‘ମୃତ୍ତିକା ନମୁନା ସଂଗ୍ରହ ଆପ୍‌ରେ ଆବଶ୍ୟକ ସଂଶୋଧନ ଦରକାର’

ଭୁବନେଶ୍ବର, ୯ା୬(ବ୍ୟୁରୋ): ନବୀକୃତ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ପୋର୍ଟାଲର ମୃତ୍ତିକା ନମୁନା ସଂଗ୍ରହ ଆପ୍‌ରେ ଆବଶ୍ୟକ ସଂଶୋଧନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୁରୁବାର କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖି ଚାଷୀଙ୍କ ହିତ ଦୃଷ୍ଟିରୁ ନୂତନ ଆପ୍‌ରେ ପୂର୍ବଧାରା ଅନୁସାରେ ଗୋଟିଏ ଗ୍ରୀଡ୍‌ର ନମୁନାରେ ଏକାଧିକ କୃଷକଙ୍କୁ ପଞ୍ଜୀକରଣ କରିବାର ସୁବିଧା ଯୋଗାଇବା ଲାଗି ଅନୁରୋଧ କରିଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଚାଷ କାର୍ଯ୍ୟ ନିମନ୍ତେ ମୃତ୍ତିକାର ସ୍ବାସ୍ଥ୍ୟ ଓ ଗୁଣବତ୍ତା ବଜାୟ ରଖିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ୨୦୨୨-୨୩ରୁ ରାଜ୍ୟରେ ଗ୍ରୀଡ୍‌ ବ୍ୟବସ୍ଥାରେ ଚାଷୀଙ୍କ କ୍ଷେତରୁ ମୃତ୍ତିକା ନମୁନା ସଂଗ୍ରହ ଏବଂ ପରୀକ୍ଷଣକରି ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରାଯାଇ ଆସୁଥିଲା। ଏଥିପାଇଁ ୩ ବର୍ଷିଆ ଯୋଜନାରେ ରାଜ୍ୟର ପ୍ରାୟ ୧୩ ଲକ୍ଷ ୫୭ ହଜାର ଗ୍ରୀଡ୍‌ ବ୍ୟବସ୍ଥା କରାଯାଇ ଅଧିକରୁ ଅଧିକ ଚାଷୀଙ୍କୁ ସ୍ବାସ୍ଥ୍ୟକାର୍ଡ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି। ଏହି ଗ୍ରୀଡ୍‌ ବ୍ୟବସ୍ଥାରେ ଗୋଟିଏ ସଂଗୃହୀତ ମାଟି ନମୁନା ମାର୍ଫତରେ ଏକାଧିକ ଚାଷୀଙ୍କ ନାମ ପଞ୍ଜୀକରଣ କରିବାର ବ୍ୟବସ୍ଥା ଥିଲା। ହେଲେ ଡିସେମ୍ବର ୨୦୨୨ରେ କେନ୍ଦ୍ର ସରକାର ସେହି ପୋର୍ଟାଲକୁ ବନ୍ଦ କରିଦେଇ ମାର୍ଚ୍ଚ ୨୦୨୩ରେ ଏକ ରୂପାନ୍ତରିତ ପୋର୍ଟାଲର ପ୍ରଚଳନ କଲେ। ନୂତନ ଆପ୍‌ରେ ଗୋଟିଏ ଗ୍ରୀଡ୍‌ରୁ ସଂଗୃହୀତ ସମ୍ମିଶ୍ରିତ ନମୁନା ମୃତ୍ତିକା ଅଧୀନରେ ଏକାଧିକ ଚାଷୀଙ୍କ ନାମ ପଞ୍ଜୀକରଣର ସୁବିଧା ନାହିଁ। ଫଳରେ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ପ୍ରସ୍ତୁତ କରି ଚାଷୀଙ୍କୁ ଯୋଗାଇଦେବା ସମ୍ଭବପର ହୋଇପାରୁ ନାହିଁ। ଏନେଇ ଗତ ମାସ ୧୧ ତାରିଖରେ ଚିଠି ଲେଖାଯାଇଥିବା ସତ୍ତ୍ୱେ କୌଣସି ଉତ୍ତର ମିଳିନାହିଁ। ତେଣୁ ଏ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ପୋର୍ଟାଲ ଓ ମୃତ୍ତିକା ସଂଗ୍ରହ ଆପ୍‌ରେ ଆବଶ୍ୟକ ସଂଶୋଧନ ଲାଗି ତୋମାରଙ୍କୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri