ସହଜ ହେବ ସମାଧାନ

ଅନୁଗୋଳ ଅଫିସ, ୨୬ା୧୧: ଓ୍ବାର୍ଡରେ ଥିବା ସମସ୍ୟା ନେଇ ଆଉ ଧାଇଁବାକୁ ପଡ଼ିବନି ପୌର କାର୍ଯ୍ୟାଳୟକୁ। ପୌରାଞ୍ଚଳର ପ୍ରତି ଓ୍ବାର୍ଡରେ ନିର୍ମାଣ ହେବାକୁ ଥିବା ସ୍ଥାୟୀ ଓ୍ବାର୍ଡ ଅଫିସ ଜରିଆରେ ସହଜରେ ଏହାର ସମାଧାନ ହୋଇପାରିବ। ଏପରି କି ନିଜ ଅଞ୍ଚଳରେ କେଉଁ ପ୍ରକାର ବିକାଶ ଆବଶ୍ୟକ ତାହା ଲୋକମାନେ ୱାର୍ଡ ଅଫିସରେ ବୈଠକ ବେଳେ ପ୍ରସ୍ତାବ ଦେଇପାରିବେ। ପୂର୍ବରୁ ଚାଲୁଥିବା ଅସ୍ଥାୟୀ ଓ୍ବାର୍ଡ ଅଫିସକୁ ବନ୍ଦ କରାଯିବା ସହ ଆସନ୍ତା ଜାନୁୟାରୀ ୨୬ ତାରିଖରୁ ସ୍ଥାୟୀ ଓ୍ବାର୍ଡ ଅଫିସ କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ଅନୁଗୋଳ ପୌର କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଅନୁଗୋଳ ପୌରପାଳିକାରେ ଥିବା ୨୩ଟି ଓ୍ବାର୍ଡରେ ସ୍ଥାୟୀ ଭାବେ ୱାର୍ଡ କାର୍ଯ୍ୟାଳୟ ନିର୍ମାଣ କରାଯିବ। ୪୭୫ ସ୍କୋୟାରଫୁଟ ଜାଗାରେ ଏହାର ନିର୍ମାଣ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିବ। ଏହି କାର୍ଯ୍ୟାଳୟ ପରିଚାଳନା ଦାୟିତ୍ୱ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ପ୍ରଦାନ କରାଯିବ। ଯେଉଁ ଏସ୍‌ଏଚ୍‌ଜି ଏହାର ପରିଚାଳନା କରିବ, ସେଥିରୁ ଜଣେ ସଦସ୍ୟାଙ୍କୁ ୱାର୍ଡ ମ୍ୟାନେଜମେଣ୍ଟ କୋଅର୍ଡିନେଟର୍‌ ଦାୟିତ୍ୱ ପ୍ରଦାନ କରାଯିବ। ସେହିପରି ଏଠାରେ ଜଣେ ଲେଖାଏ ପୌର କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯିବ। ସ୍ଥାନୀୟ କାଉନସିଲରମାନେ ୱାର୍ଡ କାର୍ଯ୍ୟାଳୟରେ ରହି ଓ୍ବାର୍ଡବାସୀଙ୍କ ଆପତ୍ତି ଅଭିଯୋଗ, ପରିମଳ, ଭତ୍ତା, ବିଦ୍ୟୁତ୍‌, ଉନ୍ନୟନ ନେଇ ଥିବା ସମସ୍ୟା ବୁଝିବା ସହ ତୁରନ୍ତ ପୌରପାଳିକାକୁ ଅବଗତ କରିବେ। ଏଥିସହ ୱାର୍ଡର ଲୋକଙ୍କୁ ନେଇ ଉକ୍ତ କାର୍ଯ୍ୟାଳୟରେ ବୈଠକ କରାଯିବ। ଲୋକଙ୍କ ମତ ଅନୁଯାୟୀ ୱାର୍ଡରେ ଉନ୍ନୟନ କାର୍ଯ୍ୟ କରିବାକୁ ଯୋଜନା ହେବ। ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ ୱାର୍ଡରେ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ଆରମ୍ଭ ସହ ଜାନୁୟାରୀ ପ୍ରଥମ ସପ୍ତାହରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପୌର କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

ହାତ ପାଆନ୍ତାରେ ସୁବିଧା ମିଳିବ
ପ୍ରତି ୱାର୍ଡରେ ସ୍ଥାୟୀ ୱାର୍ଡ କାର୍ଯ୍ୟାଳୟ ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ଲୋକଙ୍କ ନିକଟରେ କିଭଳି ସୁବିଧା ପହଞ୍ଚତ୍ବ ସେ ନେଇ ଏହି ବ୍ୟବସ୍ଥା କରାଯାଉଛି। ପୂର୍ବରୁ ଅସ୍ଥାୟୀ ଭାବେ ଚାଲୁଥିବା ୱାର୍ଡ ଅଫିସ୍‌କୁ ବନ୍ଦ କରିଦିଆଯିବ। ନିଜସ୍ବ ଗୃହରେ ଆସନ୍ତା ଜାନୁୟାରୀ ୨୬ରୁ ନୂଆ ୱାର୍ଡ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ

ଆଉ ହଇରାଣ ହେବେନି ଲୋକେ
ଅନୁଗୋଳ ପୌରାଞ୍ଚଳରେ ବସବାସ କରୁଥିବା ଲୋକମାନେ ଆଉ ସମସ୍ୟାର ସମାଧାନ ପାଇଁ ହଇରାଣ ହେବେ ନାହିଁ। ଅନେକ ସମୟରେ ସେମାନେ କାର୍ଯ୍ୟାଳୟକୁ ଆସି ଅଧିକାରୀଙ୍କୁ ନ ପାଇ ନିରାଶରେ ଫେରୁଥିଲେ। ଏଣିକି ସେମାନେ ନିଜ ୱାର୍ଡରେ ହିଁ ଆପତ୍ତି ଓ ଅଭିଯୋଗ କରିପାରିବେ।
-ଶଙ୍କର ସେଠୀ, କାଉନସିଲର, ୧୮ନଂ. ଓ୍ବାର୍ଡ

ଏଠାରୁ ସମସ୍ତ ତଥ୍ୟ ପ୍ରଦାନ କରାଯିବ
ପୌରାଞ୍ଚଳର ଜନସାଧାରଣ କିଭଳି ସେମାନଙ୍କ ସମସ୍ୟାର ସରଳ ଭାବେ ସମାଧାନ ପାଇପାରିବେ ସେ ନେଇ ବ୍ୟବସ୍ଥା କରାଯାଇଛି। ଏହି ୱାର୍ଡ କାର୍ଯ୍ୟାଳୟରେ ସବୁବେଳେ ଜଣେ କୋଅର୍ଡିନେଟର୍‌ ରହିବେ। ଟିକସ ବାବଦ ହେଉ କିମ୍ବା ଟ୍ରେଡ୍‌ ଲାଇସେନ୍ସ, ସମସ୍ତ ତଥ୍ୟ ଏଠାରୁ ହିଁ ଲୋକଙ୍କୁ ପ୍ରଦାନ କରାଯିବ।
-ସୁଲୋଚନା ଦ୍ୱିବେଦୀ, କାଉନସିଲର, ୧୪ନଂ. ଓ୍ବାର୍ଡ

ସ୍ବାଗତଯୋଗ୍ୟ ପଦକ୍ଷେପ
ଲୋକଙ୍କ ସୁବିଧା ପାଇଁ ସରକାର ନେଇଥିବା ପଦକ୍ଷେପକୁ ସ୍ବାଗତ କରୁଛୁ। ଏଣିକି ଲୋକମାନେ ସ୍ଥାୟୀ ଓ୍ବାର୍ଡ ଅଫିସ ଆସି ଅଭିଯୋଗ କଲେ ସମସ୍ୟା ଜାଣିପାରିବୁ। ଏଥିସହ ତୁରନ୍ତ ସୁଧାରିବା ପାଇଁ ପ୍ରଶାସନ ଉପରେ ଚାପ ପକାଇପାରିବୁ।
-ସୁଜାତା ପୋଲାର, କାଉନସିଲର, ୧୩ନଂ. ଓ୍ବାର୍ଡ

ଉନ୍ନତି ସମ୍ପର୍କରେ ମତ ଦେବେ
କେବଳ ଆପତ୍ତି ଅଭିଯୋଗ ନୁହେଁ, ନିଜ ଅଞ୍ଚଳର ଉନ୍ନତି ନିମନ୍ତେ ଓ୍ବାର୍ଡବାସୀ ଓ୍ବାର୍ଡର ସ୍ଥାୟୀ କାର୍ଯ୍ୟାଳୟରେ ପ୍ରସ୍ତାବ ଦେବେ। ଏପରି କି ପ୍ରସ୍ତାବକୁ କିଭଳି କାର୍ଯ୍ୟକାରୀ କରାଯିବ ତାହା ଉପରେ ମତ ରଖିବେ। ଏହାଦ୍ୱାରା ପୌରାଞ୍ଚଳବାସୀଙ୍କ ବହୁ ସମସ୍ୟାର ସମାଧାନ ତୁରନ୍ତ ହୋଇପାରିବା ସହ ଉନ୍ନୟନ କାର୍ଯ୍ୟ ଅଧିକ ସହଜ ଓ ସୁବିଧାରେ କରାଯାଇପାରିବ।
-ସଦାନନ୍ଦ ପଣ୍ଡା, କାଉନସିଲର, ୧୬ନଂ. ଓ୍ବାର୍ଡ

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ସଙ୍ଗୀନ ଅଭିଯୋଗ: ତହସିଲଦାରଙ୍କୁ…

ନର୍ଲା,୨୯।୩(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri