ସୋଲା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର, ୨୭।୧୨(ସ୍ବ.ପ୍ର.)-ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷ ଓ ଚାଷୀ ମାନଙ୍କ ବିକାଶ କଥା କହୁଛନ୍ତି । କିନ୍ତୁ କେନ୍ଦୁଝର ଜିଲାରେ ଧାନ ସହିତ ଲାଭଜନକ ସୋଲା ଚାଷ କରି ବହୁ ବର୍ଷ ଧରି ଜୀବନଜୀବିକା ବିତାଉଥିବା ହଜାର ହଜାର ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ। ଫଳରେ ଚାଷୀ ମାନେ ଚିନ୍ତାରେ ରହୁଛନ୍ତି। ସରକାରୀ ସ୍ତରରେ ବିହନ ଯୋଗାଣ ହେଉ ନ ଥିବା କିମ୍ବା ଜଳସେଚନର ସୁବିଧା ନ ଥିବା ଏବଂ ଅମଳ ସାମଗ୍ରୀ ବିକ୍ରି ପାଇଁ ବଜାରର ଅଭାବ ଯୋଗୁ ଚାଷୀମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି ।
ପ୍ରକାଶ ଯେ, କେନ୍ଦୁଝର ଜିଲାର ହରିଚନ୍ଦନପୁର ବ୍ଲକର ଧନୁର୍ଜୟପୁର, ସାନକମଣ୍ଡରା, ବଡକମଣ୍ଡରା, ହାତୀନୋଟା, ମିଶ୍ରମାଳ, ଖୁଣ୍ଟବନ୍ଧ, ଗୋପିନାଥପୁର, ବ୍ରାହ୍ମଣୀପଙ୍ଗା, ତଅଁଳାଅତା, ଦଧିବାମନପୁର, କାଳୀମାଟି ଆଦି ଗ୍ରାମର ଲୋକ ମାନେ ଏଭଳି ସୋଲା ଓ ଅନ୍ୟ ପନିପରିବା ଚାଷ କରି ଚଳିଆସୁଛନ୍ତି । ଚାଷ ହିଁ ସେମାନଙ୍କ ଜୀବନଜୀବିକା। କିନ୍ତୁ ଜଳସେଚନର କୌଣସି ସୁବିଧା ନାହିଁ। କାଇଁଝରୀ ନାଳରେ ଚକ୍ରଧର ନିକଟରେ ଡ୍ୟାମ ହେଲେ ହଜାର ହଜାର ଚାଷୀ ପରିବାର ଉପକୃତ ହୋଇପାରନ୍ତେ। ଏହି ସବୁ ଗ୍ରାମ ଦେଇ ବୋହି ଯାଉଥିବା ଚିରସ୍ରୋତା କାଇଁଝରୀ ନଦୀରେ ବନ୍ଧ ପାଇଁ ଦାବି ହୋଇ ଆସୁଥିଲେ ହେଁ ଶୁଣିବାକୁ କେହି ନାହିଁ । ଏପରିକି ଜିଲାପାଳଙ୍କ ଠାରେ ଅଭିଯୋଗ ପରେ ଏଲଆଇ ପଏଣ୍ଟ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା କିନ୍ତୁ ଅଦ୍ୟାବଧି ବସା ଗଲା ନାହିଁ। ଫଳରେ ପାଣି ପାଇଁ ଚଳିତ ବର୍ଷ ସୋଲା ଚାଷ ନଷ୍ଟ ହୋଇଗଲା ବୋଲି କହିଛନ୍ତି।
୬୦ ଟଙ୍କା ଲିଟରରେ କିରୋସିନି କିଣିବାକୁ ପଡୁଛି । ସାର, ପାଣି ସବୁ କିଣି ଚାଷ କରିବାକୁ ପଡୁଛି। ଏଣୁ ଲାଭ କେଉଁଠୁ ପାଇବୁ ବୋଲି ଚାଷୀ ମାନେ ମତବ୍ୟକ୍ତ କରୁଛନ୍ତି । ମୋଟର ଭଡା ରେ ଆଣିଲେ ଘଣ୍ଟାରେ ୧୬୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ହଳ କରି ଚାଷ କରୁଛୁ । ସୋଲା ବ୍ୟତୀତ ମଟର, ସୂର୍ଯ୍ୟମୁଖୀ, ବାଇଗଣ, କୋବି, ବିଲାତି, ରସୁଣ, ପିଆଜ, ଶାଗ ଆଦି କରୁଛୁ । ଏଲଆଇ ପଏଣ୍ଟ ହେଲେ ସୁବିଧା ହୁଅନ୍ତା ଓ ଚାଷ ବାସ କରି ଚଳନ୍ତୁ। ଏଣୁ ପାଣି ସହିତ ସୁବିଧାରେ ବିହନ ଓ ସାର ଯୋଗାଇଦେଲେ ସମସ୍ତେ ଉପକୃତ ହୋଇ ପାରନ୍ତେ ବୋଲି ମତ ବ୍ୟକ୍ତ କରିଛନ୍ତି । ରାଧୁ ନାଏକ, ବଡ କମଣ୍ଡରା ଗ୍ରାମର ବରିଷ୍ଠ ଚାଷୀ କହିଛନ୍ତି ଯେ, ଚଳିତ ବର୍ଷ ବର୍ଷା ହେଲା ନାହିଁ। ଏଣୁ ସୋଲା ଗଛରେ ପୋକ ଲାଗିଲା ଏବଂ ଚାଷ ନଷ୍ଟ ହୋଇଗଲା। ୬ ହଜାର ଟଙ୍କାର ବିହନରେ ଚାଷ କରିଥିଲୁ । କିନ୍ତୁ ଗତ ବର୍ଷ କମ ବିହନରେ କରିଥିବା ଚାଷ ଠାରୁ କମ ଅମଳ ହେଉଛି। ପାଖାପାଖି ୮୦ ହଜାର ଟଙ୍କା ପାଇବା କଥା। କିନ୍ତୁ ଚଳିତ ବର୍ଷ ଅଧା ମିଳିବ ନାହିଁ। ବିହନ ଓ ଔଷଧ ଯୋଗାଇଦିଆଯାଉନାହିଁ।
ଏସମ୍ପର୍କରେ କୃଷି ଉପନିର୍ଦ୍ଦେଶକ ଶରତ ଚନ୍ଦ୍ର ଦାସ କହିଛନ୍ତି ଯେ ସୋଲା ଚାଷୀଙ୍କୁ କୃଷି ବିଭାଗ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି । ଝୁମ୍ପୁରା, ଯୋଡ଼ା ଓ ଚମ୍ପୁଆ ବ୍ଲକ ଅଞ୍ଚଳରେ ଅଧିକ ସୋଲା ଚାଷୀ ଥିବାରୁ ସେମାନଙ୍କୁ ସହାୟତା ଦିଆଯାଉଛି । ଆସନ୍ତା ବର୍ଷ ହରିଚନ୍ଦନପୁର ବ୍ଲକ ଅଞ୍ଚଳରେ ସୋଲା ଚାଷୀଙ୍କୁ ସହାୟତା ଦେବାକୁ ପଦକ୍ଷେପ ନେବୁ। ବଜାର ଅଭାବରୁ ଖର୍ଚ୍ଚାନ୍ତ ହୋଇ କେନ୍ଦୁଝର ସହରକୁ ସୋଲା ବିକିବାକୁ ଆସିଥାନ୍ତି । ୧୦୦ ଟଙ୍କାରେ ୧୨ ରୁ ୧୫ ବିଡା ସୋଲା ବେପାରୀ ମାନଙ୍କୁ ବିକିଥାନ୍ତି । ଚଳିତ ବର୍ଷ ଅମଳ କମ ହୋଇଥିବାରୁ ଦାମ ବୃଦ୍ଧି ପାଇବା ଆଶଙ୍କା ଥିବା ବେଳେ ବେପାରୀ ମାନେ ଅଧିକ ଦାମରେ କିଣିବାକୁ ଅମଙ୍ଗ ହେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri