ସୋନାଲିକା, ଶ୍ରୀନିକାଙ୍କୁ ‘ଏକଲବ୍ୟ ସମ୍ମାନ’

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଗୁରୁ-ଶିଷ୍ୟ ପରମ୍ପରା ସତରେ ନିଆରା। ଏହି ପରମ୍ପରାକୁ ଉଚ୍ଚକୋଟିର ଢଙ୍ଗରେ ଉପସ୍ଥାପନା କରିଥିଲେ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ। ଏକଲବ୍ୟ କାର୍ଯ୍ୟକ୍ରମର ପ୍ରଥମ ଉପସ୍ଥାପନାରେ ଦେଖିବାକୁ ମିଳିଥିଲା ଏକ ନୂତନ ନୃତ୍ୟ ପରମ୍ପରା। ପ୍ରଥମଥର ପାଇଁ ଜଣେ କାହାଣୀ କହୁଥିବା ବେଳେ ଜଣେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ନିଜ ଅଙ୍ଗଭଙ୍ଗୀର ପ୍ରଦର୍ଶନରେ ଆକର୍ଷିତ କରୁଥିଲେ ଉପସ୍ଥିତ ଦର୍ଶକଙ୍କୁ। ଷ୍ଟୋରି ଟେଲର ପ୍ରାଚୀ ତାରା ନିଜର ଶବ୍ଦ ଦ୍ୱାରା ଭାବମୟ ପରିବେଶ ସୃଷ୍ଟି କରିଥିବା ବେଳେ ନୃତ୍ୟଗୁରୁ ଯୋଶୀ ସେହି ଭାବକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ। ମହାଭାରତର ଏକଲବ୍ୟ ଓ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ନେଇ ପରିବେଷିତ ହୋଇଥିଲା ସାର ପ୍ରଥମ କାର୍ଯ୍ୟକ୍ରମ। ବିଶ୍ୱ ନୃତ୍ୟ ଦିବସ ଓ ଆଜାଦୀ କା ଅମୃତ୍‌ ମହୋତ୍ସବ ଉପଲକ୍ଷେ ଲାସ୍ୟକଳା ଡ୍ୟାନ୍ସ ଭିଜନ ପକ୍ଷରୁ ଶୁକ୍ରବାର ଗୁରୁଶିଷ୍ୟର ପରମ୍ପରାକୁ ନେଇ ‘ଏକଲବ୍ୟ’ କାର୍ଯ୍ୟକ୍ରମ ସୂଚନାଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ପଦ୍ମଶ୍ରୀ ଡ. ଇଲିଆନା ଚିତାରିଷ୍ଟ, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ନୃତ୍ୟଗୁରୁ ଶରତ ଦାସ ଓ ସୁହାଗ ନଳିନୀ ଦାସ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଅବକାଶରେ ଓଡ଼ିଶୀରେ ଖ୍ୟାତିଲାଭ କରିଥିବା ସୋନାଲିକା ପୁରୋହିତ ଓ ଶ୍ରୀନିକା ପୁରୋହିତଙ୍କୁ ଏକଲବ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ଶ୍ରେୟାନଭି ଯୋଶୀ ଓ ସାଇ ପ୍ରସାଦ ପଣ୍ଡା ଶ୍ରୀମନ୍ଦିରର କଥାବସ୍ତୁକୁ ନେଇ ଓଡ଼ିଶୀ ପରିବେଷଣ କରିଥିଲେ। ସେହିପରି ସୋନାଲିକା ଓ ଶ୍ରୀନିକା ଶ୍ରୀକୃଷ୍ଣଙ୍କ ଶ୍ଳୋକ, ଭକ୍ତିକୁ ନେଇ ମଧୁରାଷ୍ଟକମ୍‌ ଏବଂ ମେଘ ପଲ୍ଲବୀ ପରିବେଷଣ କରିଥିଲେ। ଅନୁଷ୍ଠାନର ସଦସ୍ୟା ସାଗରିକା ମହାନ୍ତି ଓ ଶିଷ୍ୟା ସୋନାଲ ଆଚାର୍ଯ୍ୟ ଓଡ଼ିଶୀ ସଙ୍ଗୀତର ଈଶ୍ୱର ଚନ୍ଦ୍ର ନନ୍ଦ ଚମ୍ପୂ ଉପସ୍ଥାପନା କରିଥିଲେ। ଚିନ୍ମୟୀ ମାଲ୍ଲିଆ ଓ ତୃପ୍ତିତା ପଟ୍ଟନାୟକଙ୍କ ଓଡ଼ିଆ ଅଭିନୟ ମଧୁରବଚନ ଦର୍ଶକଙ୍କ ମନକୁ ଛୁଇଁଥିଲା। ରାଗ ମେଘ ମହ୍ଲାର ଓ ମିଆଁ ମହ୍ଲାରକୁ ନେଇ ‘ବର୍ଷା’ରେ ଉଭୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜେଶ କୁମାର ଲେଙ୍କା ସ୍ବର, ତାରିଣୀ ପ୍ରସାଦ ଦାସ ପଖୌଜ, ପ୍ରଦୀପ କୁମାର ମହାରଣା ଭାଓଲିନ୍‌ ଓ ରୁଦ୍ର ପ୍ରସାଦ ପରିଡ଼ା ବଂଶୀରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri