ସୋଲା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର, ୨୭।୧୨(ସ୍ବ.ପ୍ର.)-ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷ ଓ ଚାଷୀ ମାନଙ୍କ ବିକାଶ କଥା କହୁଛନ୍ତି । କିନ୍ତୁ କେନ୍ଦୁଝର ଜିଲାରେ ଧାନ ସହିତ ଲାଭଜନକ ସୋଲା ଚାଷ କରି ବହୁ ବର୍ଷ ଧରି ଜୀବନଜୀବିକା ବିତାଉଥିବା ହଜାର ହଜାର ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ। ଫଳରେ ଚାଷୀ ମାନେ ଚିନ୍ତାରେ ରହୁଛନ୍ତି। ସରକାରୀ ସ୍ତରରେ ବିହନ ଯୋଗାଣ ହେଉ ନ ଥିବା କିମ୍ବା ଜଳସେଚନର ସୁବିଧା ନ ଥିବା ଏବଂ ଅମଳ ସାମଗ୍ରୀ ବିକ୍ରି ପାଇଁ ବଜାରର ଅଭାବ ଯୋଗୁ ଚାଷୀମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି ।
ପ୍ରକାଶ ଯେ, କେନ୍ଦୁଝର ଜିଲାର ହରିଚନ୍ଦନପୁର ବ୍ଲକର ଧନୁର୍ଜୟପୁର, ସାନକମଣ୍ଡରା, ବଡକମଣ୍ଡରା, ହାତୀନୋଟା, ମିଶ୍ରମାଳ, ଖୁଣ୍ଟବନ୍ଧ, ଗୋପିନାଥପୁର, ବ୍ରାହ୍ମଣୀପଙ୍ଗା, ତଅଁଳାଅତା, ଦଧିବାମନପୁର, କାଳୀମାଟି ଆଦି ଗ୍ରାମର ଲୋକ ମାନେ ଏଭଳି ସୋଲା ଓ ଅନ୍ୟ ପନିପରିବା ଚାଷ କରି ଚଳିଆସୁଛନ୍ତି । ଚାଷ ହିଁ ସେମାନଙ୍କ ଜୀବନଜୀବିକା। କିନ୍ତୁ ଜଳସେଚନର କୌଣସି ସୁବିଧା ନାହିଁ। କାଇଁଝରୀ ନାଳରେ ଚକ୍ରଧର ନିକଟରେ ଡ୍ୟାମ ହେଲେ ହଜାର ହଜାର ଚାଷୀ ପରିବାର ଉପକୃତ ହୋଇପାରନ୍ତେ। ଏହି ସବୁ ଗ୍ରାମ ଦେଇ ବୋହି ଯାଉଥିବା ଚିରସ୍ରୋତା କାଇଁଝରୀ ନଦୀରେ ବନ୍ଧ ପାଇଁ ଦାବି ହୋଇ ଆସୁଥିଲେ ହେଁ ଶୁଣିବାକୁ କେହି ନାହିଁ । ଏପରିକି ଜିଲାପାଳଙ୍କ ଠାରେ ଅଭିଯୋଗ ପରେ ଏଲଆଇ ପଏଣ୍ଟ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା କିନ୍ତୁ ଅଦ୍ୟାବଧି ବସା ଗଲା ନାହିଁ। ଫଳରେ ପାଣି ପାଇଁ ଚଳିତ ବର୍ଷ ସୋଲା ଚାଷ ନଷ୍ଟ ହୋଇଗଲା ବୋଲି କହିଛନ୍ତି।
୬୦ ଟଙ୍କା ଲିଟରରେ କିରୋସିନି କିଣିବାକୁ ପଡୁଛି । ସାର, ପାଣି ସବୁ କିଣି ଚାଷ କରିବାକୁ ପଡୁଛି। ଏଣୁ ଲାଭ କେଉଁଠୁ ପାଇବୁ ବୋଲି ଚାଷୀ ମାନେ ମତବ୍ୟକ୍ତ କରୁଛନ୍ତି । ମୋଟର ଭଡା ରେ ଆଣିଲେ ଘଣ୍ଟାରେ ୧୬୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ହଳ କରି ଚାଷ କରୁଛୁ । ସୋଲା ବ୍ୟତୀତ ମଟର, ସୂର୍ଯ୍ୟମୁଖୀ, ବାଇଗଣ, କୋବି, ବିଲାତି, ରସୁଣ, ପିଆଜ, ଶାଗ ଆଦି କରୁଛୁ । ଏଲଆଇ ପଏଣ୍ଟ ହେଲେ ସୁବିଧା ହୁଅନ୍ତା ଓ ଚାଷ ବାସ କରି ଚଳନ୍ତୁ। ଏଣୁ ପାଣି ସହିତ ସୁବିଧାରେ ବିହନ ଓ ସାର ଯୋଗାଇଦେଲେ ସମସ୍ତେ ଉପକୃତ ହୋଇ ପାରନ୍ତେ ବୋଲି ମତ ବ୍ୟକ୍ତ କରିଛନ୍ତି । ରାଧୁ ନାଏକ, ବଡ କମଣ୍ଡରା ଗ୍ରାମର ବରିଷ୍ଠ ଚାଷୀ କହିଛନ୍ତି ଯେ, ଚଳିତ ବର୍ଷ ବର୍ଷା ହେଲା ନାହିଁ। ଏଣୁ ସୋଲା ଗଛରେ ପୋକ ଲାଗିଲା ଏବଂ ଚାଷ ନଷ୍ଟ ହୋଇଗଲା। ୬ ହଜାର ଟଙ୍କାର ବିହନରେ ଚାଷ କରିଥିଲୁ । କିନ୍ତୁ ଗତ ବର୍ଷ କମ ବିହନରେ କରିଥିବା ଚାଷ ଠାରୁ କମ ଅମଳ ହେଉଛି। ପାଖାପାଖି ୮୦ ହଜାର ଟଙ୍କା ପାଇବା କଥା। କିନ୍ତୁ ଚଳିତ ବର୍ଷ ଅଧା ମିଳିବ ନାହିଁ। ବିହନ ଓ ଔଷଧ ଯୋଗାଇଦିଆଯାଉନାହିଁ।
ଏସମ୍ପର୍କରେ କୃଷି ଉପନିର୍ଦ୍ଦେଶକ ଶରତ ଚନ୍ଦ୍ର ଦାସ କହିଛନ୍ତି ଯେ ସୋଲା ଚାଷୀଙ୍କୁ କୃଷି ବିଭାଗ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି । ଝୁମ୍ପୁରା, ଯୋଡ଼ା ଓ ଚମ୍ପୁଆ ବ୍ଲକ ଅଞ୍ଚଳରେ ଅଧିକ ସୋଲା ଚାଷୀ ଥିବାରୁ ସେମାନଙ୍କୁ ସହାୟତା ଦିଆଯାଉଛି । ଆସନ୍ତା ବର୍ଷ ହରିଚନ୍ଦନପୁର ବ୍ଲକ ଅଞ୍ଚଳରେ ସୋଲା ଚାଷୀଙ୍କୁ ସହାୟତା ଦେବାକୁ ପଦକ୍ଷେପ ନେବୁ। ବଜାର ଅଭାବରୁ ଖର୍ଚ୍ଚାନ୍ତ ହୋଇ କେନ୍ଦୁଝର ସହରକୁ ସୋଲା ବିକିବାକୁ ଆସିଥାନ୍ତି । ୧୦୦ ଟଙ୍କାରେ ୧୨ ରୁ ୧୫ ବିଡା ସୋଲା ବେପାରୀ ମାନଙ୍କୁ ବିକିଥାନ୍ତି । ଚଳିତ ବର୍ଷ ଅମଳ କମ ହୋଇଥିବାରୁ ଦାମ ବୃଦ୍ଧି ପାଇବା ଆଶଙ୍କା ଥିବା ବେଳେ ବେପାରୀ ମାନେ ଅଧିକ ଦାମରେ କିଣିବାକୁ ଅମଙ୍ଗ ହେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ତାଣ୍ଡବ ରଚିଲା ବର୍ଷା! ରାଜଧାନୀରେ ଭୁଶୁଡ଼ିଲା କୋଠା; ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୬।୯: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ପ୍ରବଳ ବର୍ଷା ଯୋଗୁ ତାଣ୍ଡବ ସୃଷ୍ଟି ହୋଇଛି। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ହଠାତ ଏକ କୋଠା…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri