ସହଜ ହେବ ସମାଧାନ

ଅନୁଗୋଳ ଅଫିସ, ୨୬ା୧୧: ଓ୍ବାର୍ଡରେ ଥିବା ସମସ୍ୟା ନେଇ ଆଉ ଧାଇଁବାକୁ ପଡ଼ିବନି ପୌର କାର୍ଯ୍ୟାଳୟକୁ। ପୌରାଞ୍ଚଳର ପ୍ରତି ଓ୍ବାର୍ଡରେ ନିର୍ମାଣ ହେବାକୁ ଥିବା ସ୍ଥାୟୀ ଓ୍ବାର୍ଡ ଅଫିସ ଜରିଆରେ ସହଜରେ ଏହାର ସମାଧାନ ହୋଇପାରିବ। ଏପରି କି ନିଜ ଅଞ୍ଚଳରେ କେଉଁ ପ୍ରକାର ବିକାଶ ଆବଶ୍ୟକ ତାହା ଲୋକମାନେ ୱାର୍ଡ ଅଫିସରେ ବୈଠକ ବେଳେ ପ୍ରସ୍ତାବ ଦେଇପାରିବେ। ପୂର୍ବରୁ ଚାଲୁଥିବା ଅସ୍ଥାୟୀ ଓ୍ବାର୍ଡ ଅଫିସକୁ ବନ୍ଦ କରାଯିବା ସହ ଆସନ୍ତା ଜାନୁୟାରୀ ୨୬ ତାରିଖରୁ ସ୍ଥାୟୀ ଓ୍ବାର୍ଡ ଅଫିସ କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ଅନୁଗୋଳ ପୌର କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଅନୁଗୋଳ ପୌରପାଳିକାରେ ଥିବା ୨୩ଟି ଓ୍ବାର୍ଡରେ ସ୍ଥାୟୀ ଭାବେ ୱାର୍ଡ କାର୍ଯ୍ୟାଳୟ ନିର୍ମାଣ କରାଯିବ। ୪୭୫ ସ୍କୋୟାରଫୁଟ ଜାଗାରେ ଏହାର ନିର୍ମାଣ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିବ। ଏହି କାର୍ଯ୍ୟାଳୟ ପରିଚାଳନା ଦାୟିତ୍ୱ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ପ୍ରଦାନ କରାଯିବ। ଯେଉଁ ଏସ୍‌ଏଚ୍‌ଜି ଏହାର ପରିଚାଳନା କରିବ, ସେଥିରୁ ଜଣେ ସଦସ୍ୟାଙ୍କୁ ୱାର୍ଡ ମ୍ୟାନେଜମେଣ୍ଟ କୋଅର୍ଡିନେଟର୍‌ ଦାୟିତ୍ୱ ପ୍ରଦାନ କରାଯିବ। ସେହିପରି ଏଠାରେ ଜଣେ ଲେଖାଏ ପୌର କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯିବ। ସ୍ଥାନୀୟ କାଉନସିଲରମାନେ ୱାର୍ଡ କାର୍ଯ୍ୟାଳୟରେ ରହି ଓ୍ବାର୍ଡବାସୀଙ୍କ ଆପତ୍ତି ଅଭିଯୋଗ, ପରିମଳ, ଭତ୍ତା, ବିଦ୍ୟୁତ୍‌, ଉନ୍ନୟନ ନେଇ ଥିବା ସମସ୍ୟା ବୁଝିବା ସହ ତୁରନ୍ତ ପୌରପାଳିକାକୁ ଅବଗତ କରିବେ। ଏଥିସହ ୱାର୍ଡର ଲୋକଙ୍କୁ ନେଇ ଉକ୍ତ କାର୍ଯ୍ୟାଳୟରେ ବୈଠକ କରାଯିବ। ଲୋକଙ୍କ ମତ ଅନୁଯାୟୀ ୱାର୍ଡରେ ଉନ୍ନୟନ କାର୍ଯ୍ୟ କରିବାକୁ ଯୋଜନା ହେବ। ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ ୱାର୍ଡରେ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ଆରମ୍ଭ ସହ ଜାନୁୟାରୀ ପ୍ରଥମ ସପ୍ତାହରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପୌର କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

ହାତ ପାଆନ୍ତାରେ ସୁବିଧା ମିଳିବ
ପ୍ରତି ୱାର୍ଡରେ ସ୍ଥାୟୀ ୱାର୍ଡ କାର୍ଯ୍ୟାଳୟ ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ଲୋକଙ୍କ ନିକଟରେ କିଭଳି ସୁବିଧା ପହଞ୍ଚତ୍ବ ସେ ନେଇ ଏହି ବ୍ୟବସ୍ଥା କରାଯାଉଛି। ପୂର୍ବରୁ ଅସ୍ଥାୟୀ ଭାବେ ଚାଲୁଥିବା ୱାର୍ଡ ଅଫିସ୍‌କୁ ବନ୍ଦ କରିଦିଆଯିବ। ନିଜସ୍ବ ଗୃହରେ ଆସନ୍ତା ଜାନୁୟାରୀ ୨୬ରୁ ନୂଆ ୱାର୍ଡ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ

ଆଉ ହଇରାଣ ହେବେନି ଲୋକେ
ଅନୁଗୋଳ ପୌରାଞ୍ଚଳରେ ବସବାସ କରୁଥିବା ଲୋକମାନେ ଆଉ ସମସ୍ୟାର ସମାଧାନ ପାଇଁ ହଇରାଣ ହେବେ ନାହିଁ। ଅନେକ ସମୟରେ ସେମାନେ କାର୍ଯ୍ୟାଳୟକୁ ଆସି ଅଧିକାରୀଙ୍କୁ ନ ପାଇ ନିରାଶରେ ଫେରୁଥିଲେ। ଏଣିକି ସେମାନେ ନିଜ ୱାର୍ଡରେ ହିଁ ଆପତ୍ତି ଓ ଅଭିଯୋଗ କରିପାରିବେ।
-ଶଙ୍କର ସେଠୀ, କାଉନସିଲର, ୧୮ନଂ. ଓ୍ବାର୍ଡ

ଏଠାରୁ ସମସ୍ତ ତଥ୍ୟ ପ୍ରଦାନ କରାଯିବ
ପୌରାଞ୍ଚଳର ଜନସାଧାରଣ କିଭଳି ସେମାନଙ୍କ ସମସ୍ୟାର ସରଳ ଭାବେ ସମାଧାନ ପାଇପାରିବେ ସେ ନେଇ ବ୍ୟବସ୍ଥା କରାଯାଇଛି। ଏହି ୱାର୍ଡ କାର୍ଯ୍ୟାଳୟରେ ସବୁବେଳେ ଜଣେ କୋଅର୍ଡିନେଟର୍‌ ରହିବେ। ଟିକସ ବାବଦ ହେଉ କିମ୍ବା ଟ୍ରେଡ୍‌ ଲାଇସେନ୍ସ, ସମସ୍ତ ତଥ୍ୟ ଏଠାରୁ ହିଁ ଲୋକଙ୍କୁ ପ୍ରଦାନ କରାଯିବ।
-ସୁଲୋଚନା ଦ୍ୱିବେଦୀ, କାଉନସିଲର, ୧୪ନଂ. ଓ୍ବାର୍ଡ

ସ୍ବାଗତଯୋଗ୍ୟ ପଦକ୍ଷେପ
ଲୋକଙ୍କ ସୁବିଧା ପାଇଁ ସରକାର ନେଇଥିବା ପଦକ୍ଷେପକୁ ସ୍ବାଗତ କରୁଛୁ। ଏଣିକି ଲୋକମାନେ ସ୍ଥାୟୀ ଓ୍ବାର୍ଡ ଅଫିସ ଆସି ଅଭିଯୋଗ କଲେ ସମସ୍ୟା ଜାଣିପାରିବୁ। ଏଥିସହ ତୁରନ୍ତ ସୁଧାରିବା ପାଇଁ ପ୍ରଶାସନ ଉପରେ ଚାପ ପକାଇପାରିବୁ।
-ସୁଜାତା ପୋଲାର, କାଉନସିଲର, ୧୩ନଂ. ଓ୍ବାର୍ଡ

ଉନ୍ନତି ସମ୍ପର୍କରେ ମତ ଦେବେ
କେବଳ ଆପତ୍ତି ଅଭିଯୋଗ ନୁହେଁ, ନିଜ ଅଞ୍ଚଳର ଉନ୍ନତି ନିମନ୍ତେ ଓ୍ବାର୍ଡବାସୀ ଓ୍ବାର୍ଡର ସ୍ଥାୟୀ କାର୍ଯ୍ୟାଳୟରେ ପ୍ରସ୍ତାବ ଦେବେ। ଏପରି କି ପ୍ରସ୍ତାବକୁ କିଭଳି କାର୍ଯ୍ୟକାରୀ କରାଯିବ ତାହା ଉପରେ ମତ ରଖିବେ। ଏହାଦ୍ୱାରା ପୌରାଞ୍ଚଳବାସୀଙ୍କ ବହୁ ସମସ୍ୟାର ସମାଧାନ ତୁରନ୍ତ ହୋଇପାରିବା ସହ ଉନ୍ନୟନ କାର୍ଯ୍ୟ ଅଧିକ ସହଜ ଓ ସୁବିଧାରେ କରାଯାଇପାରିବ।
-ସଦାନନ୍ଦ ପଣ୍ଡା, କାଉନସିଲର, ୧୬ନଂ. ଓ୍ବାର୍ଡ

 


Enter your email to get our daily news in your inbox.

All Right Reserved By Dharitri.Com

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri