Categories: ରାଜ୍ୟ

ମା’ଙ୍କ ଚାପୁଡ଼ାରେ ଗଲା ପୁଅର ଜୀବନ

କବିସୂର୍ଯ୍ୟନଗର,୬ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ଚାପୁଡ଼ାରେ ୨ ବର୍ଷୀୟ ଶିଶୁପୁତ୍ରର ଜୀବନ ଯାଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି। ପରିବାର ଲୋକଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ପୋଲିସ ପକ୍ଷରୁ କହାଯାଇଛି।

ସ୍ବାମୀ ବାହାର ରାଜ୍ୟରେ କାମ କରୁଥିବାରୁ ମହିଳା ଜଣକ ୨ବର୍ଷର ଶିଶୁ ପୁତ୍ରକୁ ନେଇ ନିଜ ବାପ ଘରେ ରହୁଥିଲେ। ୩ ଦିନ ତଳେ ସେ ପୁଅକୁ ଖୁଆଉଥିଲେ। ଖାଇବା ବେଳେ କୌଣସି କାରଣରୁ ଶିଶୁପୁତ୍ରଟିୁ ଜିଦ୍‌ ଧରି କାନ୍ଦୁଥିଲା। ଏଥିରେ ବିରକ୍ତ ହୋଇ ପୁଅକୁ ମା’ ଏକ ଚାପୁଡ଼ା ମାରିଥିଲେ। ଫଳରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଥିଲା। ମହିଳା ଜଣକ ମାନସିକ ବିକୃତ ଥିବା ଓ କିଛି ଜାଣି ନଥିବା ପରିବାର ଲୋକ କହିଛନ୍ତି। ଏ ନେଇ କବିସୂର୍ଯ୍ୟନଗର ଥାନାରେ କୌଣସି ଅଭିଯୋଗ ହୋଇନଥିବା ଆଇଆଇସି ପ୍ରଭାତ କୁମାର ସାହୁ କହିଛନ୍ତି। ଶିଶୁଟି ଅସୁସ୍ଥ ଥିଲା, ଛାତିରେ ଯନ୍ତ୍ରଣା ପରେ ତାର ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ କହିଥିବା ଆଇଆଇସି ସୂଚନା ଦେଇଛନ୍ତି।

Share