Posted inଖେଳ

ସୋଏବଙ୍କ ତୃତୀୟ, ସନାଙ୍କ ଦ୍ୱିତୀୟ ବିବାହ, ଜାଣନ୍ତୁ ପ୍ରଥମେ କାହା ସହ ହୋଇଥିଲା ସୋଏବଙ୍କ ବିବାହ

କରାଚୀ,୨୦ା୧(ପି.ଟି.): ଭାରତୀୟ ଟେନିସ୍‌ ସୁପରଷ୍ଟାର ସାନିଆ ମିର୍ଜାଙ୍କ ସହ ୧୩ ବର୍ଷର ସମ୍ପର୍କ ଛିନ୍ନ କରି ତୃତୀୟ ଥର ବିବାହ କରିଛନ୍ତି ପାକିସ୍ତାନୀ କ୍ରିକେଟର ସୋଏବ ମଲିକ। ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦ୍‌ଙ୍କ ସହ ସୋଏବ ବିବାହର ଫଟୋ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ସମ୍ପର୍କକୁ ସ୍ପଷ୍ଟ କରିଛନ୍ତି। ଏହି ଫଟୋରେ ସେ କ୍ୟାପ୍‌ଶନ୍‌ ଲେଖିଥିଲେ ‘ଇଟ୍‌ସ ଅଲ୍‌ କ୍ରିଏଟେଡ୍‌ ଇନ୍‌ ପ୍ୟାରିସ୍‌’।

ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ପାଇଁ ଏହା ତୃତୀୟ ବିବାହ ହୋଇଥିବା ବେଳେ ସନା ଜାଭେଦ୍‌ଙ୍କ ପାଇଁ ଏହା ଦ୍ୱିତୀୟ ବିବାହ । ୪୧ ବର୍ଷୀୟ ସୋଏବ ୨୦୦୬ରେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିବା ବେଳେ ଏହି ସମ୍ପର୍କ ୪ ବର୍ଷ ତିଷ୍ଠିଥିଲା। ୨୦୧୦ରେ ଡିଭୋର୍ସ ନେଇ ସେ ସାନିଆ ମିର୍ଜାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପରେ ୧୩ ବର୍ଷର ସମ୍ପର୍କର ପୂର୍ଣ୍ଣଚ୍ଛେଦ ପକାଇ ସେ ସନା ଜାଭେଦ୍‌ଙ୍କ ସହ ତୃତୀୟ ବିବାହ କରଛନ୍ତି ା ଅନ୍ୟପକ୍ଷରେ ସନା ୨୦୨୦ରେ ଗାୟକ ଉମର ଜୟସ୍ବାଲଙ୍କୁ ବିବାହ କରିଥିଲେ। ୨୦୨୩ରେ ଉଭୟଙ୍କ ଡିଭୋର୍ସ ହୋଇଥିବା ବେଳେ ସେ ସୋଏବ ମଲିକଙ୍କ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି।

ପାକିସ୍ତାନୀ ଚଳଚ୍ଚିତ୍ର ଓ ଡ୍ରାମାରେ ଅଭିନୟ କରୁଥିବା ସନା ସାଉଦି ଆରବର ଜେଡାରେ ଜନ୍ମିତ। ସେ ୨୫ରୁ ଅଧିକ ଡ୍ରାମା ଓ ୫ ଟେଲିଫିଲ୍ମରେ ଅଭିନୟ କରିଛନ୍ତି। ୨୦୧୦ରେ ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ ସୋଏବ। ଉଭୟଙ୍କର ଇଝାନ୍‌ ନାମକ ୫ ବର୍ଷର ପୁତ୍ର ସନ୍ତାନ ମଧ୍ୟ ରହିଛି। ସୋଏବ-ସାନିଆ ୨୦୨୨ରୁ ପରସ୍ପରଠାରୁ ଅଲଗା ରହୁଛନ୍ତି। ଅନ୍ୟ ଅଭିନେତ୍ରୀଙ୍କ ସହ ସୋଏବଙ୍କ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ କାରଣରୁ ଅଲଗା ରହୁଥିଲେ। ଏହାକୁ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଛାଡପତ୍ରର ରିପୋର୍ଟ ମଧ୍ୟ ଆସୁଥିଲା।

ତେବେ ଉଭୟ ବିଭିନ୍ନ ସମୟରେ ଏହାକୁ ଅସ୍ବୀକାର କରି ଆସିଥିଲେ। ପରେ ଉଭୟ ଏକ ପାକିସ୍ତାନୀ ଟିଭି ପ୍ରୋଗ୍ରାମର ହୋଷ୍ଟ ଭାବେ ନଜର ଆସିଥିଲେ। ଏହାପରେ ସମ୍ପର୍କ ଠିକ୍‌ ହୋଇ ଯାଇଥିବା ନେଇ ଆଲୋଚନା ହୋଇଥିଲା। ତେବେ ଏକ ସପ୍ତାହ ପୂର୍ବରୁ ସାନିଆ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ସୋଏବଙ୍କ ସହ ସମସ୍ତ ଫଟୋ ଡିଲିଟ୍‌ କରିଥିଲେ। ପରେ ସୋଏବ ମଧ୍ୟ ସାନିଆଙ୍କୁ ଅନ୍‌ଫଲୋ କରିଥିଲେ। ସୋଏବ ଫଟୋ ପୋଷ୍ଟ କରିବା ପରେ ସାନିଆ ଖୁଲା(ଛାଡପତ୍ର) ନେଇଥିବା ନେଇ ତାଙ୍କ ପିତା ଇମ୍ରାନ ମିର୍ଜା ବୟାନ ଦେଇଛନ୍ତି।

ସାନିଆଙ୍କୁ ବିବାହ କରିବା ପୂର୍ବରୁ ସୋଏବ ଆଗରୁ ଆୟେଶା ସିଦ୍ଦିକି ନାମ୍ନୀ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ବିବାହ କରିଥିଲେ। ସେ ମଧ୍ୟ ହାଇଦ୍ରାବାଦର ବୋଲି ଜଣାପଡିଥିଲା। ସାନିଆଙ୍କ ବିବାହ ପୂର୍ବରୁ ସେ ନିଜକୁ ସୋଏବଙ୍କ ପତ୍ନୀ ଭାବରେ ଦର୍ଶାଇଥିଲେ ଏବଂ ବିବାହର ଭିଡିଓ ମଧ୍ୟ ଦେଖାଇଥିଲେ। ପ୍ରଥମେ ସୋଏବ ମଲିକ ଏହାକୁ ଅସ୍ବୀକାର କରିଥିଲେ ମଧ୍ୟ ପରେ ୧୫ କୋଟି ଟଙ୍କା କ୍ଷତିପୂରଣ ଦେଇଥିଲେ। ୨୦୧୦ରେ ଆୟେଶାଙ୍କୁ ଛାଡପତ୍ର ଦେବା ପରେ ସେ ସାନିଆଙ୍କୁ ବିବାହ କରିଥିଲେ। ସାନିଆ ମିର୍ଜା ପ୍ରଥମ ଭାରତୀୟ ମହିଳା ଭାବେ ଟେନିସ୍‌ ଗ୍ରାଣ୍ଡସ୍ଲାମ ଜିତିବାର ସୌଭାଗ୍ୟ ଅର୍ଜନ କରିଥିଲେ। ୨୦ ବର୍ଷର କ୍ୟାରିୟରରେ ସେ ୬ ଗ୍ରାଣ୍ଡସ୍ଲାମ ସହ ୪୩ଟି ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri