ହାତୀ ମୃତ୍ୟୁ ରୋକିବ ସୌର ତାରବାଡ଼

 

 

ଯୋଡ଼ା,୯।୧୦(ଡି.ଏନ୍‌.ଏ.):କେନ୍ଦୁଝର ବନଖଣ୍ଡର ଚମ୍ପୁଆ ରେଞ୍ଜ ଅଧୀନ ତଥା ଯୋଡ଼ା ବନପାଳ ଅନ୍ତର୍ଗତ ଯୁରୁଡ଼ି କ୍ରେଚ୍‌ ହଟିଂ ରେଲ୍‌ୱେ କ୍ରସିଂ ନିକଟରେ ହାତୀଙ୍କୁ ସୁରକ୍ଷା ଉଦ୍ଦେଶ୍ୟରେ ଏକ ଝୁଲନ୍ତା ସୌର ତାରବାଡ଼ (ହ୍ୟାଙ୍ଗି ସୋଲାର ଫେନ୍ସିଂ) ବ୍ୟବସ୍ଥା କରାଯାଇଛି। ଏହାକୁ ଶନିବାର କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚ୍‌ଡିଙ୍କ ଉପସ୍ଥିତିରେ ଯୋଡ଼ା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ ଉଦ୍‌ଘାଟନ କରିଛନ୍ତି। ରେଲ୍‌ୱେ କ୍ରସିଂକୁ ଲାଗି ବାମେବାରି-ଯୋଡ଼ା ରାଜ୍ୟ ରାଜପଥ ରହିଛି। ରାଜପଥ ସଂଲଗ୍ନ ଜଙ୍ଗଲରୁ ହାତୀମାନେ ଯାତାୟାତ କରୁଥିବା ବେଳେ ଉକ୍ତ ରେଲୱେ କ୍ରସିଂ ଦେଇ ରେଳଧାରଣା ମଧ୍ୟକୁ ଚାଲିଯାଆନ୍ତି। ଫଳରେ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ହାତୀଙ୍କ ଜୀବନହାନି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଥିବା ଡିଏଫ୍‌ଓ ପ୍ରକାଶ କରିଛନ୍ତି।
ପକ୍ଷରୁ ସୂଚନା ଯେ, ଏହି ପାଇଲଟ ପ୍ରୋଜେକ୍ଟ ବୈତରଣୀ (କ) ସଂରକ୍ଷିତ ଜଙ୍ଗଲରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି। ସୋଲାର ଫେନ୍ସିଂ ମାଧ୍ୟମରେ ପ୍ରାୟ ୧୦ହଜାର ଭୋଲ୍ଟ୍‌ର କରେଣ୍ଟ ୨୪ଘଣ୍ଟା ପ୍ରବାହିତ ହେବ। ଏହା ସଂସ୍ପର୍ଶରେ ହାତୀ ସମେତ ଅନ୍ୟ ବନ୍ୟପ୍ରାଣୀ ଆସିଲେ ସେମାନଙ୍କୁ ଏକ ପ୍ରକାରର କରେଣ୍ଟ୍‌ ଲାଗିବ। ଫଳରେ ସେମାନେ ସତର୍କ ହୋଇ ଆଗକୁ ଯିବାକୁ ଭୟ କରିବେ। ଏତଦ୍‌ବ୍ୟତୀତ କରେଣ୍ଟ ଲାଗିଲେ ସ୍ବୟଂ ଚାଳିତ ସାଇରନ ମଧ୍ୟ ବାଜିବ। ବ୍ୟବସ୍ଥା ଦ୍ବାରା ହାତୀ ସମେତ ବନ୍ୟପ୍ରାଣୀଙ୍କ ଜୀବନ ନିରାପଦ ରହିବ। ପ୍ରୋଜେକ୍ଟ ଓଡ଼ିଶାରେ ପ୍ରଥମ ଥର ବୋଲି ଡିଏଫ୍‌ଓ ଧନରାଜ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସୌର ତାରବାଡ଼ ବ୍ୟବସ୍ଥା କ୍ରେଚ୍‌ ହଟିଂଠାରୁ ବେହେରା ହଟିଂ ପର୍ଯ୍ୟନ୍ତ କରାଯାଇଥିବା ଚମ୍ପୁଆ ରେଞ୍ଜ ଅଧିକାରୀ ସଞ୍ଜୀବ ରାଉତ ସୂଚନା ଦେଇଛନ୍ତି।
ସମାରୋହରେ କେନ୍ଦୁଝର ଡିଏଫ୍‌ଓଙ୍କ ସମେତ ଯୋଡ଼ା ପୌରପାଳିକା ଅଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ, ଏସିଏଫ୍‌ ଅଶୋକ ଦାସ, ଘନଶ୍ୟାମ ମହାନ୍ତ, ଚମ୍ପୁଆ ରେଞ୍ଜ୍‌ ଅଧିକାରୀ ରାଉତ, ଯୋଡ଼ା ଫରେଷ୍ଟର ଅନିରୁଦ୍ଧ ପଣ୍ଡା, ଚମ୍ପୁଆ ଫରେଷ୍ଟର ପିଅନ ନାଏକ, ବାମେବାରି ଫରେଷ୍ଟର ରତ୍ନାକର ମହାନ୍ତ, ବାଲିବନ୍ଧ ଫରେଷ୍ଟର ବୁଲୁ ନାହାକ, ଫରେଷ୍ଟ ଗାର୍ଡ ନିଲମ ମହାନ୍ତ, ମାଞ୍ଚିନ ମାରାଣ୍ଡି, ବିନୋଦ ବିହାରୀ ବେହେରାଙ୍କ ସମେତ ଯୋଡ଼ା ସେକ୍ସନର ବନ ସ୍କ୍ବାଡ୍‌ ଉପସ୍ଥିତ ଥିଲେ। ଏହା ସହିତ ଓଡ଼ିଶା ଖଣି ନିଗମର ରିଜିଓନାଲ ମ୍ୟାନେଜର ଅବନୀକାନ୍ତ ପ୍ରଧାନଙ୍କ ସହିତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଗତ ମେ ୧୯ରେ ବେହେରା ହଟିଂ ଠାରେ ରେଳ ଦୁର୍ଘଟଣାରେ ୩ ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ରେଳ ମନ୍ତ୍ରଣାଳୟକୁ ରେଳ ଗାଡ଼ିର ଗତିକୁ ଘଣ୍ଟା ପ୍ରତି ୨୦ରୁ ୩୦କି.ମି. ବେଗରେ ଚଳାଇବା ପାଇଁ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri