‘ଦଳରେ କିଛି ଅସୁବିଧା ଅଛି’

ମୁମ୍ବାଇ,୫।୪: ଗତ ସିଜନରେ ପଏଣ୍ଟ ଟେବୁଲର ସବୁଠୁ ତଳେ ରହିଥିବା ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ଏଥର ମଧ୍ୟ ତା’ର ଖରାପ ପ୍ରଦର୍ଶନ ଜାରି ରହିଛି। ଦଳ ଖେଳିଥିବା ଉଭୟ ମ୍ୟାଚ୍‌ରେ ପରାସ୍ତ ହୋଇଛି। ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଠାରୁ ୧୨ ରନ୍‌ରେ ପରାସ୍ତ ହେବା ପରେ ହାଇଦ୍ରାବାଦ୍‌ ଦଳର ପ୍ରଦର୍ଶନରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ ସଲମାନ ଭଟ୍ଟ।

“ଏଚ୍‌ଆରଏଚ୍‌ ଦଳର ସମୟ ବଦଳି ନାହିଁ। ଭଲ ହେଉ କି ଖରାପ ପିଚ୍‌ ଦଳର ଭାଗ୍ୟରେ କୌଣସି ପରିବର୍ତ୍ତନ ହେଉ ନାହିଁ। ଏଣୁ ଏହି ଦଳରେ କିଛି ଅସୁବିଧା ଅଛି” ବୋଲି ଭଟ୍ଟ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି। ଏଥିସହିତ ଏଡେନ ମାରକ୍ରାମଙ୍କ ଭଳି ଟପ୍‌ ଅର୍ଡର ବ୍ୟାଟରଙ୍କୁ ତଳେ ଖେଳାଯିବାକୁ ସେ ନାପସନ୍ଦ କରିଛନ୍ତି।

“ମାରକ୍ରାମ ଜଣେ ଟପ୍‌ ଅର୍ଡର ବ୍ୟାଟର। ସେ ଜଣେ ପ୍ରଭାବୀ ଖେଳାଳି। କିନ୍ତୁ ସେ ୪ ଏବଂ ୫ ନଂରେ ଖେଳୁଛନ୍ତି। ସେ ଟପ୍‌ ଅର୍ଡରରେ ଭଲ ସ୍କୋର କରିଛନ୍ତି। ମାତ୍ର ଏବେ ତାଙ୍କୁ ପ୍ରଦାନ କରାଯାଇଥିବା ବ୍ୟାଟିଂ ସ୍ଲଟ୍‌ରେ ସେ ସ୍କୋର କରିପାରୁ ନାହାନ୍ତି” ବୋଲି ସେ କହିଛନ୍ତି।

Share