ବିଦ୍ୟୁତ୍‌ ଫାଶରେ ପଡ଼ି ପୁଅ- ପୁତୁରାଙ୍କ ଜୀବନ ଗଲା, ବାପା ଗୁରୁତର

ସୋନପୁର,୧୦।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ଅଧୀନ ସିଂହପାଲି ଅଞ୍ଚଳରେ ଏକ ଅଘଟଣ ଘଟିଛି । ବାର୍‌ହା ଶିକାର ପାଇଁ ହାତୀଲମୁଣ୍ଡା ଜଙ୍ଗଲ ପାର୍ଶ୍ୱ କ୍ଷେତରେ ବିଛା ଯାଇଥିବା ବିଦ୍ୟୁତ୍‌ ଫାଶରେ ପଡ଼ି ୨ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ବବୀନ ଡୁଙ୍ଗଡୁଙ୍ଗଙ୍କ ପୁଅ ଜିତ(୧୪) ଏବଂ ତାଙ୍କର ସମ୍ପର୍କୀୟ ପୁତୁରା ରମେଶ ବୋର୍ଡ। ଏପରିକି ନବୀନ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକଳ, ବାର୍‌ହା ଶିକାର ପାଇଁ ହାତିଲମୁଣ୍ଡା ଜଙ୍ଗଲ ପାର୍ଶ୍ୱ କ୍ଷେତରେ ଏକ ବିଦ୍ୟୁତ୍‌ ଫାଶ ବିଛା ଯାଇଥିଲା। ହେଲେ କୌଣସି କ୍ରମେ ନବୀନ ଏବଂ ତାଙ୍କ ପୁଅ ଜିତ ଓ ସମ୍ପର୍କୀୟ ପୁତୁରା ରମେଶ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଜିତ ଏବଂ ରମେଶଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ନବୀନ ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡିଛି। ଖବର ପାଇ ଉଲୁଣ୍ଡା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।