Categories: ରାଜ୍ୟ

ବାପାଙ୍କ ଏକାଦଶାହରେ ଚାଲିଗଲା ପୁଅ

ନିଶ୍ଚିନ୍ତକୋଇଲି,୧୮ା୫(ସ୍ବ.ପ୍ର.)-
କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛିି। ବାପାଙ୍କ ଏକାଦଶାହରେ ପୁଅର ମୃତ୍ୟୁ ଘଟିଛି। ସେ ହେଲେ ରାଜେଶ ନାୟକ(୩୫)। ଗତ ୮ ତାରିଖରେ ତାଙ୍କ ବାପା କୁଳମଣି ନାୟକ(୫୫)ଙ୍କ ମୃତ୍ୟୁ ଘଟିଥିଲା। ଉଭୟ ବାପା ଓ ପୁଅ କରୋନାରେ ଆକ୍ରାନ୍ତ ଥିଲେ।

ସୂଚନାଯୋଗ୍ୟ, କୁଳମଣିଙ୍କ ପରିବାର ସୁଦୂର କୋଲକାତାରେ ରହୁଥିଲେ। କରୋନା ମହାମାରୀ ସମୟରେ ସେ ସପରିବାର ଗାଁକୁ ଫେରି ଆସିଥିଲେ। ଗାଁରେ କିଛି ଦିନ ରହିବା ପରେ କୁଳମଣି କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ କଟକସ୍ଥିତ ଏକ କୋଭିଡ୍‌ ହସ୍ପିିଟାଲରେ ଭର୍ତ୍ତି କରାଯାଇଥିଲା। ଅପରପକ୍ଷେ ପୁଅ ରାଜେଶ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ୩ ଦିନ ପୂର୍ବେ ଉକ୍ତ ହସ୍ପିଟାଲରେ ଭର୍ତ୍ତିି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ କୁଳମଣିଙ୍କ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ବାପାଙ୍କ ଏକାଦଶାହ କର୍ମ ଚାଲିଥିବା ବେଳେ ରାଜେଶଙ୍କ ମୃତ୍ୟୁ ଘଟିଛି। ଏହି ଖବର ଜଣାପଡ଼ିବା ପରେ ଗ୍ରାମରେ ଖେଳିଯାଇଛି ଶୋକର ଛାୟା। ମୃତକଙ୍କ ପରିବାରର ଏକାଧିକ ବ୍ୟକ୍ତି ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବାରୁ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି। ଏହାକୁ ମିଶାଇ ବ୍ଲକରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚତ୍ଛି।