ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ କଟକ ବଡ଼ ମେଡିକାଲରେ ଭର୍ତ୍ତି

କଟକ ଅଫିସ,୨୫।୧୨: ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ଶୁକ୍ରବାର ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିବା ସୂଚନା ମିଳିଛି।

ଡି. ପ୍ରକାଶ ରାଓ ଗୁରୁବାରଠାରୁ ଅସୁସ୍ଥ ହୋଇ ପଡ଼ିଥିଲେ। ତେବେ ତାଙ୍କୁ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି।