Posted inରାଜ୍ୟ

ମା’, ବାପାଙ୍କୁ ପନିକିରେ ହାଣି ହତ୍ୟା କଲା ପୁଅ

ନୂଆଗାଁ, ୨୫।୧୨ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଖୁଣ୍ଟଗାଁ ପଞ୍ଚାୟତ ଅନ୍ତର୍ଗତ ବିଶପୁର ଗ୍ରାମରେ ଶୁକ୍ରବାର ଘଟିଛି ଅଭାବନୀୟ ଘଟଣା । ସାନପୁଅର ବିବାହ ଲାଗି ଜମି ବିକ୍ରି କଥା କହିବାରୁ ବଡ଼ପୁଅ ପନିକିରେ ମା’ବାପାଙ୍କୁ ହାଣି ହତ୍ୟା କରିଛି। ମୃତକମାନେ ହେଲେ ମୋନବଧ ସିଂ (୬୫) ଓ ତାଙ୍କ ସ୍ତ୍ରୀ ଲୀଲା ସିଂ (୬୦)। ବଡ଼ପୁଅ ଜୟ ସିଂଙ୍କୁ ପୋଲିସ ଗିରଫ କରିଛି।
ବିଶପୁର ଗ୍ରାମର ମୁଳବାସିନ୍ଦା ମୋନବଧ ସପରିବାର ରହନ୍ତି। ଜୟ ଓ ସାନପୁଅ ସୁନୀଲ ମଧ୍ୟ ମା’ବାପାଙ୍କ ସହ ରହନ୍ତି। ଜୟ ବିବାହିତ। ସୁନୀଲ ଥିଲେ ଅବିବାହିତ। ସୁନୀଲଙ୍କ ବିବାହ ପାଇଁ କୁଆଡେ ଝିଅ ଖୋଜା ଚାଲିଥିଲା। ସେପଟେ ଜୟ ଅଧିକାଂଶ ସମୟରେ ବାହାର ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ମଝିରେ ମଝିରେ ବିଶପୁରସ୍ଥିତ ନିଜ ଗାଁକୁ ଆସୁଥିଲେ। କିଛି ମାସ ପୂର୍ବରୁ ଜୟ ଗାଁକୁ ଫେରିଥିଲେ। ଏହି ସମୟରେ ସୁନୀଲଙ୍କ ବିବାହ କଥା ତାଙ୍କ ମା’ ଲୀଲା ଉଠାଇ ଥିଲେ। ସୁନୀଲଙ୍କ ବିବାହ ପାଇଁ ଜମି ବିକିବା ପାଇଁ ଘରେ ଆଲୋଚନା ଚାଲିଥିଲା। ଏହି ସମୟରେ ପରିବାର ମଧ୍ୟରେ କିଛି ଅସନ୍ତୋଷ ଦେଖା ଦେଇଥିଲା। ଶୁକ୍ରବାର ସକାଳେ ମଧ୍ୟ ଅନୁରୂପ ଭାବେ ଜମି ବିକାକୁ ନେଇ ଲୀଳା ଘରେ ଆଲୋଚନା କରୁଥିବାବେଳେ ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ ପୁଅ ଜୟ ମା’ ଓ ବାପାଙ୍କୁ ପନିକି ଓ ଶିଳପୁଆରେ ଆକ୍ରମଣ କରିଥିଲେ। ଏଥିରେ ମା’ ଓ ବାପା ଉଭୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ଘଟଣା ସ୍ଥଳରେ ହିଁ ପ୍ରଚୁର ରକ୍ତସ୍ରାବ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିଲା। ଜୟଙ୍କ ଉଗ୍ରରୂପ ଦେଖି ଘରେ ଥିବା ତାଙ୍କ ସ୍ତ୍ରୀ ଭୟଭୀତ ହୋଇ ପଡିଥିଲେ। ଘଟଣାସ୍ଥଳକୁ ଯାଇ ଜୟଙ୍କୁ ବାରଣ କରିଥିଲେ। ଜୟ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ତାଙ୍କ ହାତରେ ଗଭୀର କ୍ଷତ ହୋଇଥିବା କୁହାଯାଉଛି। ଘଟଣା ସମୟରେ ସୁନୀଲ ଘରେ ନ ଥିଲେ।
ଖବରପାଇ ବିଶ୍ରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାରେ ବ୍ୟବହୃତ ପନିକି, ଶିଳପୁଆ ଆଦିକୁ ଜବତ କରିଛି। ଏ ନେଇ ବିଶ୍ରା ଥାନାରେ ଏକ ହତ୍ୟା ମାମଲା (ନଂ. ୧୬୪/୨୦) ରୁଜୁ ହୋଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଦଳ ମଧ୍ୟ ପହଞ୍ଚତ୍ ତଦନ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri