ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଏତଲା ଦେଲେ ସୋମାଲିକା

ଜଗତ୍‌ସିଂହପୁର ଅଫିସ,୧୯।୬: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (୩୦) ଓ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳୀ ଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର ଦାଶଙ୍କ ଝିଅ ସୋମାଲିକା ଦାଶ (୨୯)ଙ୍କ ବିବାହ ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ଶନିବାର ସୋମାଲିକା ଜଗତ୍‌ସିଂହପୁର ଥାନାରେ ବିଧାୟକ ଦାସଙ୍କ ସମେତ ମାନସ ଦାସ, ଦିଲୀପ କୁମାର ଦାସ, ସୁଜିତ କୁମାର ଦାସ, ତୁଷାର ବିଶ୍ୱାଳ, ସରୋଜ ସ୍ବାଇଁ, ବସନ୍ତ ମହାପାତ୍ର, ମନୋଜ ଭୋଇ ଓ ଅନ୍ୟମାନଙ୍କ ନାଁରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଶୁକ୍ରବାର ଉଭୟେ ଜଗତ୍‌ସିଂହପୁର ଜିଲା ସବ୍‌-ରେଜିଷ୍ଟ୍ରାର(ଡିଏସ୍‌ଆର୍‌)ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ବିବାହ କରିବାର ଥିଲା। ଏହି ଅନୁଯାୟୀ ସେ ସମ୍ପର୍କୀୟମାନଙ୍କ ସହ ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଅପେକ୍ଷା କରିଥିଲେ। କିନ୍ତୁ ବିଧାୟକ ଦାସ ଆସି ନ ଥିଲେ। ଏ ସମ୍ପର୍କରେ ବିଧାୟକଙ୍କ ମୋବାଇଲକୁ କଲ୍‌ କରିଥିଲେ ସୁଦ୍ଧା ସେ ଉଠାଇ ନ ଥିଲେ। ବାଧ୍ୟହୋଇ ବିଧାୟକଙ୍କ ସମ୍ପର୍କୀୟମାନଙ୍କୁ ଏ ବିଷୟରେ ପଚାରିବାରୁ ସେମାନେ ଦୁର୍ବ୍ୟବହାର କରିଥିଲେ ବୋଲି ସୋମାଲିକା ଅଭିଯୋଗ କରିଛନ୍ତି। ବିବାହ ତାରିଖ ସ୍ଥିର ହୋଇନାହିଁ। ଏହାକୁ ପଞ୍ଜୀକରଣ କରିବା ପାଇଁ ହୋଇଥିବା ଆବେଦନ ଅନୁଯାୟୀ, ଆଉ ୬୦ ଦିନ ବାକି ଥିବାରୁ ତା’ ଭିତରେ ବିବାହ ହେବ ବୋଲି ବିଧାୟକ ଦାସ କହିଥିଲେ। ମାତ୍ର ସୋମାଲିକା ଏଥିରେ ସନ୍ତୁଷ୍ଟ ହୋଇନାହାନ୍ତି। ଏ ସମ୍ପର୍କରେ ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତି, ଅଭିଯୋଗ ଉପରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ଚାଲିଛି ଏବଂ ଖୁବ୍‌ଶୀଘ୍ର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।
ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇ ମେ’ ୧୭ରେ ଜଗତ୍‌ସିଂହପୁର ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଆବେଦନ କରିଥିଲେ। ଏହି ଆବେଦନ ପରେ ଆଇନ ଅନୁଯାୟୀ, କାହାର କୌଣସି ଆପତ୍ତି ଅଭିଯୋଗର ଶୁଣାଣି ପାଇଁ ୩୦ ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଅଭିଯୋଗ ନ ଥିଲେ ୩୧ରୁ ୯୦ ଦିନ ମଧ୍ୟରେ ବିବାହ କରାଯାଇପାରିବ ବୋଲି ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା।
ଶୁକ୍ରବାର ୩୧ ଦିନ ହୋଇଥିବାରୁ ବିବାହ ପାଇଁ ସୋମାଲିକା ସମ୍ପର୍କୀୟମାନଙ୍କ ସହ ଆସି ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସକାଳୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଧାୟକ ଦାସଙ୍କୁ ଅପେକ୍ଷା କରି ନିରାଶ ହୋଇ ଫେରିଥିଲେ। ଏ ସମ୍ପର୍କରେ ସୋମାଲିକା କହିଛନ୍ତି, କୋର୍ଟରେ ଆବେଦନ କରିବା ପରଠାରୁ ସେ ଏକାଧିକ ଥର ବିଧାୟକ ଦାସଙ୍କ ସହ କଥା ହୋଇଛନ୍ତି। ଏହାପରେ ବିବାହ ପାଇଁ ଶୁକ୍ରବାର ଦିନ ଧାର୍ଯ୍ୟ ହୋଇଥିଲା। ଗତ ୧୬ ତାରିଖରେ ମଧ୍ୟ ଏ ବାବଦରେ ବିଧାୟକ ଦାସଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା ହୋଇଥିଲା। ଶୁକ୍ରବାର ବିବାହ ପରେ ରାତିରେ ରିଙ୍ଗ ସେରିମନି ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ବିଧାୟକ ଦାସ କୋର୍ଟରେ ପହଞ୍ଚତ୍ ନ ଥିଲେ। ପୂର୍ବରୁ ସେ ବିଧାୟକ ଦାସଙ୍କ ନାଁରେ ଜଗତ୍‌ସିଂହପୁର ଥାନା ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଉଭୟ ପରିବାର ସଦସ୍ୟଙ୍କ ମଧ୍ୟରେ ଆପୋସ ବୁଝାମଣା ଭିତ୍ତିରେ ବିବାହ ପାଇଁ ସହମତି ପ୍ରକାଶ ପାଇଥିଲା। ମାତ୍ର ବିଧାୟକ ଦାସ ପ୍ରତିଶ୍ରୁତି ପୂରଣ କରି ନ ଥିବାରୁ ଏହି ମାମଲା ପୁନଃ ଚାଲୁ କରିବେ ବୋଲି ସୋମାଲିକା ଗଣମାଧ୍ୟମରେ ଶୁକ୍ରବାର ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri