ଧାନ ଫସଲରେ ମାଟିଆ ପୋକ, ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୨୫ା୧୦: ଚଳିତବର୍ଷର ଲଗାଣ ବର୍ଷା, ବନ୍ୟା ପରେ ସାର ଓ ରାସାୟନିକ ଔଷଧର ଅଭାବ ଚିନ୍ତାର କାରଣ ସାଜିଛି। ଧାନ ଫସଲରେ ମାଟିଆ ପୋକ ଯୋଗୁ ଗଛଗୁଡିକ ନଷ୍ଟ ହୋଇଯାଉଛି। ଫଳରେ ଜିଲାର ୮ ବ୍ଲକ ଅଞ୍ଚଳର ଖରିଫ ଧାନ ଅମଳ କମିବା ଚିନ୍ତା ଚାଷୀଙ୍କୁ ଘାରିଛି। ଜିଲାରେ ସାରର ଅଭାବୀ ବିକ୍ରି ଚାଲିଛି। ୟୁରିଆ ବସ୍ତା ପ୍ରତି ୨୦୦ ଟଙ୍କା ଉଚ୍ଚ ଦରରେ ଚାଷୀ କିଣିବାକୁ ବାଧ୍ୟ ହେଉଛନ୍ତି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ଚାଷୀଙ୍କ ପାଇଁ ଚଳିତବର୍ଷ ସଙ୍କଟମୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମେ ଲଗାଣବର୍ଷା ଓ ପରେ ବନ୍ୟା ଆସି ଖରିଫ ଚାଷକୁ ନଷ୍ଟ କରିଥିଲା। ତେବେ ଚାଷୀମାନେ ପୁଣି ଥରେ ଧାନ ରୋଇ ଥିବା ବେଳେ ମାଟିଆ ପୋକ ଦେଖାଦେଇଛି। ଏଥିଯୋଗୁ ଧାନ ନଷ୍ଟ ସାଙ୍ଗକୁ ଅମଳ କମିବ ବୋଲି ଆକଳନ କରାଯାଉଛି। ସେହିପରି ଜିଲା ମଧ୍ୟରେ ଥିବା ୧୨୧ ପ୍ୟାକ୍ସ ମଧ୍ୟରୁ ୨୯ଟି ପ୍ୟାକ୍ସରେ ୟୁରିଆ ସାର ପହଞ୍ଚତ୍ ନାହିଁ। ଫଳରେ କେତେଜଣ ସାର ବ୍ୟବସାୟୀ ଏହାର ଫାଇଦା ଉଠାଉଛନ୍ତି। କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ପ୍ରତିବର୍ଷ ଖରିଫ ଧାନ ସମୟରେ ପୋକ ଲାଗିବା ଫଳରେ ୩୦ରୁ ୪୦ ପ୍ରତିଶତ ଚାଷ ନଷ୍ଟ ହେଉଛି। ଏ ନେଇ କୃଷି ବିଶେଷଜ୍ଞ ନିରୀକ୍ଷଣ କରି ଆବଶ୍ୟକ ପରାମର୍ଶ ସହ ରାସାୟନିକ ସାର ଓ ଔଷଧ ବ୍ୟବସ୍ଥା କରିବା କଥା। ସାର ଓ ଔଷଧ ପର୍ଯ୍ୟାପ୍ତ ପରିମାଣରେ ଜିଲାରେ ମିଳୁ ନ ଥିବାରୁ ଚାଷୀଙ୍କ କ୍ଷତିଭରଣା ସରକାର କରିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗଁାର ଚାଷୀ ଜଗଦୀଶ ପତି କହିଛନ୍ତି, ଚଳିତବର୍ଷ ଚାଷ ପାଇଁ ନିକଟସ୍ଥ ସମବାୟ ସମିତିରୁ ୩୦ ହଜାର ଟଙ୍କା ଋଣ କରିଛି। ତେବେ ସାରର ଅଭାବ ଓ ପୋକ ସଂକ୍ରମଣରେ ଚାଷଜମି ନଷ୍ଟ ହୋଇଛି। ଏ ପରିସ୍ଥିତିରେ ଋଣ ଶୁଝିବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା କୃଷି ଉପନିର୍ଦ୍ଦେଶକ ଶରତ ଚନ୍ଦ୍ର ଦାସଙ୍କୁ ପଚାରିବାରେ ଜିଲାର କେନ୍ଦ୍ରାପଡ଼ା ବ୍ଲକକୁ ଛାଡି ଅନ୍ୟ ୮ଟି ବ୍ଲକରେ ମାଟିଆ ପୋକ ଦେଖାଦେଇଛନ୍ତି। ଜମିରୁ ପାଣି ନିଷ୍କାସନ କରି ପୁନର୍ବାର ପାଣି ଭରିବା, ଏ ସମୟରେ ଯବକ୍ଷାରଯାନ ଜାତୀୟ ସାର ପ୍ରୟୋଗ ନ କରିବା, ଅନୁମୋଦିତ ଭାବେ ପଟାସ ସାର ପ୍ରୟୋଗ କରିବା ଆଦି କେତେକ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ଚାଷୀଙ୍କୁ ସତର୍କ କରାଯାଉଛି। ଗୋଟିଏ ପ୍ରକାର କୀଟନାଶକ ଔଷଧ ବ୍ୟବହାର ନକରି ଅଦଳବଦଳ ପାଇଁ ପରାମର୍ଶ ଦିଆଯାଉଛି। ୫୦ ପ୍ରତିଶତ ରିହାତିରେ ରାସାୟନିକ ଔଷଧ ଚାଷୀଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଓ ସାରର ଅଭାବୀ ବିକ୍ରିକୁ ରୋକାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri