Posted inଫୁରସତ

ଅନୁଭବ ବିନା ଗୀତ ଲେଖି ହୁଏନା

ପିଲାଟିଦିନରୁ ତାଙ୍କର ସଙ୍ଗୀତ ପ୍ରତି ଥିଲା ଦୁର୍ବଳତା। ସ୍କୁଲ ବୟସରୁ ରେଡିଓ ଶୁଣିବା, ସିନେମା ଦେଖିବାର ନିଶା ତାଙ୍କ ମନକୁ ସର୍ବଦା ଅଥୟ କରୁଥିଲା। ଏଥିଯୋଗୁ ଯାହା ଲେଖୁଥିଲେ ତାହାକୁ ଗୀତପରି ଗାଉଥିଲେ। ଏମିତିରେ ସେ ନବମ ଶ୍ରେଣୀରୁ ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ ଗୀତିକାର ହୋଇପାରିଥିଲେ। ପ୍ରାୟ ୫ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସାହିତ୍ୟ, ସଙ୍ଗୀତ, ବେତାର ନାଟକ ଓ ଚଳଚ୍ଚିତ୍ର ଆଦି କ୍ଷେତ୍ରରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ମଥାରେ ସିନ୍ଦୂର ଆଖିରେ କଜ୍ଜଳ ସୁନା ଗୋରୀ…, ହେ ମିତା ହେ ଲିତା, ଝୁମି ଝୁମି ନିଶାରେ ଚାଲେ ସିଏ, ଉମା ପାଇଁ ଶଙ୍କର, ଗୌରୀ ପାଇଁ ହର…ଏମିତି ଏକାଧିକ ଚଳଚ୍ଚିତ୍ର ସଙ୍ଗୀତର ସେ ଲେଖକ। ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ବିଭିନ୍ନ ଅନୁଷ୍ଠାନରୁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ ।

ସେ ହେଲେ ଲକ୍ଷ୍ମୀନାରାୟଣ ମହାନ୍ତି, ଜନ୍ମ ୧୯୫୦ ମସିହା ଜୁନ୍‌ ୨ ତାରିଖରେ। ପିତା ଖ୍ୟାତନାମା ଆଇନଜୀବୀ ବିଶ୍ୱମ୍ଭର ମହାନ୍ତି ଏବଂ ମାତା କମଳା ଦେବୀ। ଘର ଖୋର୍ଦ୍ଧା ଜିଲା ବାଳକାଟୀର ମକଦ୍ଦମ ସାହିରେ। ସେ କୁହନ୍ତି, ସ୍କୁଲ ବୟସରୁ ସଙ୍ଗୀତ ପ୍ରତି ମୋର ଅତ୍ୟନ୍ତ ଆଗ୍ରହ ଥିଲା। ଗୀତ ଶୁଣିବା, ଗାଇବା ଏବଂ ଲେଖିବାର ଆଗ୍ରହ ମୋତେ ଜଣେ ଗୀତିକାର ଭାବେ ପରିଚିତି କରାଇଛି। ଷଷ୍ଠ ଶ୍ରେଣୀରେ ପଢୁଥିଲାବେଳେ ମୋର ପ୍ରଥମ ଛନ୍ଦ କବିତା ‘ସପନ ପରୀ’ ସ୍କୁଲ ମାଗାଜିନରେ ପ୍ରକାଶ ପାଇଥିଲା ଓ ଶିକ୍ଷକମାନେ ଖୁବ୍‌ ପ୍ରଶଂସା କରିଥିଲେ। ସେବେଠାରୁ ସମସ୍ତଙ୍କର ପ୍ରେରଣା ମିଳିଆସିଛି। ନବମ ଶ୍ରେଣୀରେ ପଢିବାବେଳେ ଆକାଶବାଣୀର ପ୍ରଶ୍ନ ଉତ୍ତର ବିଭାଗକୁ ଚିଠିଲେଖି ପରାମର୍ଶ ପାଇଥିଲି। ତାପରେ ଆକାଶବାଣୀରୁ ଗୀତ ଶୁଣିଶୁଣି କିଛି ନୂଆନୂଆ ଗୀତ ଲେଖିବା ଅଭ୍ୟାସ ହୋଇଯାଇଥିଲା। ପ୍ରଥମେ ପ୍ରାୟ ପଚାଶଟି ଗୀତ ଲେଖି ଆକାଶବାଣୀ କଟକ କେନ୍ଦ୍ରକୁ ପଠାଇଥିଲି। କିଛିଦିନ ପରେ ସେଠାରୁ ଚିଠି ଆସିଥିଲା। ତା’ପରେ ୧୯୬୫ ମସିହାରେ ଆକାଶବାଣୀ କଟକ କେନ୍ଦ୍ରର ଜଣେ ସ୍ବୀକୃତିପ୍ରାପ୍ତ ଗୀତିକାର ଭାବେ ପରିଚିତ ହେଲି। ସମୟକ୍ରମେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ନୃତତ୍ତ୍ୱ ବିଭାଗରେ ସ୍ନାତକୋତ୍ତର ଏବଂ ମଧୁସୂଦନ ଆଇନ କଲେଜରୁ ଆଇନରେ ଡିଗ୍ରୀ ହାସଲ କଲି। ୧୯୭୮ମସିହାରୁ ଭୁବନେଶ୍ୱର କୋର୍ଟରେ ଓକିଲାତି ଆରମ୍ଭ କରିଥିଲି। ମୋ ଦ୍ୱାରା ରଚିତ କେତୋଟି ଗୀତରେ ପ୍ରଣବ ପଟ୍ଟନାୟକ, ମହମ୍ମଦ ସିକନ୍ଦର ଆଲାମ, ଆରତି ମିଶ୍ର, ଅତୀଶ୍‌ କୁମାର ମଜୁମଦାର, ବିଶ୍ୱନାଥ ରାଓ, ତୃପ୍ତି ଦାସ, ସୁବାସ ଦାଶ, ତପୁ ମିଶ୍ର, କୁମାର ବାପି, କରୁଣାକର, ଶଶାଙ୍କ ଶେଖର, ଇରା ମହାନ୍ତି, କ୍ଷିତୀପ୍ରକାଶ ମହାପାତ୍ର ଏବଂ ଅନନ୍ୟା ଶ୍ରୀତମ୍‌ ନନ୍ଦ ପ୍ରମୁଖ କଣ୍ଠଶିଳ୍ପୀ ଗୀତ ଗାଇଛନ୍ତି। ‘ମାଣିକ ଚଳଚ୍ଚିତ୍ର’ର ଗୀତ ‘ମଥାରେ ସିନ୍ଦୂର ଆଖିରେ କଜ୍ଜଳ ସୁନା ଗୋରୀ..’
ଗୀତକୁ କଣ୍ଠଶିଳ୍ପୀ ବାଣୀ ଜୟରାମ କଣ୍ଠଦାନ କରିଥିଲେ। ସେହିପରି ପ୍ରଣବ ପଟ୍ଟନାୟକ ଗାଇଥିବା ଏଚ୍‌.ଏମ୍‌.ଭି. ରେକର୍ଡ ଗୀତ-

‘ହେ ମିତା, ହେ ଲିତା, ଝୁମି ଝୁମି ନିଶାରେ ଚାଲେ ସିଏ..’
ପୁଣି ମହାସତୀ ସାବିତ୍ରୀ ଚଳଚ୍ଚିତ୍ରରେ ଅନୁରାଧା ପୋଡୁଓ୍ବାଲ ଗାଇଥିବା ଗୀତ ‘ଉମା ପାଇଁ ଶଙ୍କର.., ଗୌରୀ ପାଇଁ ହର’ ଗୀତ ସେତେବେଳେ ଖୁବ୍‌ ଆଦୃତ ହୋଇଥିଲା। ମୋର ମନେପଡ଼ୁଛି ଥରେ ଶାନ୍ତନୁ ମହାପାତ୍ର ମୋତେ କହିଥିଲେ ଏମିତି ଗୋଟିଏ ଗୀତ ଲେଖ ଯେମିତିକି ସେଥିରେ ଅନେକ ଝିଅଙ୍କ ନାଁ ଥିବ। ପୁଣି ଶେଷରେ ସମସ୍ତେ ଧୋକା ଦେଇ ଚାଲି ଯାଇଥିବେ। ଏଭଳି ଗୀତ ଲେଖିବାକୁ ମୋତେ ବହୁତ କଷ୍ଟ ହୋଇଥିଲା। ପ୍ରଥମେ ମୁଁ ଶହେ ଜଣ ଝିଅଙ୍କ ନାଆଁ ଲେଖିଥିଲି। ଲେଖିବା ପରେ ଦେଖିଲି ଅଧିକାଂଶ ନାଆଁ ଆମ ପରିବାର ଝିଅମାନଙ୍କର ଥିଲା। ତା’ପରେ ଗୀତଟି ଲେଖିଲି। ଗୀତଟି ଲେଖିବାବେଳେ ବେଶ୍‌ ମଜା ଲାଗିଥିଲା। ଶାନ୍ତନୁ ମହାପାତ୍ର ଓ ପ୍ରଣବ ପଟ୍ଟନାୟକଙ୍କୁ ଗୀତଟି ଖୁବ୍‌ ପସନ୍ଦ ଆସିଥିଲା । ସେହି ବର୍ଷ ମୁକ୍ତିଲାଭ କରିଥିବା ଗ୍ରାମୋଫୋନ୍‌ ରେକର୍ଡ ଭିତରୁ ମୋର ଏହି ଗୀତଟି ହେ ମିତା, ହେ ଲିତା” ପ୍ରଥମ ଗ୍ରାମୋଫୋନ୍‌ ରେକର୍ଡ ଗୀତ ଖୁବ ଲୋକପ୍ରିୟ ହୋଇଥିଲା। ତେବେ କେବଳ ଗୀତିକବିତା ନୁହେଁ, ମୋର ଅନେକ ନାଟକ ମଧ୍ୟ ଆକାଶବାଣୀରୁ ପ୍ରସାରିତ ହୋଇ ଲୋକପ୍ରିୟତା ହାସଲ କରିଥିଲା। ଦୁଇଟି ଆଧୁନିକ ଗୀତିକବିତା ସଙ୍କଳନ ଯଥା ”ମୁଁ ନୁହଁ ସେଇ ଜହ୍ନ ଓ ଅଫେରା ଫଗୁଣ“ ଏବଂ ଭକ୍ତିଗୀତ ସଙ୍କଳନ ‘କୃପାଜଳ ଦିଅ ବରଷି’ ପାଠକମାନଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇଛି। ଗୀତ ଲେଖିବା ସଙ୍ଗେସଙ୍ଗେ ଗୀତଗୁଡ଼ିକରେ ଆବଶ୍ୟକ ସ୍ବରସଂଯୋଜନା କରିବାରେ ମୋର ଅଭିଜ୍ଞତା ରହିଛି। ମୋ ଦ୍ୱାରା ରଚିତ ଏବଂ ସ୍ବର ସଂଯୋଜନାରେ ମୁକ୍ତିଲାଭ କରିଥିବା କେତେକ ଗ୍ରାମଫୋନ୍‌ ରେକର୍ଡ କ୍ୟାସେଟ୍‌ ଏବଂ ସିଡୀ ଶ୍ରୋତାମହଲରେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲା। ଏହି ସାରସ୍ବତ ସାଧନାରେ ସଫଳତା ଯୋଗୁ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛି। ତେବେ ମୋର ପରିବାର କହିଲେ ପୁଅ, ଝିଅ ଓ ପତ୍ନୀ। ହେଲେ ୨୦୧୫ରେ ମୋ ସହଧର୍ମିଣୀଙ୍କ ବିୟୋଗ ଘଟିଛି। ଶେଷରେ ଏତିକି କହିବି ଅନୁଭବ ବିନା ଗୀତ ଲେଖାଯାଇ ପାରେନା, ହୃଦୟର ଅନୁଭୂତିରୁ ଗୀତ ଲେଖିବାକୁ ଆପେଆପେ ଭାବନା ଜାଗ୍ରତ ହୋଇଥାଏ। ଗୀତକୁ ସ୍ବର, ଲୟ, ତାଳ ଓ ଛାନ୍ଦରେ କଣ୍ଠଦାନ କରାଯାଇଥାଏ। ଯାହା କଳାପ୍ରେମୀଙ୍କ ହୃଦୟକୁ ଛୁଇଁଥାଏ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri