ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗଜପତି,୨୭।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ। ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ ସୀତା ସାଗରରୁ ମିଳିଲା ଗଳିତ ଶବ। ଏହି ହତ୍ୟାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଥିବା ବେଳେ ହତ୍ୟାର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି।

ସିସିଟିଭି ଫୁଟେଜ ଓ ପାରିପାର୍ଶ୍ବିକ ସ୍ଥିତିକୁ ଆଧାର କରି ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ପାରଳାଖେମୁଣ୍ଡି ପୋଲିସ। ହତ୍ୟାର ଶିକାର ହୋଇଛନ୍ତି ନୁଆଁ କ୍ୟାମ୍ପ ସାହି ବାସିନ୍ଦା କୃଷ୍ଣ ଚନ୍ଦ୍ର ପଣ୍ଡା । ପାରଳାଖେମୁଣ୍ଡି ନୁଆଁ କାମ୍ପ ସାହି ବାସିନ୍ଦା କୃଷ୍ଣଚନ୍ଦ୍ର ପଣ୍ଡା ଗତ ୨୫ ତାରିଖଠାରୁ ଘରକୁ ନ ଆସିବାରୁ ପରିବାର ଲୋକେ ଖୋଜାଖୋଜି କରିବା ସହ ଚାରିଆଡ଼େ ପଚରାଉଚରା କରିବା ପରେ ପାରଳାଖେମୁଣ୍ଡି ଥାନାରେ ସେ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ପାରଳାଖେମୁଣ୍ଡି ପୋଲିସ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ମୋବାଇଲ ଟ୍ରାକିଂ କରି ଅନୁସନ୍ଧାନ ଆରମ୍ଭ କରିଥିଲା । ସେହି ଅଞ୍ଚଳର ସିସିଟିଭିକୁ ଆଧାର କରି ଯେଉଁ ଘରକୁ ଯାଇଥିଲେ ,ସେଠାକାର ସାହି ପଡିଶା ଓ ସ୍ଥାନୀୟ ବାସିନ୍ଦାଙ୍କ ବୟାନ ଅନୁଯାୟୀ ଗତ ୨୫ ତାରିଖ ରାତି ପରଠାରୁ ସେହି ଅଞ୍ଚଳରେ କୃଷ୍ଣ ଚନ୍ଦ୍ରଙ୍କୁ ଦେଖିବାକୁ ପାଇନଥିବା ସ୍ଥାନିତ ଲୋକେ ସୁଚନା ଦେଇଥିଲେ। ହେଲେ ଶେଷଥର ପାଇଁ ଯେଉଁ ଘରକୁ ଯାଇଥିଲେ ସେଠାରେ କୈାଣସି ବ୍ୟକ୍ତି ନାହାନ୍ତି, ଘର ଖୋଲା ପଡୀଥିବା ଦେଖିବାକୁ ପାଇଥିଲା ପୋଲିସ ।‌

ତେବେ ଗୁରୁବାରଠାରୁ ପୋଲିସ ବିଭିନ୍ନ ଦିଗକୁ ନେଇ ତା’ର ତଦନ୍ତ ଜାରି ରଖିଥିଲା ବେଳେ ଶୁକ୍ରବାର ଅପରାହ୍ନରେ ଜଙ୍ଗମ ସାହି ନିକଟସ୍ଥ ସୀତା ସାଗରରେ ଗୋଟିଏ ବସ୍ତାରେ ବନ୍ଧା ହୋଇ ପଡିଥିବା ଖବର ପାଇ ପୋଲିସ ସନ୍ଦେହରେ ଅଗ୍ନିଶମ ବିଭାଗର ସହାୟତାରେ ବସ୍ତା ଟିକୁ ବାହାର କରି ଦେଖିବା ସମୟରେ ନିଖୋଜ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ କ୍ଷତ ବିକ୍ଷତ ମୃତଦେହ ଗଳିତ ଅବସ୍ଥାରେ ପାଇଥିଲା । ତେବେ ହତ୍ୟାର କାରଣ ଏଯାବତ ଅସ୍ପଷ୍ଟ ରହିଛି। ପରିବାର ଲୋକେ ମଧ୍ୟ ହତ୍ୟାର କାରଣ କ’ଣ ହୋଇପାରେ ସଠିକ୍ ଭାବରେ କହି ପାରୁନାହାଁନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?