ଅଳକା ଖନନ ଠିକ୍‌ ଭାବେ ହୋଇ ପାରିନାହିଁ: ମୁଖ୍ୟମନ୍ତ୍ରୀ

ଜଗତସିଂହପୁର,୨୩ା୮(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଏକଦା ଲାଇଫଲାଇନ୍‌ କୁହାଯାଉଥିବା ଅଳକା ନଦୀ ଆଜି ମୃତପ୍ରାୟ। ଏହି ନଦୀର ଅନେକ ସ୍ଥାନ ଜବରଦଖଲରେ ଅଛି। ଏହାକୁ ନେଇ ଜଗତ୍‌ସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଚିନ୍ତାପ୍ରକଟ କରିଛନ୍ତି। ଏହି ନଦୀକୁ ଜମି ମାଫିଆ ଏବଂ ତତ୍କାଳୀନ ସରକାରଙ୍କ କିଛି ଅସାଧୁ ଅଧିକାରୀ ମିଳିମିଶି କିପରି ଗୋଳମାଳ କରିଛନ୍ତି ସେ ପ୍ରସଙ୍ଗ ଉଠାଇ ଏହାର ପୁନରୁଦ୍ଧାର ପାଇଁ ସରକାର କି ପଦକ୍ଷେପ ନେବେ ତା’ଉପରେ ବିଧାୟକ ବିଧାନସଭାରେ ପ୍ରଶ୍ନ କରିଛନ୍ତି। ଗୁରୁବାର ଏହାର ଉତ୍ତର ମିଳିଛି। ଉତ୍ତରରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଳକା ଠିକ୍‌ ଭାବେ ଖନନ ହୋଇପାରି ନ ଥିବା ସ୍ବୀକାର କରିଛନ୍ତି। ସେ ଦର୍ଶାଇଛନ୍ତି, ଏହି ବିଭାଗ ଦ୍ୱାରା ଅଳକା ନଦୀର ଉନ୍ନତୀକରଣ ପାଇଁ ୨୦୨୩ରେ କାର୍ଯ୍ୟାଦେଶ ଦିଆଯାଇଥିଲା। ଜମି ମାଫିଆମାନଙ୍କଠାରୁ ଅଳକା ନଦୀକୁ ଅବରୋଧମୁକ୍ତ କରିବା ପାଇଁ ଜଗତ୍‌ସିଂହପୁର ତହସିଲଦାରଙ୍କୁ ଅବଗତ କରାଯାଇଥିଲା। ଏହାପରେ ଆର୍‌ଆଇ ଓ ଅମିନମାନଙ୍କ ଦ୍ୱାରା ମାପ ହୋଇଥିଲା ଏବଂ ପରେ ତହସିଲଦାରଙ୍କ ପରାମର୍ଶକ୍ରମେ ଖନନ କାର୍ଯ୍ୟ କରାଯାଇଥିଲା। କିନ୍ତୁ ଅନୁମୋଦିତ ନକ୍ସା ଦ୍ୱାରା ନିର୍ଦ୍ଧାରିତ ପ୍ରସ୍ଥ ଅନୁସାରେ ଅଳକା ଖନନ କାର୍ଯ୍ୟ ହୋଇପାରି ନ ଥିଲା। ତେବେ ଜିଲା ପ୍ରଶାସନ ଉଦ୍ୟମରେ ଅଳକା ନଦୀକୁ ପୂର୍ଣ୍ଣ ଅବରୋଧମୁକ୍ତ କରାଗଲେ ଏହାର ପୁନରୁଦ୍ଧାର ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସେହିପରି ଦେବୀ ନଦୀ ଉପରେ ଚାଲିଥିବା ବାଲିଘାଟ ଓ ବାଲି ଚୋରା ଚାଲାଣକୁ ନେଇ ବିଧାୟକ ଦାସ କେତୋଟି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦର୍ଶାଇଛନ୍ତି ଯେ, ଏହି ନଦୀ ଉପରେ ସରକାରଙ୍କ ତରଫରୁ ମୋଟ ୧୧ଟି ସରକାରୀ ବାଲିଘାଟ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି। ବାଲି ଚୋରା ଚାଲାଣ ରୋକିବା ପାଇଁ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିବା ସହ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୪୨,୧୩,୪୦୬ ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିସହ ୨ଟି ପୋଲିସ ମୋକଦ୍ଦମା ରୁଜୁ ହୋଇପାରିଛି। ତେବେ ବାଲି ଘାଟଠାରୁ ନିକଟସ୍ଥ ମୁଖ୍ୟ ରାସ୍ତାକୁ ସଂଯୋଗ କରିବା ପାଇଁ ମାଇନିଂ ପ୍ଲାନ ଅନୁସାରେ ଆପ୍ରୋଚ ରୋଡର ପ୍ରାବଧାନ ରହିଛି। ଉଚ୍ଚ ନ୍ୟାୟାଳୟରେ ରୁଜୁ ଡବ୍ଲ୍ୟୁପିସି (ନଂ. ୬୩୭୫/୨୦୨୩) ଉପରେ ବିଚାରପତି ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ବାଲି ଗାଡି ରାତି ୯ଟାରୁ ସକାଳ ୭ଟା ଭିତରେ ଚାଲିପାରିବ ବୋଲି ମନ୍ତ୍ରୀ ଉତ୍ତର ଦେଇଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ କେତେକ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି ଜିଲାରେ ବେଫିକର ଭାବେ ଦିନ, ରାତି ବାଲି ଚୋରା ଚାଲାଣ ଚାଲିଛି। ବାଲିମାଫିଆ, ଖଣି ବିଭାଗର ଅଧିକାରୀ, ପୋଲିସ ଓ ତହସିଲଦାରଙ୍କ ସଲାସୁତୁରାରେ ଏଭଳି ଚାଲିଥିଲେ ସୁଦ୍ଧା ଅଭିଯୋଗ କଲେ ବି କିଛି ଫଳ ମିଳୁନି। ଏଥିଯୋଗୁ କେବଳ ରାସ୍ତା ଖରାପ ହେଉନି ବରଂ ପ୍ରତ୍ୟହ ଦୁର୍ଘଟଣା ଯୋଗୁ ଅନେକ ଆହତ ହେଉଛନ୍ତି। ମାଫିଆମାନଙ୍କ ଦୌରାତ୍ମ୍ୟ ଲୋକଙ୍କୁ ଅତିଷ୍ଠ କରିଦେଉଛି। ତେଣୁ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ। ନଚେତ ବାଲି ମାଫିଆମାନେ ଅଧିକ ସକ୍ରିୟ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri