ସୌର ଶୀତଳ କକ୍ଷ ଘୋଷଣାରେ ସୀମିତ

ରସୁଲପୁର,୨ା୩(ଡି.ଏନ.ଏ.): ୨୦୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ପଞ୍ଚାୟତରେ, ଦୈନିକ ପରିବାହାଟ ନିକଟରେ ଓ ପରିବା ପରିବହନ କେନ୍ଦ୍ର ଆଦି ସ୍ଥାନରେ ସୌରଚାଳିତ ଶୀତଳ କକ୍ଷ ସ୍ଥାପନ ପାଇଁ ଘୋଷଣା କରାଯାଇଥିଲା। ହେଲେ ସରକାରଙ୍କ ଏତାଦୃଶ୍ୟ ନିଷ୍ପତ୍ତିକୁ ନେଇ ଏଯାଏ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ପାରିନାହିଁ। ଉକ୍ତ ଯୋଜନା କେବଳ ଘୋଷଣାନାମାରେ ସୀମିତ ହୋଇ ରହିଯାଇଛି। ଫଳରେ ପରିବା ଫସଲର ଅଭାବୀ ବିକ୍ରି ଓ ପଞ୍ଚାୟତ ଆୟବୃଦ୍ଧି କରିବାକୁ ଥିବା ପରିକଳ୍ପନା ଲକ୍ଷ୍ୟ ବିଫଳ ହୋଇଛି। ଚାଷୀଙ୍କ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ସୌରଚାଳିତ ଶୀତଳ କକ୍ଷ ଯୋଜନା ଏବେ ଶୀତଭଣ୍ଡାରରେ ରହିଯାଇଛି।
ଯୋଜନାରେ ପ୍ରତ୍ୟେକ ପଞ୍ଚାୟତରେ ଶୀତଳ କକ୍ଷ ନିର୍ମାଣ ସକାଶେ ଜାତୀୟ ଉଦ୍ୟାନ କୃଷି ମିଶନ ଓ ପୋଷ୍ଟ ହାର୍ଭେଷ୍ଟ ମ୍ୟାନେଜମେଣ୍ଟ୍‌ ଇନ ହର୍ଟିକଲଚର ଯୋଜନା ଅର୍ଥରୁ ବ୍ୟୟବରାଦ ପାଇଁ ବ୍ୟବସ୍ଥା ରହିଛି। ପ୍ରଥମ ପର୍ଯ୍ୟାୟରେ ୧୦୦୦ଟି ପଞ୍ଚାୟତରେ ସୌରଚାଳିତ କୁଲ୍‌ ଚାମ୍ବର ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ। ଏହି ଚାମ୍ବର ନିର୍ମାଣ ପାଇଁ ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜାତୀୟ ଉଦ୍ୟାନ କୃଷି ମିଶନରୁ ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ହୋଇଥିବା ଅନୁଦାନର ୫୦ ଶତକଡ଼ା ଓ ଅନ୍ୟ ଜିଲାଗୁଡ଼ିକ କ୍ଷେତ୍ରରେ ୩୫ ଶତକଡା ଅନୁଦାନ ଯୋଗାଇ ଦିଆଯିବ। ବଳକା ଅର୍ଥକୁ ପଞ୍ଚାୟତର ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥରେ ସୌରଚାଳିତ ଶୀତଳ ଭଣ୍ଡାର କ୍ଷେତ୍ରରେ ବିନିଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଶୀତଳ କକ୍ଷ ନିର୍ମାଣ ପାଇଁ ବିଡିଓମାନେ ଜମି ଚିହ୍ନଟ କରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପରିବା ଫସଲ ଅଭାବୀ ବିକ୍ରି ସମୟରେ ଚାଷୀମାନେ ସେମାନଙ୍କ ଉପତ୍ାଦିତ ଦ୍ରବ୍ୟକୁ ଶାଗମାଛ ଦରରେ ବିକ୍ରି ନ କରି ଶୀତଳ ଭଣ୍ଡାରରେ ସାଇତି ରଖିବେ। ସେ ବାବଦକୁ ସ୍ବଳ୍ପ ଅର୍ଥ ମାହାସୁଲ ପ୍ରଦାନ କରିବେ। ଉକ୍ତ ଅର୍ଥ ଅଦାୟ ଫଳରେ ପଞ୍ଚାୟତର ରାଜସ୍ବ ବୃଦ୍ଧି ଘଟିବ। ଏହାକୁ ଲକ୍ଷ୍ୟ ରଖି ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚକୱାରି ପରିବା ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ବିଶେଷକରି ଫୁଲକୋବି, ବନ୍ଧାକୋବି, ଟମାଟୋ ଆଦି ପରିବା ଚାଷୀଙ୍କୁ ବିଭାଗ ପକ୍ଷରୁ ମଞ୍ଜି ଓ ଫସଲ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଆର୍ଥତ୍କ ସହାୟତା ପ୍ରଦାନ କରାଯାଉଛି। ମାତ୍ର ଚାଷୀଙ୍କ ଉପତ୍ାଦିତ ଦ୍ରବ୍ୟ ବିକ୍ରିବଟା ସମୟରେ ଉଚିତ୍‌ ମୂଲ୍ୟ ମିଳିପାରୁନାହିଁ। ଶୀତଳ ଭଣ୍ଡାର ନ ଥିବାରୁ ଏସବୁ ଅସୁବିଧା ହେଉଛି। ରସୁଲପୁର ବ୍ଲକଟି ଏକ କୃଷି ପ୍ରଧାନ ଅଞ୍ଚଳ। ବାରବାଟୀଠାରେ ବସୁଥିବା ଦୈନିକ ପରିବା ହାଟର ସଜ ପରିବା ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ। ଚଳିତ କୃଷି ବର୍ଷ ଓ ରବି ଋତୁରେ ଏହି ବ୍ଲକର ୧୦୦ହେକ୍ଟର ଜମିରେ ପରିବା ଚାଷ ପାଇଁ ୫୦୦ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କ୍ରମରେ ଉପତ୍ାଦିତ କୃଷିଜାତ ଦ୍ରବ୍ୟ କଲିକତାରୁ ହାଇଦ୍ରାବାଦକୁ ସଂଯୋଗ କରୁଥିବା ୧୬ନମ୍ବର ଜାତୀୟ ରାଜପଥରେ ବାରବାଟୀ ପରିବାହାଟଠାରୁ ବିଭିନ୍ନ ସ୍ଥାନକୁ ପରିବହନ ହେଉଛି। ଏହି ହାଟ ନିକଟରେ ଶୀତଳ ଭଣ୍ଡାର ସୁବିଧା ନ ଥିବାରୁ ଚାଷୀମାନେ ଟମାଟୋ, କୋବି, ଝୁଡ଼ଙ୍ଗ, ବିନ୍ସ, କଲରା ଆଦି ଉପତ୍ାଦିତ ପରିବାକୁ କମ୍‌ ଦାମରେ ବିକ୍ରି କରି ବିପୁଳ କ୍ଷତି ସହୁଛନ୍ତି। ତେଣୁ ବ୍ଲକର ବିଭିନ୍ନ ପଞ୍ଚାୟତରେ ସୌରଚାଳିତ ଶୀତଳ କକ୍ଷ ନିର୍ମାଣ ଦିଗରେ ତ୍ୱରିତ ପଦକ୍ଷେପ ନିଆଯାଇପାରିଲେ ଚାଷୀ ଓ ପଞ୍ଚାୟତର ବିକାଶ ଦିଗରେ ସହାୟକ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି। ଏ ସମ୍ପର୍କରେ ରସୁଲପୁର ବ୍ଲକ ଉଦ୍ୟାନ କୃଷି ବିଭାଗ ଅଧିକାରୀ ଜୟଦେବ ସିଟ୍‌ଙ୍କୁ ପଚାରିବାରୁ ସେ କହିଛନ୍ତି, ସୌର ଚାଳିତ ଶୀତଳଭଣ୍ଡାର ସ୍ଥାପନକୁ ନେଇ ତାଙ୍କୁ କୌଣସି ସୂଚନା ମିଳିନାହିଁ। ଜିଲା ଉଦ୍ୟାନ କୃଷି କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଜିଲାପାଳଙ୍କ ସହ ଆଲୋଚନା ଜାରି ରହିଛି। ମାତ୍ର ତୃଣମୂଳସ୍ତରରେ କ’ଣ ପଦକ୍ଷେପ ନିଆଯିବ ସେ ନେଇ କୌଣସି ନିର୍ଦ୍ଦେଶ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri