ସୋନମ ୱାଙ୍ଗଚୁକଙ୍କୁ ଚାରିଆଡ଼ୁ ସମର୍ଥନ: ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ…

କେନ୍ଦୁଝର,୨୦।୭(ନରେଶ ଚନ୍ଦ୍ର ପଟ୍ଟନାୟକ):ଦେଶର ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇବା ଏବଂ ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ ସଂଘର୍ଷ କରୁଥିବା ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଆଜି କେନ୍ଦୁଝରରେ ଆମ ଆଦମୀ ପାର୍ଟି ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଆମ ଆଦମୀ ପାର୍ଟି କେନ୍ଦୁଝରର ସଭାପତି ପ୍ରେମାନନ୍ଦ ସିଂହ କେନ୍ଦ୍ରର ଭାଜପା ସରକାର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରି କହିଥିଲେ ଯେ, ବାରମ୍ବାର ପ୍ରଶ୍ନପତ୍ର ଲିକ, ଶିକ୍ଷା କ୍ଷେତ୍ରରେ ଅନିୟମିତତା ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି ସରକାରଙ୍କ ଆଭିମୁଖ୍ୟ ଦେଶର ଯୁବପିଢ଼ିର ଭବିଷ୍ୟତକୁ ବିପଦରେ ପକାଉଛି। ବିଜ୍ଞାପନ ଓ ପ୍ରଚାରରେ ନୁହେଁ, ବରଂ ସ୍ବଚ୍ଛ ଏବଂ ଜବାବଦେହୀ ଶିକ୍ଷା ବ୍ୟବସ୍ଥା ଗଢ଼ିବାରେ ସରକାରର ସଫଳତା ମପାଯିବା ଉଚିତ।

ସେ ଆହୁରି କହିଥିଲେ ଯେ, ଯଦି ଶିକ୍ଷା ନୀତିରେ ସୁଧାର ଅଣାଯିବ ନାହିଁ, ପ୍ରଶ୍ନପତ୍ର ଲିକ ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ନାହିଁ ଏବଂ ଛାତ୍ରଛାତ୍ରୀଙ୍କ ସୱାର୍ଥକୁ ଅବହେଳା କରାଯିବ, ତେବେ ଆମ ଆଦମୀ ପାର୍ଟି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରି ଏକ ବ୍ୟାପକ ଗଣଆନ୍ଦୋଳନ ଆରମ୍ଭ କରିବ। ଉକ୍ତ ପ୍ରତିବାଦ ସଭା ରେ କେନ୍ଦୁଝର ଆମ ଆଦମୀ ପାର୍ଟି ର ଅରୁଣ କୁମାର ନାଏକ, ଲୁଲୁ ମହାକୁଡ଼, ସନ୍ତୋଷ ବାରିକ, ଜୈନୁଲ ଅବେଦିନ, ଦାଶରଥି ମହାନ୍ତ, ଭବାନୀ ମହାନ୍ତ, କମଳ ଲୋଚନ, ଗୋପବନ୍ଧୁ ମହାନ୍ତ, ପ୍ରଫୁଲ୍ଲ ସର୍ଦାର, ଦେବାଶିଷ ଚାନ୍ଦ, ଲିପୁ ବାରିକ, ଜିତୁ ନାଏକ, ଲୋହିତ ମହାନ୍ତଙ୍କ ସହ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ମେଘନାଦ ମାଝୀ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 

Share