ସୋନାକ୍ଷୀଙ୍କ ନାଁରେ ମାନହାନି ମାମଲା

ମୁମ୍ବାଇ: ବଲିଉଡ ଦବଙ୍ଗ ଗର୍ଲ ଏବେ ଅଡୁଆରେ । ନିକଟରେ ଜଣେ ଇଭେଣ୍ଟ ମ୍ୟାନେଜର ସୋନାକ୍ଷୀଙ୍କ ନାଁରେ ଏକ ଠକେଇ ମାମଲା ରୁଜୁ କରିଥିଲେ । ଏହି ମାମଲା ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ସୋନାକ୍ଷୀ ଏହାକୁ ମିଛ ବୋଲି କହିଥିଲେ । ଏବେ ସୋନାକ୍ଷୀ ତାଙ୍କର ଏହି ବୟାନକୁ ନେଇ ପୁଣିଥରେ ଅଡୁଆରେ ପଡିଯାଇଛନ୍ତି । ମୁରାଦାବାଦର ଇଭେଣ୍ଟ ମ୍ୟାନେଜର ଅଭିନେତ୍ରୀଙ୍କ ନାଁରେ ଆପତ୍ତିଜନକ ବୟାନ ଦେଇଥିବା ଅଭିଯୋଗରେ ଏସିଜେଏମ-୫ କୋର୍ଟରେ ଏକ ପ୍ରାର୍ଥନା ପତ୍ର ଦାଖଲ କରିଛନ୍ତି । ମ୍ୟ।।ନେଜର ଅଭିଯୋଗ କରିଛନ୍ତି କି ଅଭିନେତ୍ରୀ ତାଙ୍କ ବୟାନରେ ଅପଶବ୍ଦ ବ୍ୟବହାର କରିଛନ୍ତି, ଯାହା ତାଙ୍କ ଇମେଜ ଉପରେ ପ୍ରଭାବ ପକାଇଛି । ଏହି ଅଭିଯୋଗ କ୍ରମେ କୋର୍ଟ ଅଭିଯୋଗକାରୀଙ୍କ ଆବେଦନକୁ ଗ୍ରହଣ କରିବା ସହ ଏପ୍ରିଲ ୪, ୨୦୨୨ରେ ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ୩୦ ସେପ୍ଟେମ୍ବର ୨୦୧୮ରେ ଦିଲ୍ଲୀରେ ଏକ ଇଭେଣ୍ଟ ଆୟୋଜନ କରାଯାଇଥିଲା । ଏହି ଇଭେଣ୍ଟକୁ ସୋନାକ୍ଷୀ ସିହ୍ନା ଆସିବାର ଥିଲା । ଏଥିପାଇଁ ସେ ଏୟାରପ୍ଲେନ ଟିକେଟ ଓ ସମସ୍ତ ରାଶି ନେଇଯାଇଥିଲେ କିନ୍ତୁ ଇଭେଣ୍ଟକୁ ଆସି ନ ଥିଲେ । ଏହାକୁ ନେଇ ମ୍ୟାନେଜର ପ୍ରମୋଦ ଶର୍ମା କଟଘରରେ ୨୨ ଫେବୃୟାରୀ ୨୦୧୯ରେ ସୋନାକ୍ଷୀଙ୍କ ସମେତ ୫ ଜଣଙ୍କ ନାଁରେ ଠକେଇ ମାମଲା ରୁଜୁ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri