ସୋନପୁର କଲେଜକୁ ମିଳିନି ପୂର୍ଣ୍ଣ ସରକାରୀ ମାନ୍ୟତା

ସୋନପୁର,୧୦।୩(ନି.ପ୍ର.): ସୋନପୁର କଲେଜ ସୁବର୍ଣ୍ଣପୁର ଜିଲାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ। ୧୯୬୪ ମସିହାରେ ଏହି କଲେଜ ସ୍ଥାପିତ ହୋଇଥିଲା। ଇତିମଧ୍ୟରେ ୫୯ ବର୍ଷ ବିତିଯାଇଛି। ହେଲେ ସୋନପୁର କଲେଜକୁ ନା ପୂର୍ଣ୍ଣ ସରକାରୀ ମାନ୍ୟତା ମିଳିଛି ନା ସ୍ବୟଂଶାସିତ ମାନ୍ୟତା ମିଳିଛି। ପଶ୍ଚିମ ଓଡିଶାର ଏହି ପୁରାତନ କଲେଜକୁ ପୂର୍ଣ୍ଣ ସରକାରୀ ଏବଂ ସ୍ବୟଂଶାସିତ କଲେଜ ମାନ୍ୟତା ପ୍ରଦାନ ପାଇଁ ଦାବି ହେଉଥିଲେ ମଧ୍ୟ ତାହା ଅଦ୍ୟାବଧି ପୂରଣ ହୋଇନାହିଁ। ଖ୍ୟାତି ସମ୍ପନ୍ନ ଏହି ପୁରାତନ କଲେଜର ଶିକ୍ଷାଦାନ କ୍ଷେତ୍ରରେ ପଶ୍ଚିମ ଓଡିଶାରେ ସ୍ବତନ୍ତ୍ର ପରିଚୟ ରହିଛି। ଏଠାରେ ପାଠ ପଢିବା ପାଇଁ ଛାତ୍ରୀଛାତ୍ର ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି। ସୋନପୁର କଲେଜର ଭିତ୍ତିଭୂମି ସୁଦୃଢ ରହିଛି। ସମସ୍ତ ମାନଦଣ୍ଡ ଥାଇ ବି ଏ ପର୍ଯ୍ୟନ୍ତ ପୂର୍ଣ୍ଣ ସରକାରୀ ମାନ୍ୟତା ତଥା ସ୍ବୟଂଶାସିତ ମାନ୍ୟତା ନ ମିଳିବା ଅସନ୍ତୋଷର କାରଣ ହୋଇଛି। ଏହି ଉଚ୍ଚଶିକ୍ଷାନୁଷ୍ଠାନ ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଠନ କରିଛି। ଦାବି ପୂରଣ କରାଗଲେ ଶିକ୍ଷାର ବିକାଶ ସହିତ କଲେଜର ଅଧିକ ଉନ୍ନତି ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି। କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନିର କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗ ରହିଛି। ୨ ହଜାରରୁ ଅଧିକ ଛାତ୍ରୀଛାତ୍ର ଏଠାରେ ଅଧ୍ୟୟନ କରୁଛନ୍ତି। ତେବେ ପୂର୍ଣ୍ଣ ସରକାରୀ ତଥା ସ୍ବୟଂଶାସିତ ମାନ୍ୟତା ପାଇ ନ ଥିବାରୁ କଲେଜରେ ଆବଶ୍ୟକ ଅଧ୍ୟାପକ ଓ କର୍ମଚାରୀ ପଦ ପୂରଣ ହୋଇ ପାରିନାହିଁ। ଏହି କଲେଜରୁ ପାଠ ପଢି ବିଭିନ୍ନ ଉଚ୍ଚ ପଦ ପଦବୀରେ ନିଯୁକ୍ତି ପାଇଛନ୍ତି । କଲେଜର ଭିତ୍ତିଭୂମିକୁ ଦେଖିଲେ ସବୁ ଦୃଷ୍ଟିରୁ ଏହାକୁ ପୂର୍ଣ୍ଣ ସରକାରୀ ତଥା ସ୍ବୟଂଶାସିତ ମାନ୍ୟତା ପ୍ରଦାନ କରିବା କଥା। ଇତିମଧ୍ୟରେ ବିଶ୍ୱବ୍ୟାଙ୍କ ସହାୟତାରେ ୪ କୋଟି ଟଙ୍କା ବ୍ୟୟରେ ନୂତନ ଏକାଡେମିକ ବ୍ଳକ ନିର୍ମାଣ କରାଯାଇ କଲେଜକୁ ହସ୍ତାନ୍ତର କରାଯାଇଛି। ସେହିପରି ଆନୁସଙ୍ଗିକ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ବିଶ୍ୱବ୍ୟାଙ୍କ ୧ କୋଟି ଟଙ୍କା ଦେଇଛି। ଭିତ୍ତିଭୂମିର ଉନ୍ନତି ସହିତ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢିଛି। ଏଣୁ ରାଜ୍ୟ ସରକାର ଦାବି ପୂରଣ ଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri