ବଚସା ହେଲା କାଳ….ମଦ ନିଶାରେ ବାପାଙ୍କୁ ଶାବଳରେ ଭୁଷି ହତ୍ୟା କଲେ ପୁଅ

ପାଟଣା,୮ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦିଗ ପଶି ଗ୍ରାମରେ ଛାତିଥରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ରବିବାର ବିଳମ୍ୱିତ ରାତିରେ ପୁଅ ଉଦ୍ଧବ ନାଏକ ବାପା ଧ୍ରୁବ ନାଏକଙ୍କୁ ଶାବଳରେ ଭୁଷି ହତ୍ୟା କରିଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ, ରାତିରେ ପରିବାରରେ କୌଣସି କାରଣରୁ ବଚସା ହୋଇଥିଲା । ବଚସା ଉଗ୍ର ରୂପ ନେବା ପରେ ମଦ ନିଶାରେ ପୁଅ ଏହି ଘଟଣା ଘଟାଇଛି । ଅଭିଯୁକ୍ତ ପୁଅ ଉଦ୍ଧବ ନାଏକଙ୍କୁ ପାଟଣା ଥାନା ପୋଲିସ ଅଟକ ରଖି ତଦନ୍ତ ଜାରି ରହିଛି । ଘଟଣାସ୍ଥଳରେ ପାଟଣା ଥାନା ଅଧିକାରୀ କିରଣ ପ୍ରାସାଦ ସାହୁ, ସାହାର ପଡା ଫାଣ୍ଡି ଅଧିକାରୀ ପାତ୍ର ଓରାମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Dharitri – Odisha’s No.1 Odia Daily

Share
Tags: patana news