ବାଇକ୍‌ରେ ୧୦ କି.ମି. ବୋହିଲେ ମା’ଙ୍କ ମୃତଦେହ

ଭବାନୀପାଟଣା,୧୯।୧୧(ସ୍ବ.ପ୍ର.): କଳାହାଣ୍ଡିରେ ପୁଣି ମୃତଦେହକୁ ଅସମ୍ମାନ ଦେବା ଘଟଣା ଦୃଷ୍ଟିକୁ ଆସିଛି। ମା’ଙ୍କ ମୃତଦେହକୁ ବାଇକ୍‌ରେ ୧୦ କି.ମି. ବୋହିଛନ୍ତି ପୁଅ। ଏଭଳି ଅଭବାନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବେହେରାଗୁଡାରେ।

ମିଳିଥିବା ସୂଚନାନୁସାରେ, ବେହେରାଗୁଡାର କରନ ବେମାଲ ନାମକ ଜଣେ ବୃଦ୍ଧା ଧର୍ମଗଡ଼ ବ୍ଲକ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିଲା। ମା’ଙ୍କ ମୃତଦେହ ଗାଁକୁ ନେବା ଲାଗି ପୁଅ ଆମ୍ବୁଲାନ୍ସ ଓ ଶବ ବାହକ ଗାଡ଼ି ସହ ଯୋଗାଯୋଗ କରିଥିଲେ। କିନ୍ତୁ ହସ୍ପିଟାଲ ପକ୍ଷରୁ ସେପରି କିଛି ସୁବିଧା ମିଳି ନ ଥିଲା। ଫଳରେ ମୃତଦେହ ଏକ ବାଇକ୍‌ରେ ବୋହି ଗାଁକୁ ଆଣିବାକୁ ବାଧ୍ୟ ହୋଇଥିଲେ ପୁଅ।