Posted inଜାତୀୟ

‘ସୁପର୍‌ PM ଥିଲେ ସୋନିଆ ଗାନ୍ଧୀ’

ନୂଆଦିଲ୍ଲୀ,୧୦।୨: ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ କଂଗ୍ରେସ ଏବଂ ୟୁପିଏ ସରକାରଙ୍କୁ କଟାକ୍ଷ କରିଛନ୍ତି। କଂଗ୍ରେସ ସରକାରରେ ଥିବା ବେଳେ ଶାସନ ଦିଗହୀନ ଏବଂ ନେତୃତ୍ୱହୀନ ରହିଥିଲା। ସେତେବେଳେ ସୋନିଆ ଗାନ୍ଧୀ ‘ସୁପର ପ୍ରଧାନମନ୍ତ୍ରୀ’ ଭାବେ କାମ କରିଥିଲେ ବୋଲି ସେ କହିଛନ୍ତି। ଶୁକ୍ରବାର ଲୋକ ସଭାରେ ଶ୍ୱେତ ପତ୍ରକୁ ନେଇ ଆଲୋଚନା କାଳରେ ସିତାରମଣ ୨୦୦୪ରୁ ୨୦୧୪ ଯାଏ କଂଗ୍ରେସର ନେତୃତ୍ୱାଧିନ ୟୁପିଏ ଏବଂ ପରେ ଭାଜପାର ଏନ୍‌ଡିଏର ଅର୍ଥବ୍ୟବସ୍ଥାର ତୁଳନା କରିଛନ୍ତି।

सुपर PM थीं सोनिया गांधी', UPA सरकार पर जमकर बरसीं निर्मला सीतारमण | Jansatta

୨୦୧୩ରେ ମନମୋହନ ସିଂ ସରକାରଙ୍କ ସମୟରେ ଚିରି ଦିଆଯାଇଥିବା ଏକ ପ୍ରସ୍ତାବର ଅଧ୍ୟାଦେଶ ପ୍ରସଙ୍ଗ ଉଠାଇଥିଲେ ସିତାରମଣ। କିଭଳି ରାହୁଲ ଗାନ୍ଧି ତାକୁ ଚିରି ଦେଇଥିଲେ ବୋଲି ମନେପକାଇ ତାଙ୍କୁ ଜଣେ ଅହଂକାରୀ ବୋଲି କହିଥିଲେ। ଏପରି କରି ସେ ପ୍ରଧାନମନ୍ତ୍ରୀଙ୍କ ଅପମାନ କରିଥିଲେ ବୋଲି ମଧ୍ୟ ସେ କହିଥିଲେ।

Sonia Gandhi Acted As Super PM": Finance Minister On "Rudderless" UPA

ଅର୍ଥବ୍ୟବସ୍ଥା ଉପରେ ସୁଧାର ଆଣିବା ଲାଗି ୧୦ ବର୍ଷ ଧରି ଚେଷ୍ଟା କରାଯିବା ପରେ ଏବେ ଭାରତ ‘ଫ୍ରାଜାଇଲ ୫’ରୁ ୫ମ ସର୍ବବୃହତ ଅର୍ଥବ୍ୟବସ୍ଥା ପାଲଟିଛି। ଆଗାମୀ ଦିନରେ ଖୁବ୍‌ଶୀଘ୍ର ସେ ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବ ବୋଲି ସେ କହିଥିଲେ।

Sitharaman Blasts Congress, Says Sonia's 'Super PM' Role Was At Heart Of UPA's Economic Mismanagement - News18

ସେହିଭଳି ୟୁପିଏ ସରକାରର ଶାସନକାଳ ସମୟରେ ସମସ୍ୟା ଏବଂ କୁପ୍ରବନ୍ଧନ ନେତୃତ୍ୱର କାରଣ ଥିଲା। ସମସ୍ୟାର ମୂଳ କାରଣ ଥିଲା ନେତୃତ୍ୱ। ଦିଗହୀନ, ନେତୃତ୍ୱହୀନ ନେତୃତ୍ୱ ୟୁପିଏର ୧୦ ବର୍ଷର ଘୋଟାଲାର କେନ୍ଦ୍ର ଥିଲା। ସୋନିଆ ରାଷ୍ଟ୍ରୀୟ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଭାବେ ସୁପର ପ୍ରଧାନମନ୍ତ୍ରୀ ଥିଲେ ବୋଲି ସିତାରମଣ କହିଛନ୍ତି। ଏହି ସମୟରେ ସରକାରଙ୍କ ଦ୍ୱାରା ୭୧୦ ଫାଇଲ୍‌ ଅନୁମତି ଲାଗି ଏନ୍‌ଏସି ପାଖକୁ ପଠାଯାଇଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ରେ ବେକରେ ଲାଗିଥିଲା ଗୁଳି

ଟୋକିଓ,୨୧।୧: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର...

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି

କଟକ,୨୧ା୧: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ...

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri