ଦିଗପହଣ୍ଡି,୧୯। ୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ଚୌଧୁରୀ ଟିକରପଡା ଗ୍ରାମରେ ଶ୍ରୀ ହନୁମାନ ଜୟନ୍ତୀ ଉତ୍ସବ ଉଦଯାପନୀ ଉପଲକ୍ଷେ ଶୁକ୍ରବାର ରାତିରେ ଶ୍ରେଷ୍ଠ ସାମାଜିକ ନାଟକ ‘କାହାଣୀ କାନ୍ଦୁଛି ଆଖି ଲୁଚେଇ ‘ ନାଟକ ମଞ୍ଚସ୍ଥ ହୋଇଯାଇଛି । ଦିଗପହଣ୍ଡି ବ୍ଳକ ପୂର୍ବତନ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ନାଟକକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେହିପରି ବ୍ରହ୍ମପୁର ଏମ.ପି ପ୍ରତିନିଧି କେ . ହରିବନ୍ଧୁ ରେଡ୍ଡୀ , ସ୍ଥାନୀୟ ସରପଞ୍ଚ ଦୀନବନ୍ଧୁ ସେଠୀ , ବମକୋଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନ , ସମିତି ସଭ୍ୟ ପଙ୍କଜ ସାହୁ , ଗୈାଡ ଗାଁ ପଞ୍ଚାୟତ ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ , ସୁଶାନ୍ତ ଷଡଙ୍ଗୀ, ଯୋଗାଣ ସହାୟକ ରାଘବ ସାହୁ , ରାଜକିଶୋର ମହାନ୍ତି , ବିକ୍ରମ ସିଂ , ବୈରାଗୀ ପ୍ରଧାନ , ନିଲୁ ରଥ , ପୂର୍ବତନ ସରପଞ୍ଚ ପ୍ରତିନିଧି ପୀତବାସ ଚଣ୍ଡ ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ନାଟକ ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


