ପୃଥିବୀ ମୁହାଁ ସୌରଝଡ଼, ଜିପିଏସ୍‌ ସିଷ୍ଟମ୍‌-ମୋବାଇଲ ନେଟଓ୍ବାର୍କ-ସାଟେଲାଇଟ୍‌ ଟିଭି ଉପରେ ପ୍ରଭାବ ଆଶଙ୍କା…

ଓ୍ବାଶିଂଟନ, ୧୪।୪ : ସୂର୍ଯ୍ୟଙ୍କଠାରୁ ବାହାରୁଥିବା ଏକ ଉତ୍ତାପ ତରଙ୍ଗ ଝଡ଼ ପ୍ରବଳ ବେଗରେ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି। ଏହା ଯୋଗୁ ଜିପିଏସ ସିଷ୍ଟମ, ମୋବାଇଲ ନେଟୱାର୍କ ଏବଂ ସାଟେଲାଇଟ ଟିଭି ପ୍ରଭାବିତ ହେବ ବୋଲି କୁହାଯାଉଛି। ସୌରଝଡ଼ ଯୋଗୁ ପୃଥିବୀର ଉତ୍ତର ଏବଂ ଦକ୍ଷିଣ ମେରୁରେ ଆଲୋକର ପରିମାଣ ବଢ଼ିପାରେ। ଏହି ଝଡ ଦ୍ୱାରା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ପ୍ରଭାବିତ ହୋଇପାରେ।

ଉତ୍ତର କିମ୍ବା ଦକ୍ଷିଣ ମେରୁ ନିକଟରେ ରାତିର ଆକାଶରେ ସୁନ୍ଦର ଆଲୋକ ଦୃଶ୍ୟମାନ ହେବ। ଆମେରିକାର ସ୍ପେସ ଏଜେନ୍ସି କହିଛି ଯେ ଗତ କିଛି ବର୍ଷ ମଧ୍ୟରେ ସୂର୍ଯ୍ୟରେ ବହୁତ କମ ପରିବର୍ତ୍ତନ ହେବାର ଲକ୍ଷ୍ୟ କରାଯାଇଛି। ମାତ୍ର ୨୦୨୫ ବେଳକୁ ବହୁ ପରିବର୍ତ୍ତନ ଆସିବାର ଆଶଙ୍କା ରହିଛି।

ଆମେରିକାର ସ୍ପେସ ଏଜେନ୍ସି ନାସା ଅନୁଯାୟୀ, ଏହି ସୌରଝଡ଼ ଘଣ୍ଟା ପ୍ରତି ୧.୬ ମିଲିୟନ କିଲୋମିଟର ବେଗରେ ପୃଥିବୀ ଆଡକୁ ମାଡ଼ି ଆସୁଛି। କିଛି ସମୟ ମଧ୍ୟରେ ଏହାର ବେଗ ଅଧିକ ତୀବ୍ର ହେବ। ଝଡ଼ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ପ୍ରବେଶ କରିବା ମାତ୍ରେ ସାଟେଲାଇଟ୍‌ ସଙ୍କେତଗୁଡ଼ିକ ବ୍ୟାହତ ହେବ, ଯାହା ଜିପିଏସ, ଟିଭି, ମୋବାଇଲ ନେଟୱାର୍କର କାର୍ଯ୍ୟରେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।

ଆମେରିକାର ସ୍ପେସ ଏଜେନ୍ସି ନାସା ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ସୂର୍ଯ୍ୟ ପୃଷ୍ଠରେ ବିଭିନ୍ନ ରାସାୟନିକ ବିସ୍ଫୋରଣ ଘଟିଥାଏ। ସେଥିରୁ ଅତ୍ୟଧିକ ଉଜ୍ଜ୍ୱଳ ଆଲୋକ ସହିତ ବହୁ ପରିମାଣର ଶକ୍ତି ବାହାରି ଥାଏ। ଫଳରେ ଘଣ୍ଟା ପ୍ରତି ବହୁ ମିଲିୟନ ମାଇଲ ବେଗରେ ଏକ ବିଲିୟନ ଟନ ଚୁମ୍ବକୀୟ ଶକ୍ତି ମହାକାଶକୁ ବ୍ୟାପିଥାଏ। ଏହାକୁ ଜିଓମ୍ୟାଗ୍ନେଟିକ ଝଡ କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri