Posted inଜାତୀୟ

ରାଜନୈତିକସ୍ତରରେ ସମାଧାନ କର

ନୂଆଦିଲ୍ଲୀ, ୧।୯: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ କୋଟିଆ ଗ୍ରାମପୁଞ୍ଜକୁ ନେଇ ସୃଷ୍ଟି ହୋଇଥିବା ସୀମା ବିବାଦକୁ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରାଜନୈତିକସ୍ତରରେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ମଙ୍ଗଳବାର ସର୍ବୋଚ୍ଚ ଅଦାଲତ କହିଛନ୍ତି।
ବିଚାରପତି ଏ. ଏମ୍‌. ଖାନ୍‌ଓ୍ବିଲ୍‌କର, ସଞ୍ଜୀବ ଖାନ୍ନା ଏବଂ ଜେ.କେ. ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଉଭୟ ପକ୍ଷଙ୍କୁ ଏନେଇ ୬ସପ୍ତାହ ସମୟ ଦେଇଛନ୍ତି।ଓଡ଼ିଶା ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ରଙ୍କ ଜରିଆରେ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନରେ ୨୦୧୧ ଜନଗଣନା ଅନୁସାରେ ବିବାଦୀୟ ଗଞ୍ଜେଇପଦର, ଫାଟୁସେନେରି ଓ ଫଗୁଣସେନେରି ଗ୍ରାମ କୋଟିଆ ପଞ୍ଚାୟତ ଅଧୀନରେ ଆସୁଥିବା ଦର୍ଶାଯାଇଛି। ୧୯୬୮ ଡିସେମ୍ବର ୨ରେ ସର୍ବୋଚ୍ଚ ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ଆନ୍ଧ୍ରପ୍ରଦେଶ ଖୋଲାଖୋଲି ଊଲ୍ଲଂଘନ କରୁଛି। ଏପରି କି ଓଡ଼ିଶାର ସୀମାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଉଭୟ ରାଜ୍ୟ ସ୍ଥିତାବସ୍ଥା ଜାରି କରିବାକୁ ସୁପ୍ରିମକୋର୍ଟ ୨୦୦୬ ମାର୍ଚ୍ଚ ୩୦ରେ ଏକ ରାୟ ଦେଇଥିଲେ। ଉକ୍ତ ରାୟକୁ ମାନିବାକୁ ଉଭୟ ରାଜ୍ୟ ଅଣ୍ଡରଟେକିଂ ମଧ୍ୟ ଲେଖି ଦେଇଥିଲେ। ହେଲେ କୋର୍ଟଙ୍କ ଉକ୍ତ ନିର୍ଦ୍ଦେଶକୁ ଅବମାନନା କରି ଆନ୍ଧ୍ରପ୍ରଦେଶ କୋଟିଆ ଅଞ୍ଚଳରେ ପ୍ରବେଶ କରି ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛି। ଏଥିସହିତ କୋଟିଆର ବିବାଦୀୟ ୩ ଗ୍ରାମପୁଞ୍ଜକୁ ବିଜୟନଗରମ୍‌ ଜିଲା ସାଲୁର ମଣ୍ଡଳ ଅଧୀନ ଦର୍ଶାଇ ସେଠାରେ ପଞ୍ଚାୟତ ନିର୍ବାଚନ କରିବାଇବାକୁ ଗତ ବର୍ଷ ମାର୍ଚ୍ଚ ୫ତାରିଖରେ ବିଜ୍ଞପ୍ତି ଜାରି କରିଛି। ଆନ୍ଧ୍ରପ୍ରଦେଶ ଜାଣିଶୁଣି କୋଟିଆ ପଞ୍ଚାୟତ ଅଧୀନରେ ଥିବା ଗଞ୍ଜେଇପଦର ଗ୍ରାମକୁ ଗଞ୍ଜାଇଭଦ୍ରା, ଫାଟୁସେନେରିକୁ ପଟ୍ଟୁଚେନମ୍‌ ଏବଂ ଫଗୁସେନେରିକୁ ଫାଗୁଲୁଚେନୁରୁ ବୋଲି ଦର୍ଶାଇଛି। ଉକ୍ତ ଗ୍ରାମଗୁଡ଼ିକ ଓଡ଼ିଶାର କୋଟିଆ ପଞ୍ଚାୟତ ଅଧୀନରେ ଆସୁଥିବା ସତ୍ତ୍ୱେ ଆନ୍ଧ୍ର ସରକାର ଚଞ୍ଚକତା କରି ୩ଟି ଗ୍ରାମକୁ ବିଭିନ୍ନ ପଞ୍ଚାୟତର ବୋଲି ଦର୍ଶାଇ ସେଠାରେ ନିର୍ବାଚନ କରିବାକୁ ଚେଷ୍ଟା କରିଛି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ଓଡ଼ିଶା ୨୦୨୧ ଫେବୃୟାରୀ ୧୦ରେ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲା। ଆନ୍ଧ୍ର ମୁଖ୍ୟ ଶାସନ ସଚିବ, ଆନ୍ଧ୍ର ରାଜ୍ୟ ନିର୍ବାଚନ କମିଶନର ଏବଂ ବିଜୟନଗରମ୍‌ ଜିଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓଡ଼ିଶା ପକ୍ଷରୁ ପ୍ରାର୍ଥନା କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଏହାର ଜବାବ ଦାଖଲ କରାଯାଇଥିଲା। ଉକ୍ତ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ବିବାଦକୁ ଉଭୟ ପକ୍ଷ ରାଜନୈତିକ ସ୍ତରରେ ଆଲୋଚନା କରି ଆପୋସ ସମାଧାନ ପାଇଁ ୬ସପ୍ତାହ ସମୟ ଦେଇଛନ୍ତି। ଏହା ନ ହେଲେ ସୁପ୍ରିମକୋର୍ଟ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri