ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗଜପତି,୨୭।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ। ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ ସୀତା ସାଗରରୁ ମିଳିଲା ଗଳିତ ଶବ। ଏହି ହତ୍ୟାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଥିବା ବେଳେ ହତ୍ୟାର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି।

ସିସିଟିଭି ଫୁଟେଜ ଓ ପାରିପାର୍ଶ୍ବିକ ସ୍ଥିତିକୁ ଆଧାର କରି ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ପାରଳାଖେମୁଣ୍ଡି ପୋଲିସ। ହତ୍ୟାର ଶିକାର ହୋଇଛନ୍ତି ନୁଆଁ କ୍ୟାମ୍ପ ସାହି ବାସିନ୍ଦା କୃଷ୍ଣ ଚନ୍ଦ୍ର ପଣ୍ଡା । ପାରଳାଖେମୁଣ୍ଡି ନୁଆଁ କାମ୍ପ ସାହି ବାସିନ୍ଦା କୃଷ୍ଣଚନ୍ଦ୍ର ପଣ୍ଡା ଗତ ୨୫ ତାରିଖଠାରୁ ଘରକୁ ନ ଆସିବାରୁ ପରିବାର ଲୋକେ ଖୋଜାଖୋଜି କରିବା ସହ ଚାରିଆଡ଼େ ପଚରାଉଚରା କରିବା ପରେ ପାରଳାଖେମୁଣ୍ଡି ଥାନାରେ ସେ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ପାରଳାଖେମୁଣ୍ଡି ପୋଲିସ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ମୋବାଇଲ ଟ୍ରାକିଂ କରି ଅନୁସନ୍ଧାନ ଆରମ୍ଭ କରିଥିଲା । ସେହି ଅଞ୍ଚଳର ସିସିଟିଭିକୁ ଆଧାର କରି ଯେଉଁ ଘରକୁ ଯାଇଥିଲେ ,ସେଠାକାର ସାହି ପଡିଶା ଓ ସ୍ଥାନୀୟ ବାସିନ୍ଦାଙ୍କ ବୟାନ ଅନୁଯାୟୀ ଗତ ୨୫ ତାରିଖ ରାତି ପରଠାରୁ ସେହି ଅଞ୍ଚଳରେ କୃଷ୍ଣ ଚନ୍ଦ୍ରଙ୍କୁ ଦେଖିବାକୁ ପାଇନଥିବା ସ୍ଥାନିତ ଲୋକେ ସୁଚନା ଦେଇଥିଲେ। ହେଲେ ଶେଷଥର ପାଇଁ ଯେଉଁ ଘରକୁ ଯାଇଥିଲେ ସେଠାରେ କୈାଣସି ବ୍ୟକ୍ତି ନାହାନ୍ତି, ଘର ଖୋଲା ପଡୀଥିବା ଦେଖିବାକୁ ପାଇଥିଲା ପୋଲିସ ।‌

ତେବେ ଗୁରୁବାରଠାରୁ ପୋଲିସ ବିଭିନ୍ନ ଦିଗକୁ ନେଇ ତା’ର ତଦନ୍ତ ଜାରି ରଖିଥିଲା ବେଳେ ଶୁକ୍ରବାର ଅପରାହ୍ନରେ ଜଙ୍ଗମ ସାହି ନିକଟସ୍ଥ ସୀତା ସାଗରରେ ଗୋଟିଏ ବସ୍ତାରେ ବନ୍ଧା ହୋଇ ପଡିଥିବା ଖବର ପାଇ ପୋଲିସ ସନ୍ଦେହରେ ଅଗ୍ନିଶମ ବିଭାଗର ସହାୟତାରେ ବସ୍ତା ଟିକୁ ବାହାର କରି ଦେଖିବା ସମୟରେ ନିଖୋଜ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ କ୍ଷତ ବିକ୍ଷତ ମୃତଦେହ ଗଳିତ ଅବସ୍ଥାରେ ପାଇଥିଲା । ତେବେ ହତ୍ୟାର କାରଣ ଏଯାବତ ଅସ୍ପଷ୍ଟ ରହିଛି। ପରିବାର ଲୋକେ ମଧ୍ୟ ହତ୍ୟାର କାରଣ କ’ଣ ହୋଇପାରେ ସଠିକ୍ ଭାବରେ କହି ପାରୁନାହାଁନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ଓଭରବ୍ରିଜ ନିକଟରେ ପଡ଼ିଛି ମୃତଦେହ: ବଢ଼ୁଛି ସନ୍ଦେହ

କେନ୍ଦୁଝର, ୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୦ର ରାଇସୁଆଁ ରେଳ ଓଭରବ୍ରିଜ ନିକଟରୁ ସଦର ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

ରାଜରାସ୍ତାରେ ଯୁବତୀଙ୍କ ବେକରେ ଖଣ୍ଡା ଲଗାଇଲେ ଯୁବକ, ମୋତେ ବାହା ନ ହେଲେ ହାଣିଦେବି କହି…

ଡେରାବିଶ,୬ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। ଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri