ଶ୍ରୀ ହନୁମାନ-ଭୋଳାନାଥଙ୍କ ନାମକୁ ଯୋଡି ପୁଅର ନାମକରଣ କଲେ ସୋନମ, ୟୁଜର୍ସ କହିଲେ କିଛି ଶିଖନ୍ତୁ କରିନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁର ନିକଟରେ ତାଙ୍କ ପୁଅର ନାମକରଣ କରିଛନ୍ତି । ପ୍ରଶଂସକ ସୋନମଙ୍କ ପୁଅର ନାମ ଜାଣିବା ପରେ ଏବେ ସେ ଆସିଛନ୍ତି ଚର୍ଚ୍ଚାକୁ । ସୋନମ ତାଙ୍କ ପୁଅର ନାମ ବାୟୁ ରଖିଛନ୍ତି । ସୋନମ ମୁମ୍ବାଇରେ ପୁଅର ନାମକରଣ କରିଛନ୍ତି । ସେ ଏବେ ଇନଷ୍ଟାଗ୍ରାମରେ ତାଙ୍କ ଫ୍ୟାମିଲି ଫଟୋ ଶେୟାର କରିଛନ୍ତି । ଏଥିରେ ସେ ତାଙ୍କ ପୁଅର ନାମ ବାୟୁ ରଖିଥିବା ବେଳେ ଏହାର ଅର୍ଥ ବୁଝାଇଛନ୍ତି ।

ଏଥିରେ ସେ ତାଙ୍କ ପୁଅର ନାମ ବାୟୁ ରଖିଥିବା ବେଳେ ଏହାର ଅର୍ଥ ବୁଝାଇଛନ୍ତି ।
ଏଥିରେ ସେ କହିଛନ୍ତି, ହିନ୍ଦୁ ଶାସ୍ତ୍ରରେ ବାୟୁ ପଞ୍ଚତତ୍ତ୍ୱ ମଧ୍ୟରୁ ଗୋଟିଏ । ଏହା ନିଶ୍ୱାସର ଦେବତା, ହନୁମାନ, ଭୀମ ଓ ମାଧବଙ୍କର ଆଧ୍ୟାତ୍ମିକ ପିତା ଓ ବାୟୁର ଅବିଶ୍ୱନୀୟ ରୂପର ଶକ୍ତିଶାଳୀ ସ୍ୱାମି ଅଟନ୍ତି ।
ଏହାସହ ସୋନମ ଆହୁରି ମଧ୍ୟ କହିଛନ୍ତି, ପ୍ରାଣ ବାୟୁ ଅଟେ, ଯିଏ ବ୍ରହ୍ମାଣ୍ଡରେ ଜୀବନ ଓ ବୃଦ୍ଧିର ମାର୍ଗଦର୍ଶକ ଶକ୍ତି ଅଟେ । ପ୍ରାଣ, ଇନ୍ଦ୍ର, ଶିବ ଓ କାଳୀ ସମସ୍ତ ଦେବତାଙ୍କର ବାୟୁ ସହ ସମ୍ପର୍କ ରହିଛି । ଏହା ଜୀବ ମଧ୍ୟରେ ଅତି ସାଧାରଣ ଭାବେ ଜୀବନ ଦେଇପାରେ । ଯେମିତି ଏହା ଖରାପକୁ ନଷ୍ଟ କରିପାରେ । ବାୟୁକୁ ବୀର, ବାହଦୂର ଓ ମନ୍ତ୍ରମୁଗ୍ଧ କରୁଥିବା ସୁନ୍ଦର ବୋଲିି କୁହାଯାଇଥାଏ । ସୋନମଙ୍କ ଏହି ଚିନ୍ତାଧାରାକୁ ପ୍ରଶଂସକ ଖୁବ୍ ପ୍ରଶଂସା କରୁଛନ୍ତି । ଏହାସହ କରିନା କପୁରଙ୍କୁ ଏଥିରୁ କିଛି ଶିଖିବାକୁ କେତେଜଣ ୟୁଜର୍ସ କହିଥିବା ଦେଖାଯାଇଛି । ସୂଚନାଯୋଗ୍ୟ, କରିନା ତାଙ୍କ ଦୁଇ ପୁଅଙ୍କ ନାମ ତୈମୁର ଓ ଜାହାଙ୍ଗିର ରଖିଛନ୍ତି । ଏହା ମୋଗଲ ଶାସକଙ୍କ ସହ ଜଡିତ ନାମ ଯାହା ପାଇଁ କରିନା ଟ୍ରୋଲ ହେଉଛନ୍ତି । ହେଲେ ସୋନମ କପୁର ହିନ୍ଦୁ ଧର୍ମକୁ ସମ୍ମାନ କରୁଛନ୍ତି ବୋଲି କେତେଜଣ ୟୁଜର୍ସ କହିଛନ୍ତି ।
ସୂଚନାଯୋଗ୍ୟ, ସୋନମ କପୁର ଓ ଆନନ୍ଦ ଆହୁଜା ୨୦ ଅଗଷ୍ଟରେ ପ୍ୟାରେଣ୍ଟସ୍ ହୋଇଥିଲେ । ଗୋଟିଏ ଦିନ ପୂର୍ବରୁ ତାଙ୍କ ପୁଅର ୱାନ ମନ୍ଥ ଆନିଭର୍ସାରି ପାଳନ କରାଯାଇଛି । ଏହି ଅବସରରେ ସୋନମ ଇନଷ୍ଟାଗ୍ରାମରେ କେକ୍ ଓ ଆଉ କିଛି ଫଟୋ ଶେୟାର କରିଛନ୍ତି । କେକ୍‌ରେ ଲେଖାଯାଇଛି ୱାନ ମନ୍ଥ ଲଭ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri