ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ସୋରିଷ ତେଲ, ଘିଅ, ରିଫାଇନ୍‌ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ ଶରୀର ପାଇଁ ବିଶେଷ ଉପକାରୀ ହୋଇଥାଏ। କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ, ସୌନ୍ଦର୍ଯ୍ୟରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। ସୋରିଷ ତେଲରୁ ମିଳୁଥିବା ଉପକାରିତା ସମ୍ପର୍କରେ…
ଓଜନ ସନ୍ତୁଳିତ ରଖିଥାଏ: ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ଦ୍ୱାରା ଶରୀରର ଓଜନ ସନ୍ତୁଳିତ ରହିଥାଏ। ଅତ୍ୟଧିକ ଓଜନ ହ୍ରାସ କିମ୍ବା ବୃଦ୍ଧି ଭଳି ସମସ୍ୟାକୁ ସୋରିଷ ତେଲ ନିୟନ୍ତ୍ରଣ ରଖିଥାଏ।

କ୍ୟାନ୍‌ସର ଆଶଙ୍କାରୁ ମୁକ୍ତି : ଏହି ତେଲ ଶରୀରରେ କ୍ୟାନ୍‌ସର କୋଷକୁ ବୃଦ୍ଧି କରିବାକୁ ଦିଏ ନାହିଁ।
ହୃତ୍‌ପିଣ୍ଡ ସୁସ୍ଥ ରହେ: ସୋରିଷ ତେଲ ବ୍ୟବହାର ଫଳରେ କୋଲେଷ୍ଟରଲ ମାତ୍ରା ସନ୍ତୁଳିତ ରହୁଥିବାରୁ ଏହା ହୃଦ୍‌ଘାତ ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ।

ଭୋକ ବଢ଼ାଇଥାଏ: ଭୋକ ନ ହେଲେ ଜବରଦସ୍ତ ଖାଦ୍ୟ ଖାଇବା ଦ୍ୱାରା ଏହା ସହଜରେ ହଜମ ନ ହୋଇ ସମସ୍ୟା ସୃଷ୍ଟି କରିଥାଏ। ତେବେ ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ହଜମ ଶକ୍ତି ବଢ଼ିଥାଏ ଏବଂ ଠିକ୍‌ ସମୟରେ ଭୋକ ଲାଗିଥାଏ।

ସର୍ଦ୍ଦି ଦୂର କରିଥାଏ: କଞ୍ଚା ସୋରିଷ ତେଲ ସର୍ଦ୍ଦି-କାଶ ଆଦି ଯନ୍ତ୍ରଣାରୁ ଉପଶମ ଦେଇଥାଏ। ଖାଦ୍ୟ ବ୍ୟତୀତ ମୁହଁ ଓ ପାଦରେ ସୋରିଷ ତେଲ ମାଲିସ କରିବା ଦ୍ୱାରା ଉପକାର ମିଳିଥାଏ।

କେଶ ପାଇଁ ବରଦାନ: ନିୟମିତ କେଶରେ ସୋରିଷ ତେଲ ଲଗାଇବା ଦ୍ୱାରା କେଶ ଘନ ଓ କଳା ହୋଇଥାଏ। ରୁପି, କେଶ ଝଡ଼ିବା, ଫାଟିବା, ରୁକ୍ଷ ହେବା ଆଦି ସମସ୍ୟା ଦୂରେଇଯାଏ।

ତ୍ୱଚାର ସୁନ୍ଦରତା ବଢ଼ିଥାଏ : ଦେହ କିମ୍ବା ମୁହଁରେ ସୋରିଷ ତେଲ ମାଲିସ୍‌ କରିବା ଦ୍ୱାରା ମୁହଁର ତ୍ୱଚାରେ ଚମକ ଆସିଥାଏ।

ଓଠ, ପାଦ ଫାଟିବା ସମସ୍ୟା ହୁଏ ଦୂର: ଓଠ ଓ ପାଦ ଫାଟୁଥିଲେ ଆପଣ ଶୋଇବା ପୂର୍ବରୁ ସୋରିଷ ତେଲ ମାଲିସ୍‌ କରି ଶୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

SIRରେ କଟିଲା ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ନାଁ

ଭୁବନେଶ୍ୱର,୫ା୭: ରାଜ୍ୟରେ SIR ପ୍ରକ୍ରିୟାରେ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ କଟିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌ ଗୋପାଳନ।…

ବର୍ଷାରେ ଡ୍ରେନ୍‌ ପାଣି ନିଷ୍କାସନ ନ ହେବାରୁ ନିଜେ ସଫା କଲେ ସରପଞ୍ଚ, ଦିବ୍ୟାଙ୍ଗ ହୋଇ ବି…

କେସିଙ୍ଗା,୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତର ପଲସାପଡ଼ା ଗ୍ରାମରେ ଡ୍ରେନ୍‌ ପୋତି ହୋଇଯିବାରୁ ଗାଁ ରାସ୍ତାରେ ପାଣି ଜମିରହିଥିଲା। ଗାଁ ରାସ୍ତାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି, ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର,୫ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗର ୫୦ କିମି ଦୂରରେ ଅବପାତ ହୋଇଥିବାବେଳେ ଚାନ୍ଦବାଲିର ଉତ୍ତରପୂର୍ବ ଦିଗର ୬୦ କିମି ଦୂରରେ କେନ୍ଦ୍ରୀଭୂତ…

ବିଦ୍ୟାଳୟ ଭିତରେ ପଶିଲା ପାଣି, ପିଲା ପାଠ ପଢ଼ିବାରେ ବ୍ୟାହତ

କର୍ଲାମୁଣ୍ଡା,୫ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ ବାଞ୍ଜିପଦର୍‌ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଫୁଟ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଛି।…

ଶୋଇଥିବାବେଳେ ହତ୍ୟା: ବ୍ୟବଚ୍ଛେଦ ପାଇଁ ଖଟିଆରେ ବୁହା ହୋଇ ଆସିଲା ମୃତଦେହ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୫ା୭(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ନିରାକାର ପରିଡ଼ାଭ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗ୍ରାମରେ ଗତ ଜୁଲାଇ ୩ ତାରିଖ ରାତିରେ ଶୋଇଥିବାବେଳେ ଏକ…

ଡ୍ରେନେଜ ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ: ଅସମ୍ପୁର୍ଣ୍ଣ କାମ ସାରିବାକୁ ନିର୍ଦ୍ଦେଶ

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷା ଯୋଗୁ ବରଗଡ଼ ସହରସ୍ଥିତ ସରକାରୀ ବସଷ୍ଟାଣ୍ଡ ସମେତ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଥିଲା। ଡ୍ରେନେଜ ଅବ୍ୟବସ୍ଥା ଯୋଗୁ ପ୍ରଥମ ବର୍ଷାରେ…

ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ: ମା’ ଅଣ୍ଡାଦାନସ୍ଥଳରେ ଜଗି ରହିଥିବାବେଳେ ପୁରୁଷ କୁମ୍ଭୀର…

ମହାକାଳପଡ଼ା,୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ମହାନଦୀ ତ୍ରିକୋଣଭୂମି ଅବବାହିକା ଶାଖା ନଦୀ, ନାଳ ଘେରାରେ ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା…

ପୁଣି ଅଡୁଆରେ ଜଳସମ୍ପଦ ବିଭାଗ :ବ୍ରିଜ ନିର୍ମାଣରେ ତ୍ରୁଟି ଅଭିଯୋଗ, ତେଜିଲା ଅସନ୍ତୋଷ

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ (କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ତିଆରି ହୋଇଥିବା କାର୍ଯ୍ୟ) ନିର୍ମାଣରେ ଅନିୟମିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri