ରେଭେନ୍‌ଶାରେ ମୃତ୍ତିକାବିହୀନ ଫୁଲଚାଷ

କଟକ ଅଫିସ,୩୦ା୫: ଜନସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲୋକମାନେ ରହିବା ପାଇଁ ବାସୋପଯୋଗୀ ଜମି ବ୍ୟତୀତ ଚାଷଜମିରେ ଘର କରୁଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ଚାଷ ପାଇଁ ଜମିର ଅଭାବ ଦେଖାଦେଲାଣି। କମ୍‌ ଜାଗାରେ କିଭଳି ଅଧିକ ଉତ୍ପାଦନ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ମାଟି ବ୍ୟବହାର କରା ନ ଯାଇ ହାଇଡ୍ରୋପୋନିକ୍‌ ପ୍ରଣାଳୀରେ କିଭଳି ଫୁଲ, ଫଳ ଓ ପନିପରିବା ଚାଷ କରାଯାଇପାରିବ ସେନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଗବେଷଣା କରାଯାଉଛି। ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ଥିବା ସବୁଜ ଘର ଭିତରେ ଗେଣ୍ଡୁ, ରଜନୀଗନ୍ଧା, ଜାରବେରା, ପିଟୁନିଆ ଆଦି ଫୁଲ ହାଇଡ୍ରୋପୋନିକ୍‌ ପ୍ରଣାଳୀରେ ଚାଷ କରାଯାଉଛି। ଏଠାରେ ବିନା ମାଟିରେ ଲାଗିଥିବା ଗଛ କେବଳ ପାଣିରେ ବଞ୍ଚିଛି। ଚାରା ମୂଳରେ ନଡ଼ିଆ କତାଗୁଣ୍ଡ ଦେଇ ଏହାକୁ ଏକ ଷ୍ଟାଣ୍ଡ ସାହାଯ୍ୟରେ ପାଣିରେ ରଖାଯାଇଛି। ଗଛ ବଢ଼ିଲେ ଏହାର ଚେର ପାଣିରେ ବଢ଼ିଥାଏ। ବିଶ୍ୱବିଦ୍ୟାଳୟର ୨୫୦ ସ୍କୋୟାର ଫୁଟ ଜାଗାରେ ଏହି ପ୍ରଣାଳୀରେ ୪୦୦ରୁ ଊର୍ଦ୍ଧ୍ୱ ଫୁଲଗଛ ଲାଗିଛି ା ଏ ସମ୍ପର୍କରେ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର କ୍ଷୀରୋଦ କୁମାର ସାହୁ କହିଛନ୍ତି, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ମିଳିଥିବା ହାଇଡ୍ରୋପୋନିକ ପ୍ରଣାଳୀର ଏହା ଅଂଶବିଶେଷ। ମାଟିରୁ ମିଳୁଥିବା ପୁଷ୍ଟିସାର କୃତ୍ରିମ ଉପାୟରେ ପାଣି ମାଧ୍ୟମରେ ଏହି ଗଛଗୁଡ଼ିକ ପାଖରେ ପହଞ୍ଚାଯାଉଛି। ଗଛ ବଞ୍ଚିବା ପାଇଁ ଆବଶ୍ୟକ କରୁଥିବା ପିଏଚ୍‌, ଟିଡିଏସ୍‌, ଇସି ସ୍ତରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଉଛି। ଏହାଛଡ଼ା ସବୁଜ ଘରର ତାପ ଓ ବାୟୁର ଆର୍ଦ୍ରତା ନିୟନ୍ତ୍ରଣ କରାଯାଇଛି। ଏଥିଯୋଗୁ ଅଧିକ ଉତ୍ପାଦନ ହେଉଛି। ଏହି ପ୍ରଣାଳୀରେ ଫୁଲ ବ୍ୟତୀତ ଫଳ ଓ ପରିବା ଚାଷ ମଧ୍ୟ କରାଯାଇପାରିବ। ହେଲେ ଏଥିରେ ଖର୍ଚ୍ଚ ପରିମାଣ ଅଧିକ ରହୁଥିବାରୁ ଆମ ରାଜ୍ୟର ଚାଷୀମାନେ ଏପରି ଚାଷ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ବିକଶିତ ଦେଶଗୁଡ଼ିକରେ ଚାଷୀମାନେ ଏଭଳି ପ୍ରଣାଳୀରେ ଚାଷ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଯଦି ଓଡ଼ିଶାରେ ସରକାରୀ ସହାୟତା ଏବଂ ଅଧିକ ପ୍ରୋତ୍ସାହନ ମିଳେ ତା’ହେଲେ ଭାଗଚାଷୀ ଓ ଭୂମିହୀନ ଚାଷୀ ଏଭଳି ପଦ୍ଧତିରେ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ। ଏହା ଦ୍ୱାରା ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri