ନିର୍ଦ୍ଦୋଷରେ ଏତେ ବର୍ଷ

ଆମେରିକାର ଏକ ବେସରକାରୀ ସଙ୍ଗଠନ ‘ଫ୍ରିଡମ୍‌ ହାଉସ୍‌’ ନିକଟରେ ଏକ ରିପୋର୍ଟରେ ଭାରତକୁ ସ୍ବାଧୀନ ସ୍ତରରୁ ଆଂଶିକ ସ୍ବାଧୀନ ସ୍ତରକୁ ଖସାଇଦେଇଛି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ରାଜନୈତିକ ଅଧିକାର ଓ ସ୍ବାଧୀନତା ସମ୍ପର୍କରେ ଏହି ସଂସ୍ଥା ତଥ୍ୟ ସଂଗ୍ରହ କରି ରିପୋର୍ଟ ପ୍ରସ୍ତୁତ କରିଥାଏ। ଭାରତରେ କିଛିବର୍ଷ ହେବ ରାଜନୈତିକ ଅଧିକାର ଓ ନାଗରିକଙ୍କ ସ୍ବାଧୀନତାକୁ ଦବାଇ ଦିଆଯାଉଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଏହି ଦେଶର ଭାବମୂର୍ତ୍ତି ମଳିନ ହୋଇଯାଇଛି। ନିକଟରେ ଟୁଲ୍‌କିଟ୍‌ ଘଟଣାକୁ ନେଇ ପରିବେଶ କର୍ମୀ ଦିଶା ରବିଙ୍କୁ ଗିରଫ କରାଯିବା ଏବଂ କୃଷକ ଆନ୍ଦୋଳନରେ ଭାଗ ନେଇଥିବା ବେଳେ ସିଙ୍ଘୁ ସୀମାରେ ୨୪ ବର୍ଷୀୟା ଦଳିତ ଅଧିକାର କର୍ମୀ ନୋଦୀପ କୌରଙ୍କ ଗୁପ୍ତାଙ୍ଗରେ ପୁରୁଷ ପୋଲିସ ଲାଠି ପୂରାଇଦେବା ଭଳି ଲୋମଟାଙ୍କୁରା ଘଟଣା ଭାରତରେ ଅଭିବ୍ୟକ୍ତି ସ୍ବାଧୀନତାର ପ୍ରକୃତ ଚିତ୍ରକୁ ଦର୍ଶାଇଛି। ଦିଶା ଓ କୌରଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ପ୍ରମାଣିତ ନ ହେବାରୁ ଉଭୟ ଜେଲରୁ ମୁକୁଳିଛନ୍ତି। ଏବେ ଗୁଜରାଟର ସୁରଟସ୍ଥିତ ଏକ ଅଦାଲତ ୧୨୭ ଜଣ ମୁସଲମାନଙ୍କ ବିରୋଧରେ ୨୦ ବର୍ଷ ଧରି ଥିବା ମାମଲାରେ ସେମାନଙ୍କୁ ଦୋଷମୁକ୍ତ କରିଛନ୍ତି। ନିଷିଦ୍ଧ ଘୋଷିତ ଷ୍ଟୁଡେଣ୍ଟ୍‌ସ ଇସ୍‌ଲାମିକ୍‌ ମୁଭ୍‌ମେଣ୍ଟ ଅଫ୍‌ ଇଣ୍ଡିଆ (ସିମି) ସହ ଏମାନେ ସମ୍ପୃକ୍ତ ଥିଲେ ବୋଲି ପୋଲିସ କହିଥିଲା। ୨୦୦୧ରେ ଏକ କର୍ମଶାଳାରେ ଯୋଗଦେବାକୁ ଭାରତର ବିଭିନ୍ନ ପ୍ରାନ୍ତରୁ ମୁସଲମାନ ସମ୍ପ୍ରଦାୟର ଏହି ବ୍ୟକ୍ତିମାନେ ସୁରଟ ଯାଇଥିବା ବେଳେ କାର୍ଯ୍ୟକ୍ରମର ପୂର୍ବଦିନ ଗିରଫ ହୋଇଥିଲେ। ଇତିମଧ୍ୟରେ ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିସାରିଛି। ସବୁଠାରୁ ବଡ଼ କଥା ଯେ, ସୁରଟର ସ୍ଥାନୀୟ ଅଦାଲତ ନ୍ୟାୟ ଅପେକ୍ଷାରେ ଥିବା ଏହି ବ୍ୟକ୍ତିଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ପ୍ରମାଣିତ ନ ହେବାରୁ ସେମାନଙ୍କୁ ଦୋଷମୁକ୍ତ କରିଛନ୍ତି। ଅନ୍ୟ ଏକ ଘଟଣାରେ ଉତ୍ତରପ୍ରଦେଶ ଆଗ୍ରାର ବିଷ୍ଣୁ ତିଓ୍ବାରୀ ନାମକ ଜଣେ ବ୍ୟକ୍ତି ୨୦ ବର୍ଷ ଜେଲ ଜୀବନ କଟାଇବା ପରେ ଆଲ୍ଲାହାବାଦ ହାଇକୋର୍ଟ ତାଙ୍କୁ ଗତ ଜାନୁୟାରୀରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ନିଜ ଗାଁର ଜଣେ ମହିଳା ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିବା ପରେ ଏସ୍‌ସି/ଏସ୍‌ଟି ଅତ୍ୟାଚାର ଆଇନ ବଳରେ ତାଙ୍କୁ ଦଣ୍ଡିତ କରାଯାଇଥିଲା। ଅଭିଯୋଗ ଆସିବା ସମୟରେ ସମ୍ପୃକ୍ତ ଯୁବକଙ୍କୁ ମାତ୍ର ୨୩ ବର୍ଷ ହୋଇଥିଲା। ସେ ଏବେ ନିଜ ସାନ ଭାଇଙ୍କୁ ଛାଡ଼ିଦେଲେ ପରିବାରର ସମସ୍ତଙ୍କୁ ହରାଇଛନ୍ତି।
ସ୍ବାଧୀନ ଭାରତରେ ପୋଲିସ ଓ ନ୍ୟାୟ ବ୍ୟବସ୍ଥାକୁ ବିଦ୍ରୂପ କରିବା ଲାଗି ଉପରିଲିଖିତ ଘଟଣାଗୁଡ଼ିକ ଯଥେଷ୍ଟ ବୋଲି କୁହାଯାଇପାରିବ। ଦୋଷ ନ କରି ନ୍ୟାୟ ଅପେକ୍ଷାରେ ଥିବା ଏହିଭଳି ଅନେକ ବ୍ୟକ୍ତି ଜେଲର ଚାରିକାନ୍ଥ ମଧ୍ୟରେ ଶଢ଼ୁଛନ୍ତି। କିଛି ବର୍ଷ ହେବ ଦେଖାଯାଉଛି, ବ୍ୟବସ୍ଥାକୁ ବିରୋଧ ବା ସମାଲୋଚନା କରିବା ଯୋଗୁ ଅନେକଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମାମଲା ରୁଜୁ କରି ଦିଆଯାଉଛି। ଏ କ୍ଷେତ୍ରରେ ସରକାରଙ୍କୁ ବହୁଳ ମାତ୍ରାରେ ପୋଲିସ ଓ ନ୍ୟାୟବ୍ୟବସ୍ଥାରୁ ସମର୍ଥନ ମିଳୁ ଥିବାରୁ ନିର୍ଦ୍ଦୋଷ ବ୍ୟକ୍ତିମାନେ ଯନ୍ତ୍ରଣା ଦେଇ ଗତି କରୁଛନ୍ତି। ଅଳ୍ପଦିନ ତଳେ ଜାମିନ ପାଇଥିବା ୮୧ ବର୍ଷୀୟ ଓ୍ବାରଓ୍ବାରା ରାଓଙ୍କ ବିଷୟ ଅନେକେ ଜାଣିଥିବେ।
୨୦୦୧ ମସିହାରେ ସୁରଟରେ ଏକ କର୍ମଶାଳାରେ ଯୋଗଦେବାକୁ ଯାଇଥିବା ମୁସଲମାନଙ୍କ ବିରୋଧରେ କୌଣସି ପ୍ରମାଣ ନ ଥାଇ ପୋଲିସ କିଭଳି ସେମାନଙ୍କୁ ଗିରଫ କଲା, ତାହାର ବିଧିବଦ୍ଧ ତଦନ୍ତ ହେବା ଦରକାର। କୋର୍ଟ ମଧ୍ୟ ଉପଯୁକ୍ତ ପ୍ରମାଣ ନ ପାଇ ସେମାନଙ୍କୁ ନ୍ୟାୟ ଦେବାରେ ଯେଉଁ ଘୋର ବିଳମ୍ବ କରିଛି ସେଥିପାଇଁ କିଏ ଦାୟୀ ରହିବେ ବିଚାର କରାଯିବା ଉଚିତ। ନ୍ୟାୟ ବ୍ୟବସ୍ଥାରେ ଅନ୍ୟାୟ ହେଉଥିଲେ ତାହାକୁ ଜଗିବାର ବ୍ୟବସ୍ଥା ସୃଷ୍ଟି କରାଯାଇ ନାହିଁ। ସାଧାରଣତଃ ଘର ନିର୍ମାଣ କ୍ଷେତ୍ରରେ ସ୍ଥିରୀକୃତ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ନ ସରିଲେ ବିଳମ୍ବ ଲାଗି ଅର୍ଥଦଣ୍ଡର ବ୍ୟବସ୍ଥା ଥାଏ। ସେହିଭଳି ନ୍ୟାୟ ବ୍ୟବସ୍ଥାରେ ମଧ୍ୟ ଭିନ୍ନ ଭିନ୍ନ ଅପରାଧ ସକାଶେ ନିର୍ଦ୍ଦିଷ୍ଟ ସମୟ ଅତିକ୍ରମ କଲେ ତାହା ଫାଷ୍ଟ୍‌ ଟ୍ରାକ୍‌ ମୋଡ୍‌କୁ ଅଣାଯିବାର ବ୍ୟବସ୍ଥା ରଖାଯିବା ଆବଶ୍ୟକ।
କୁହାଯାଏ, ‘ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ’। ସୁରଟ ଓ ଆଗ୍ରା କଥାକୁ ଦେଖିଲେ ନିର୍ଦ୍ଦୋଷ ଥାଇ ୨୦ ବର୍ଷ ଧରି ଜେଲ ଜୀବନ କଟାଇବା ଦ୍ୱାରା ସେମାନଙ୍କ ବ୍ୟକ୍ତି ସ୍ବାଧୀନତା ସମ୍ପୂର୍ଣ୍ଣ ଭାବେ କ୍ଷୁଣ୍ଣ ହୋଇଛି। ଏବେ ନ୍ୟାୟାଳୟ ଅତି ସରଳ ଭାବେ କହିଦେଉଛନ୍ତି ଯେ, ଏମାନଙ୍କ ବିରୋଧରେ କୌଣସି ଦୋଷ ଥିବା ପ୍ରମାଣିତ ନ ହେବାରୁ ସେମାନଙ୍କୁ ମୁକ୍ତ କରିଦିଆଗଲା। ଏକ ସ୍ବାଧୀନ ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ ନ୍ୟାୟପାଳିକା କିଭଳି କାର୍ଯ୍ୟ କରୁଛି ଏଥିରୁ ବୁଝାପଡ଼ିଯାଉଛି। ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ ହୁଅନ୍ତୁ ବା କୌଣସି ବଡ଼ ଶିଳ୍ପପତିଙ୍କ ମାମଲାର ଶୁଣାଣି ଲାଗି ବିଚାରପତିମାନେ ରାତିଅଧିଆ କାମରେ ଲାଗିଯାଉଛନ୍ତି। କିନ୍ତୁ ସାଧାରଣ ଲୋକଙ୍କ ଜୀବନ ସେମାନଙ୍କ ପାଇଁ କୌଣସି ମାନେ ରଖୁ ନାହିଁ। ସୁରଟ ଓ ଆଗ୍ରା କଥା ଦେଖିଲେ ଏବେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବ୍ୟକ୍ତିଙ୍କ ଜେଲରେ କଟିଥିବା ଦୀର୍ଘ ବର୍ଷ ଫେରାଇବ କିଏ ?


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri