ମା’ଙ୍କ ମୃତ୍ୟୁ ପରେ କବରସ୍ଥଳରେ ଧୂପ ଦେଇ ବସି ରହୁଥିଲେ, ମାସକ ପରେ ଜୀବନ ହାରିଲେ ପୁଅ

ସଇଁତଲା, ୭ା୨(ଡି.ଏନ.ଏ.): ମାସକ ତଳେ ରୋଗଗ୍ରସ୍ତ ହୋଇ ଆରପାରିକୁ ଚାଲି ଯାଇଥିଲେ ମା’। ମା’ଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିବା ପୁଅ ଶନିବାର ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରତିଦିନ ମା’ଙ୍କ କବରସ୍ଥଳରେ ସେ ଧୂପଦେଇ ବସି ରହୁଥିଲେ। ଶେଷରେ ମା’ଙ୍କ ଶାଢିକୁ ବେକରେ ବାନ୍ଧି ଘର ଫ୍ୟାନରେ ଝୁଲି ଜୀବନ ହାରିଥିବା ଯୁବକ ଜଣକ ହେଲେ ବଲାଙ୍ଗୀର ଜିଲା ସଇଁତଲା ଥାନା ଅନ୍ତର୍ଗତ ବେଲଗାଁ ସ୍ବାଧୀନପଡ଼ାର ଅଖତାର ମହମ୍ମଦ(୨୦)। ବେଲଗାଁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଛି।

ପୋଲିସ ସୂତ୍ରରୁ ଜଣାଯାଏ, ବେଲଗାଁ ସ୍ବାଧୀନପଡ଼ା ନିବାସୀ ରଫି ମହମ୍ମଦ ବେଲଗାଁରେ ଏକ ସାଇକେଲ ମରାମତି ଦୋକାନ କରିଛନ୍ତି। ରଫିଙ୍କ ପୁଅ ଅଖତାର ଟିଟିଲାଗଡ଼ ଡିଏଭି କଲେଜରେ ଯୁକ୍ତ୨ ବର୍ଷର ଛାତ୍ର। ରଫିଙ୍କ ସ୍ତ୍ରୀ କଲିମୁନ ବେଗମ ଗତ ଅକ୍ଟୋବର ମାସରୁ ପେଟ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପାଇଁ ଅର୍ଥ ବାଧକ ହେବାରୁ ସରକାରୀ ଅନୁଦାନ ପାଇଁ ପରିବାର ଲୋକେ ଟିଟିଲାଗଡ଼ ଉପଜିଲାପାଳଙ୍କୁ ଆର୍ଥିକ ଅନୁଦାନ ପାଇଁ ଜଣାଇଥିଲେ। ଚିକିତ୍ସା ପାଇଁ ଅଖତର ଅନେକ ଥର ମା’ଙ୍କୁ କଟକ ନେବା ଆଣିବା କରିଥିଲେ। ହେଲେ ଅର୍ଥାଭାବରୁ ଅଧିକ ଚିକିତ୍ସା କରାଇବା ସମ୍ଭବ ହେଉ ନ ଥିଲା। ଫଳରେ ମାସକ ତଳେ କଲିମୁନଙ୍କ ମୃତ୍ୟୁ ହୋଇଯାଇଥିଲା। ମା’ଙ୍କ ମୃତ୍ୟୁ ପରେ ଅଖତାରଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିଲା। କଲିମୁନଙ୍କ କବରସ୍ଥଳରେ ଅଖତାର ପ୍ରତ୍ୟହ ଧୂପକାଠି ଲଗାଇ ଚୁପ୍‌ଚାପ ବସି ରହୁଥିବା ପରିବାର ଲୋକେ କହିଛନ୍ତି। ମାନସିକ ସ୍ତରରେ ଭାଙ୍ଗିପଡ଼ିଥିବା ଅଖତାର ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ ମିନିଟରେ ନିଜ ଘରେ ଥିବା ସିଲିଂ ପଙ୍ଖାରେ ମା’ଙ୍କ ଶାଢ଼ି ବେକରେ ଦେଇ ଆମତ୍ହତ୍ୟା କରିଥିଲେ। ବାପା ରଫି ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣାର ତଦନ୍ତ କରାଯାଉଥିବା ବେଲଗାଁ ଫାଣ୍ଡି ଅଧିକାରୀ ଅନାଦି ମଟାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri