ସୋମ ଅଟୋ: ପ୍ରତିଦିନ ନୂଆ ଅଭିଜ୍ଞତା

ଢେଙ୍କାନାଳ ରାଜ ପରିବାର ସଦସ୍ୟ ହର୍ଷବର୍ଦ୍ଧନ ସିଂହଦେଓ। ଉଚ୍ଚଶିକ୍ଷା ସମାପ୍ତ କରି ପରିବାରର ପରାମର୍ଶକ୍ରମେ ସେ ବ୍ୟବସାୟ କ୍ଷେତ୍ରରେ ମନୋନିବେଶ କରିଥିଲେ। ଜଣେ ଭ୍ରମଣପ୍ରିୟ ମଣିଷ ହୋଇଥିବାରୁ ମନରେ ଗାଡ଼ି ବ୍ୟବସାୟ ପ୍ରତି ଆଗ୍ରହ ଜନ୍ମିଥିଲା। ଲୋକଙ୍କୁ ଚାକିରି ଯୋଗାଇଦେବା ଲକ୍ଷ୍ୟରେ ସେ ୨୦୦୬ ସେପ୍ଟେମ୍ବରରୁ ଢେଙ୍କାନାଳରେ ‘ହିରୋ’ର ଅଧିକୃତ ବିକ୍ରେତା ହୋଇ ‘ସୋମ ଅଟୋ’ ନାମରେ ଏକ ଶୋ’ରୁମ୍‌ ପ୍ରତିଷ୍ଠା କରିଥିଲେ। ୨୦୦୭ ଜାନୁୟାରୀରେ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ ପରେ ଦୁଇଚକିଆ ଯାନ ବ୍ୟବସାୟରେ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରାଜ ପରିବାରରୁ ବର୍ତ୍ତମାନର ରାଜକାର୍ଯ୍ୟ ପର୍ଯ୍ୟନ୍ତ ଯାତ୍ରା ନେଇ ଧରିତ୍ରୀକୁ ସାକ୍ଷାତ୍‌କାର ଦେବାବେଳେ ମନଖୋଲି କହିଛନ୍ତି ହର୍ଷବର୍ଦ୍ଧନ।

ବର୍ଷର କୋଭିଡ୍‌ ମହାମାରୀ ସାଙ୍ଗକୁ ଅହେତୁକ ତୈଳ ଦର ବୃଦ୍ଧି ଦୁଇଚକିଆ ଯାନ ବ୍ୟବସାୟକୁ କିଭଳି ପ୍ରଭାବିତ କରିଛି?
କୋଭିଡ୍‌ ମହାମାରୀ ସମୟରେ ଦୁଇଚକିଆ ଯାନ ବ୍ୟବସାୟ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଗୋଟିଏପଟେ ସଂକ୍ରମଣର ଭୟ, ଅପରପକ୍ଷେ ସରକାରଙ୍କ କୋଭିଡ୍‌ କଟକଣା ଯୋଗୁ ଲୋକେ ଘରୁ ବାହାରକୁ ବାହାରି ପାରି ନ ଥିଲେ। ଲୋକଙ୍କ ଆର୍ଥିକ ସ୍ଥିତି ମଧ୍ୟ ଖରାପ ହୋଇଯାଇଥିଲା। ତୈଳ ଦର ବୃଦ୍ଧି ଯୋଗୁ ସବୁବର୍ଗର ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଲେ। ପରିବହନ ସେବା ବେଶ୍‌ ପ୍ରଭାବିତ ହୋଇଥିଲା। ସାମଗ୍ରୀ ଓ ଶ୍ରମିକ ଅଭାବରୁ ଗାଡ଼ି ଉପତ୍ାଦନ ହ୍ରାସ ପାଇଥିଲା। ସବୁଠୁ ବଡ଼କଥା ହେଲା କୋଭିଡ୍‌ ସମୟରେ ସଂସ୍ଥାର କର୍ମଚାରୀମାନେ ରୋଟେଶନ ପଲିସିରେ କାମ କଲେ। ଫଳରେ ଏକତୃତୀୟାଂଶ କର୍ମଚାରୀଙ୍କୁ ନେଇ ଶୋ’ରୁମ୍‌ ପରିଚାଳନା କରାଯାଉଥିଲା।

ଆସନ୍ତା ବର୍ଷ ଆପଣଙ୍କ ବ୍ୟବସାୟ କିଭଳି ଉନ୍ନତି କରିପାରିବ ବୋଲି ଭାବୁଛନ୍ତି?
କୋଭିଡ୍‌ ଯୋଗୁ ଗତ କିଛିମାସ ହେବ ସବୁ ଗୋଳମାଳ ହୋଇଯାଇଛି। ବର୍ତ୍ତମାନ ପରି ସବୁ ଠିକ୍‌ ରହିଲେ ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଫଳରେ ଆସନ୍ତା ବର୍ଷରେ ପୂର୍ବ ଭଳି ଗାଡ଼ି କିଣିବାକୁ ଆଗ୍ରହ ପ୍ରକାଶ କରିବେ। ଗାଡ଼ି ବ୍ୟବସାୟ ନିଶ୍ଚିତ ଭଲ ହେବ ବୋଲି ଆମେ ଆକଳନ କରୁଛୁ।
ଢେଙ୍କାନାଳରେ ଆପଣ ‘ହିରୋ’ ବାଇକ୍‌ର ସର୍ବବୃହତ୍‌ ବିକ୍ରେତା। ସଂସ୍ଥାର ବ୍ୟବସାୟ ବୃଦ୍ଧି ପାଇଁ କେଉଁ ନୂତନ ଚିନ୍ତା କରୁଛନ୍ତି?
ଢେଙ୍କାନାଳରେ ଆମେ ସବୁଠାରୁ ବଡ଼ ଡିଲର ହୋଇଥିଲେ ମଧ୍ୟ ସଂସ୍ଥାର ବ୍ୟବସାୟ ବୃଦ୍ଧି ପାଇଁ ଅନେକ ଯୋଜନା କରାଯାଉଛି। କମ୍ପାନୀ ବିଜ୍ଞାପନ, ସୋସିଆଲ ମିଡିଆ, ଟେଲିଭିଜନ ଓ ପ୍ରିଣ୍ଟ ମିଡିଆ ଭଳି ମାଧ୍ୟମରେ ଗ୍ରାହକଙ୍କ ନିକଟତର ହେବା ସହ ଯାନ ବିକ୍ରି ପାଇଁ ଗ୍ରାହକକୈନ୍ଦ୍ରିକ ହେବାକୁ ପ୍ରୟାସ କରୁଛୁ। ଗାଡ଼ି ବିକ୍ରି ଓ ବିକ୍ରିର ପରବର୍ତ୍ତୀ ସେବାକୁ ଗୁରୁତ୍ୱ ଦେଇଆସୁଛୁ। ବିଶେଷକରି ହିରୋର ସମସ୍ତ ପ୍ରଡକ୍ଟ ଅତି ଉଚ୍ଚମାନର ରହିଛି। ସହରର ଜନଗହଳିପୂର୍ଣ୍ଣ ସ୍ଥାନ, ହାଟ ଏବଂ ଗ୍ରାମାଞ୍ଚଳରେ ଲୋକସମ୍ପର୍କ ବୃଦ୍ଧି ସହ ସେଲ୍ସ ସର୍ଭିସ୍‌ ପାଇଁ ଷ୍ଟଲ ମାଧ୍ୟମରେ ରୋଟେଶନ ପଲିସିରେ ପ୍ରଚାର ପ୍ରସାର କରାଯାଉଛି। ପୁରୁଣା ଗ୍ରାହକମାନଙ୍କୁ ଫୋନ୍‌ରେ ନୂଆ ଗାଡ଼ି ଓ ମଡେଲର ବିଶେଷତ୍ୱ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଉଛି।

ବଜାରରେ ଦୁଇଚକିଆ ‘ହିରୋ’ ଯାନର ବିଶେଷତ୍ୱ କିଭଳି ରଖିବାକୁ ଚାହୁଁଛନ୍ତି?
ଆଜି ମଧ୍ୟ ହିରୋ ବାଇକ୍‌ ସାରା ଦେଶରେ ୧ ନମ୍ବରରେ ରହିଛି। ହିରୋର ସର୍ଭିସ ସେଣ୍ଟର ମଧ୍ୟ ଅନ୍ୟଠାରୁ ଅଧିକ। ଗ୍ରାହକ ଘର ପାଖରେ ଭଲ ସର୍ଭିସ୍‌ ପାଇଲେ କମ୍ପାନୀ ପ୍ରତି ଆଗ୍ରହ ପ୍ରକାଶ କରିବେ। ପ୍ରାୟ ୪୦ ବର୍ଷ ହେବ ହିରୋ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜମାଇପାରିଛି। ଏହାର ଅତ୍ୟାଧୁନିକ ଜ୍ଞାନକୌଶଳ ଓ ମୂଲ୍ୟ ଯୋଗୁ ହିରୋ ବାଇକ୍‌ ପ୍ରତି ଲୋକଙ୍କ ଆଗ୍ରହ ରହିଛି। ହିରୋର ଚାହିଦା ଏବେ ଧୀରେ ଧୀରେ ବଢୁଛି, ଆଗକୁ ବିକ୍ରି ମଧ୍ୟ ଭଲ ହେବ ବୋଲି ଆଶା।

କୋଭିଡ୍‌ ଭୟରେ ପବ୍ଲିକ ଟ୍ରାନ୍ସପୋର୍ଟକୁ ଲୋକେ ନାପସନ୍ଦ କରୁଥିବାବେଳେ ନିଜେ ମଧ୍ୟ ଗାଡ଼ି କିଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏ ସମ୍ପର୍କରେ କ’ଣ କହିବେ?
ବର୍ତ୍ତମାନ ହିରୋ ବାଇକ୍‌ ପ୍ରତି ଲୋକଙ୍କ ଆଗ୍ରହ ରହିଛି। ଗ୍ରାମାଞ୍ଚଳରେ ମଧ୍ୟ ଦୁଇଚକିଆ ଯାନ କିଣିବା ପାଇଁ ଲୋକଙ୍କ ଆଗ୍ରହ ବଢୁଛି। ପ୍ରାୟ ୭୦% ଲୋକ ଗାଡ଼ି କିଣିବା ପାଇଁ ଆଗ୍ରହୀ ଅଛନ୍ତି। ମାର୍କେଟ ଚାହିଦା ଅନୁଯାୟୀ କମ୍ପାନୀ ନୂତନ ଜ୍ଞାନକୌଶଳ ପ୍ରୟୋଗକରି ଗାଡ଼ି ଉପତ୍ାଦନ କରୁଛି। ରାଜସ୍ଥାନର ଜୟପୁରଠାରେ ହିରୋ ପକ୍ଷରୁ ରିସର୍ଚ୍ଚ ଆଣ୍ଡ୍‌ ଡେଭେଲପମେଣ୍ଟ ନାମରେ ଏକ ସେଣ୍ଟର ଖୋଲାଯାଇଛି। କୋଭିଡ୍‌ ସମୟରେ ହୋଇଥିବା ସମସ୍ୟାକୁ ଏବେ ବିଭିନ୍ନ ଉପାୟରେ ମେକ୍‌ଅପ୍‌ କରାଯାଉଛି। ଆଗକୁ ବଢ଼ିବା ଆଶାରେ ଆଗାମୀ ଯୋଜନା କରାଯାଉଛି।

ବର୍ତ୍ତମାନ କମ୍ପାନୀର ବ୍ୟାଟେରି ଗାଡ଼ି ଆସୁଛି, ଢେଙ୍କାନାଳରେ ଏହାର ଚାହିଦା କିପରି ରହିଛି?
ଆଜିର ଦିନରେ ସମସ୍ତେ ପ୍ରଦୂଷଣମୁକ୍ତ ହୋଇ ରହିବା ପାଇଁ ଚାହୁଁଛନ୍ତି। ତେଣୁ ଢେଙ୍କାନାଳ ଜିଲାରେ ବ୍ୟାଟେରି ଗାଡ଼ିର ଚାହିଦା ମଧ୍ୟ ବଢୁଛି। ଆମେ ବାଇକ୍‌ ମାର୍କେଟ ସେଗ୍‌ମେଣ୍ଟରେ ୧ନଂ.ରେ ଅଛୁ। ସ୍କୁଟର କ୍ଷେତ୍ରରେ ମଧ୍ୟ ଚାହିଦା ବଢ଼ାଉଛୁ। ବର୍ତ୍ତମାନ ପ୍ଲେଜରର ନୂତନ ମଡେଲର ଚାହିଦା ବଢୁଛି। ଆଗକୁ ଉନ୍ନତ ଟେକ୍ନୋଲୋଜିର ବାଇକ୍‌ ବଜାର ପ୍ରବେଶ କରାଇବା ସହ ଗ୍ରାହକଙ୍କ ଲୋକପ୍ରିୟତା ହାସଲ ଲକ୍ଷ୍ୟ ରଖାଯାଇଛି।

ଦୁଇଚକିଆ ଯାନ ବ୍ୟବସାୟ ପ୍ରତି ଆପଣଙ୍କ ଆଗ୍ରହ କିିପରି ବଢ଼ିଲା?
ମୁଁ ପ୍ରଥମେ ସାମରିକ ବାହିନୀରେ ଯୋଗଦେବା ପାଇଁ ଭାବିଥିଲି। ହେଲେ ସେଥିରେ ମୁଁ ସଫଳତା ପାଇ ନ ଥିଲି। ଢେଙ୍କାନାଳ ସହରର ପ୍ରମୁଖ ସ୍ଥାନରେ ଆମର ବଡ଼ ଜମି ଥିବାରୁ ଉକ୍ତ ସ୍ଥାନରେ ଏକ ଭଲ ବ୍ରାଣ୍ଡ୍‌ର ବାଇକ୍‌ ଶୋ’ରୁମ୍‌ କରିବାକୁ ଇଚ୍ଛା ପ୍ରକାଶ କରିଥିଲି। ପରିବାର ଓ ପରିଜନଙ୍କ ପରାମର୍ଶ କ୍ରମେ ହିରୋ ବାଇକ୍‌ର ଡିଲରଶିପ୍‌ ଆଣି ବ୍ୟବସାୟ ଆରମ୍ଭ କଲି। ଉକ୍ତ ବ୍ୟବସାୟରୁ ବହୁତ କିଛି ଶିଖିବାକୁ ମିଳିଛି। କମ୍ପାନୀ ମଧ୍ୟ ବହୁ ସାହାଯ୍ୟ ଓ ପ୍ରୋତ୍ସାହନ ଯୋଗାଇଦେଇଛି। ଆମେ ଗୋଟିଏ ଟିମ୍‌ ଭଳି କାମ କରୁଛୁ। ପ୍ରତିଦିନ ନୂଆ ଅଭିଜ୍ଞତା ମିଳୁଛି। ୧୫ ବର୍ଷ ମଧ୍ୟରେ ପ୍ରାୟ ୪୦ ହଜାର ମୂଲ୍ୟବାନ୍‌ ଗ୍ରାହକ ସୃଷ୍ଟି କରିପାରିଛୁ। ମାର୍କେଟ ଚାହିଦା ଅନୁଯାୟୀ କମ୍ପାନୀ ଆଗକୁ ବଢୁଛି। ନୂତନ ଟେକ୍ନୋଲୋଜି ପ୍ରୟୋଗ କରାଯାଉଛି।

ବ୍ୟବସାୟରେ ସଫଳତାର ଶ୍ରେୟ କାହାକୁ ଦେବେ?
ବ୍ୟବସାୟ କରିବା ପରେ ମିଳିଥିବା ସଫଳତାର ଶ୍ରେୟ ପ୍ରଥମତଃ ମୁଁ ମୋର ମାତାପିତା ଓ ପରିବାରଙ୍କୁ ଦେବି। ମୋ ସ୍ତ୍ରୀ ଚନ୍ଦ୍ରିକା କୁମାରୀ ମୋତେ ବ୍ୟବସାୟରେ ସହଯୋଗ କରୁଛନ୍ତି। ୨ୟରେ ଶ୍ରେୟ ହିରୋ କମ୍ପାନୀକୁ ଦେବି। ସବୁଠାରୁ ଅଧିକ ଶ୍ରେୟ ଆମ ଗ୍ରାହକ ବନ୍ଧୁଙ୍କର। ୧୫ ବର୍ଷ ହେଲା ସେମାନେ ଆମକୁ ଆଶୀର୍ବାଦ କରିଆସିଛନ୍ତି। ଆମେ ଚାହଁୁ ଯିଏ ଆମ ପାଖକୁ ଆସୁଛନ୍ତି ହସି ହସି ଯାଆନ୍ତୁ ଏବଂ ଆଉ ଥରେ ଆସନ୍ତୁ।

ଅବସର ସମୟରେ କ’ଣ କରିବାକୁ ପସନ୍ଦ କରନ୍ତି?
ଅବସର ସମୟରେ ମୁଁ ଭ୍ରମଣରେ ଯାଏ। ଘରେ ଥିଲେ ଇନ୍‌ଡୋର ଗେମ୍‌ ସହ ଟିଭି ଦେଖେ, ଗୀତ ଶୁଣେ ଓ ଖବରକାଗଜ ପଢ଼ିଥାଏ। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥାଏ। ବେଳେବେଳେ ଗଛର ଯନତ୍ ନେବା ସହ ଚାରାରୋପଣ ଭଳି କାର୍ଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri