ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘ସଲିଟେୟାର’ର ଆନୁଷ୍ଠାନିକ ଉନ୍ମୋଚନ (ଅନାବରଣ) ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହର୍ଷପ୍ରିୟା ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଚେତନ କୁମାର ଟେକାରିୱାଲ,ହର୍ଷ ଟେକାରିଓ୍ବାଲଙ୍କ ସମେତ ନୀଳାଚଳ ହୋମ୍ସର ପରିଚାଳନା ନିର୍ଦ୍ଦେଶକ ଗୋଲକ ବିହାରୀ ଶତପଥୀ, ଅମିତ କୁମାର ଶତପଥୀ, ସୁବାସ ମିଶ୍ର ଏବଂ ନିରଜ ଅଗ୍ରଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ହର୍ଷପ୍ରିୟା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଚେତନ କୁମାର ଟେକାରିୱାଲ କହିଛନ୍ତି, ଭୁବନେଶ୍ୱରରେ ବିଳାସ ଓ ଉଦ୍ଭାବନର ପ୍ରକୃତ ପ୍ରତିଫଳନ ସଲିଟେୟାରକୁ ଉପସ୍ଥାପିତ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ସଲିଟେୟାର ସହିତ ଆମର ଲକ୍ଷ୍ୟ କେବଳ ପୂରଣ କରିବା ନୁହେଁ ବରଂ ସମକାଳୀନ ଘରମାଲିକଙ୍କ ଆଶାକୁ ପୂରଣ କରିବା ସହ ସେମାନଙ୍କୁ ଆରାମ, ସୁନ୍ଦରତା ଏବଂ ଅତ୍ୟାଧୁନିକ ସୁବିଧାର ମିଶ୍ରଣ ପ୍ରଦାନ କରିବାକୁ ପ୍ରୟାସ ରହିଛି। ଏହି ପ୍ରକଳ୍ପରେ ଏକ ୨୧ମହଲା ବିଶିଷ୍ଟ ହାଇରାଇଜ୍‌ ଟାୱାର ରହିଛି, ଯେଉଁଥିରେ ଅତ୍ୟାବଶ୍ୟକ କମର୍ସିଆଲ ଏରିଆ ସହିତ ୧୯୨ଟି ଆବାସିକ ୟୁନିଟ୍‌ ରହିଛି। ଏଥିରେ ସବୁ ସ୍ଥାୟୀ ଏବଂ ଆଧୁନିକ ସ୍ଥାପତ୍ୟ ଦୃଷ୍ଟିକୋଣ ସହିତ ଡିଜାଇନ୍‌ କରାଯାଇଛି। ଖଣ୍ଡଗିରି ଛକ ନିକଟରେ ଅବସ୍ଥିତ ସଲିଟେୟାର ଏକ ଶାନ୍ତ ଜୀବନଯାପନ ସ୍ଥାନର ସୁବିଧା ଉପଲବ୍ଧ କରାଇବ। ସେହିଭଳି ନୀଳାଚଳ ହୋମ୍ସର ପରିଚାଳନା ନିର୍ଦ୍ଦେଶକ ଗୋଲକ ବିହାରୀ ଶତପଥୀ କହିଥିଲେ, ସଲିଟେୟାର ଏକ ବହୁତଳ ବିଶିଷ୍ଟ ଅଟ୍ଟାଳିକା ହୋଇଥିଲାବେଳେ ପ୍ରକଳ୍ପର ଡୁଆଲ ବେସ୍‌ମେଣ୍ଟ ପାର୍କିଂ ସହିତ ପରିବେଶ ଅନୁକୂଳ ନିର୍ମାଣ ଏବଂ ଜୀବନଧାରଣ ଅନୁଭୂତିକୁ ବଢ଼ାଇବା ପାଇଁ ପ୍ରସ୍ତୁତ ଅନେକ ସୁବିଧା ସୁଯୋଗ ଉପଲବ୍ଧ। ଏପରିକି ଉଦ୍ୟାନଠାରୁ ଆରମ୍ଭକରି ଉନ୍ନତ ସୁରକ୍ଷା ବ୍ୟବସ୍ଥାର ଡିଜାଇନ ଗ୍ରାହକଙ୍କ ଆବଶ୍ୟକ ଏବଂ ପରିବେଶ ସହ ସମନ୍ବୟ ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri