ଦୀପାବଳି ପରଦିନ ସୂର୍ଯ୍ୟଗ୍ରହଣ: ୨୭ ବର୍ଷ ପରେ ଏଭଳି ସଂଯୋଗ, ସତର୍କ ରୁହନ୍ତୁ ଏହି ୪ ରାଶି ଲୋକ

ଚଳିତ ବର୍ଷ ଅକ୍ଟୋବର ୨୪ରେ ପାଳନ ହେବ ଆଲୋକର ପର୍ବ ଦୀପାବଳି। ଏହାର ପରଦିନ ଅର୍ଥାତ ଅକ୍ଟୋବର ୨୫ରେ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଲାଗିବ। ତେବେ ଦୀପାବଳି ଏବଂ ସୂର୍ଯ୍ୟପରାଗର ଏଭଳି ସଂଯୋଗ ୨୭ ବର୍ଷ ପରେ ହୋଇଛି ବୋଲି କୁହାଯାଉଛି। ଏହାପୂର୍ବରୁ ୧୯୯୫ରେ ଏଭଳି ହୋଇଥିଲା। ଧାର୍ମିକ ମାନ୍ୟତା ଅନୁଯାୟୀ ଗ୍ରହଣ ଲାଗିବାକୁ ଅଶୁଭ ବୋଲି କୁହାଯାଏ। ଏଥିଲାଗି ଏହି ସମୟରେ ଅନେକ ଜିନିଷ ପ୍ରତି ସାବଧାନ ରହିବା ନେଇ ପରାମର୍ଶ ଦିଆଯାଇଥାଏ। ଆସନ୍ତୁ ଜାଣିବା ଏହି ସୂର୍ଯ୍ୟଗ୍ରହଣ କେଉଁ ରାଶି ଲାଗି ଅସୁବିଧା ସୃଷ୍ଟି କରିପାରେ:-

ସୂର୍ଯ୍ୟଗ୍ରହଣ ୨୦୨୨ ତାରିଖ ଏବଂ ସମୟ:
-ସୂର୍ଯ୍ୟଗ୍ରହଣ ଅକ୍ଟୋବର ୨୫ରେ ଲାଗିବ
-ଗ୍ରହଣ ଅକ୍ଟୋବର ୨୫ ଅପରାହ୍ନ ୪ଟା ୨୮ ମିନିଟ୍‌ରୁ ଆରମ୍ଭ ହେବ।
-ଅପରାହ୍ନ ୫ଟା ୨୯ରେ ଗ୍ରହଣ ଶେଷ ହେବ(କିଛି ସ୍ଥାନରେ ଭିନ୍ନ ହୋଇପାରେ)

କେଉଁ ରାଶି ଉପରେ ପଡ଼ିବ ପ୍ରଭାବ:
ବୃଷ ରାଶି: ସୂର୍ଯ୍ୟଗ୍ରହଣ ସମୟରେ ଆପଣଙ୍କୁ ବହୁତ ସତର୍କ ରହିବାକୁ ହେବ। ସ୍ବାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନେବାକୁ ପନିବ। ଆପଣଙ୍କର ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି।

ମିଥୁନ: ସୂର୍ଯ୍ୟଗ୍ରହଣ ସମୟରେ ଆପଣ ଆର୍ଥିକ କ୍ଷତି ସହିପାରନ୍ତି। ଆପଣଙ୍କ ଭାଗ୍ୟ ଆପଣଙ୍କ ସହ ରହିବ ନାହିଁ। ଏଥିଲାଗି ପ୍ରତିଟି କାର୍ଯ୍ୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏଣୁ ଏହି ସମୟ ମଧ୍ୟରେ ସାବଧାନ ରୁହନ୍ତୁ।

କନ୍ୟା ରାଶି: ଆପଣଙ୍କର ଖର୍ଚ୍ଚ ହଠାତ ବଢ଼ିଯାଇପାରେ। ଅଧିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ମାନସିକ ଚାପରେ ରହିବେ। ଏହି ସମୟ ମଧ୍ୟରେ ଟଙ୍କା ନେଣଦେଣ, ବିନିଯୋଗରୁ ଦୂରେଇ ରୁହନ୍ତୁ।

ତୁଳା ରାଶି: ଏହି ସମୟ ମଧ୍ୟରେ ଆପଣଙ୍କୁ ସତର୍କ ରହିବାକୁ ହେବ। ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜିପାରେ। ଟଙ୍କା ମାମଲାରେ ସତର୍କ ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?