୍ରତୀକ ଥିଲେ। ସେ ହୃଦୟ ଏବଂ ମନରେ ଆମ ଦେଶର ସେବା କରିଥିଲେ। କଂଗ୍ରେସ ଦଳ ପାଇଁ ଜଣେ ଉଜ୍ୱଳ ଏବଂ ପ୍ରୀୟ ମାର୍ଗଦର୍ଶକ, ତାଙ୍କ କରୁଣା ଏବଂ ଦୂରଦର୍ଶିତା ଯୋଗୁ ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନ ବଦଳିଛି ଏବଂ ସଶକ୍ତ ହୋଇଛି ବୋଲି ସେ କହିଛନ୍ତି।

ମନମୋହନଙ୍କୁ ତାଙ୍କ ନିର୍ମଳ ହୃଦୟ ଏବଂ ଉତ୍କୃଷ୍ଟ ବୁଦ୍ଧି ପାଇଁ ଭାରତର ଲୋକେ ଭଲ ପାଇଥାନ୍ତି। ତାଙ୍କର ପରାମର୍ଶ, ଚିନ୍ତାଧାରା ଆମ ଦେଶର ରାଜନୈତିକ କ୍ଷେତ୍ରରେ ଉତ୍ସାହର ସହ ଆବଶ୍ୟକତା ପଡ଼ିଛି। ତାଙ୍କୁ ବହୁତ ସମ୍ମାନ କରାଯାଉଥିଲା। ତାଙ୍କୁ ବିଶ୍ୱର ନେତା ଏବଂ ବିଦ୍ୱାନମାନେ ସମ୍ମାନିତ ଏବଂ ପ୍ରଶଂସା କରୁଥିଲେ। ସେ ସମ୍ଭାଳିଥିବା ପ୍ରତ୍ୟେକ ଉଚ୍ଚ ପଦବୀରେ ପ୍ରତିଭା ଏବଂ ବିଶିଷ୍ଟତା ଆଣିଥିଲେ। ସେ ଭାରତକୁ ଗୌରବ ଏବଂ ସମ୍ମାନ ଦେଇଥିଲେ।

ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା, ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ତାଙ୍କର ପ୍ରତିବଦ୍ଧତା ଗଭୀର ଏବଂ ଅତୁଟ ଥିଲା। ତାଙ୍କ ସହ ସମୟ ବିତାଇବା ସମୟରେ ତାଙ୍କ ସଚ୍ଚୋଟତା ଏବଂ ନିଷ୍ଠା ଦ୍ୱାରା ପ୍ରଭାବିତ ହେଉଥିଲି। ସେ ଆମର ଜାତୀୟ ଜୀବନରେ ଏକ ଶୂନ୍ୟସ୍ଥାନ ଛାଡ଼ିଛନ୍ତି, ଯାହା କେବେ ପୂରଣ ହୋଇପାରିବ ନାହିଁ। କଂଗ୍ରେସ ଦଳରେ ଆମେ ଏବଂ ଭାରତବାସୀ ସର୍ବଦା ଗର୍ବିତ ଏବଂ କୃତଜ୍ଞ ରହିବୁ ଯେ ଆମ ପାଖରେ ଏଭଳି ଜଣେ ନେତା ଥିଲେ, ଯାହାର ଭାରତର ପ୍ରଗତି ଏବଂ ବିକାଶରେ ଅବଦାନ ଅତୁଳନୀୟ ଥିଲା ବୋଲି ସୋନିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଅନୁମୋଦନ ପରେ ଯୁକ୍ତ ୨ ପାଇଁ ମିଳିଲା ଅନୁମତି: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଭଞ୍ଜନଗର,୨୧।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଉ ଏକ ଖୁସି ଖବର ପହଞ୍ଚିଛି। କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ...

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ସମର୍ପିତ ହୋଇ କାମ କରିବାକୁ ଆହ୍ବାନ

ନୂଆପଡ଼ା,୨୧ା୧ (ମକାରୁ ବେମାଲ): ନୂଆପଡ଼ା ବିଧାନସଭା କ୍ଷେତ୍ର ବିକାଶ ସମିତି ବୈଠକ ସ୍ଥାନୀୟ ସଦ୍‌ଭାବନା ସଭା ଗୃହଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ବିଧାୟକ ଜୟ...

ବିରାଟ-ରୋହିତଙ୍କ କଟିବ ଦରମା! କିଏ କେଉଁ କାଟାଗୋରୀରେ ରହିବେ? ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁରୁଷ କ୍ରିକେଟ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାକୁ ସୁଗମ କରିବାକୁ ପ୍ରସ୍ତୁତ ହେଉଛି। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri