Posted inଜାତୀୟ

୨୦୧୯ରେ ଅମାନତ ହରାଇଛନ୍ତି ଏତେ ପ୍ରାର୍ଥୀ, ଲସ୍‌ ହୋଇଛି ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୩।୪: ଲୋକ ସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଏପ୍ରିଲ ୧୯ରୁ ଆରମ୍ଭ ହେବାକୁ ଯାଉଛି। ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ଲାଗି ପଡିଛନ୍ତି। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି। ତେବେ ଆପଣ ଜାଣନ୍ତି କି ନାମାଙ୍କନ ଦାଖଲ ସମୟରେ ପ୍ରାର୍ଥୀ ଏକ ଜମାରାଶି ଡିପୋଜିଟ କରିଥା’ନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଗତ ଲୋକ ସଭା ନିର୍ବାଚନରେ ୮୬ ପ୍ରତିଶତ ପ୍ରାର୍ଥୀ ନିଜର ଜମାରାଶି ହରାଇଛନ୍ତି। ଆସନ୍ତୁ ଜାଣିବା ଏହି ଜମାରାଶି କ’ଣ ଓ ଏହାକୁ କାହିଁକି ହରାଇଥା’ନ୍ତି ପ୍ରାର୍ଥୀ।

ସ୍ବାଧୀନତା ପରେ ୧୯୫୧-୫୨ ମସିହାରେ ଭାରତରେ ପ୍ରଥମ ଥର ପାଇଁ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ୨୦୧୯ ଅର୍ଥାତ୍‌ ଗତ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ୭୧ହଜାରରୁ ଅଧିକ ପ୍ରାର୍ଥୀ ନିଜ ଜମାରାଶି ହରାଇଛନ୍ତି। ଯଦି ଆମେ ନିର୍ବାଚନ କମିଶନରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟକୁ ଦେଖିବା, ତେବେ ଜଣାପଡିଛି ଯେ ୧୯୫୧-୫୨ ରୁ ୨୦୧୯ ପର୍ଯ୍ୟନ୍ତ ଲୋକ ସଭା ନିର୍ବାଚନରେ ମୋଟ ୯୧ହଜାର ୧୬୦ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି, ଯେଉଁଥିରୁ ୭୧ହଜାର ୨୪୬ ପ୍ରାର୍ଥୀ ନିର୍ବାଚନରେ ଅମାନତ ହରାଇବା ସହ ଜମାରାଶି ମଧ୍ୟ ହରାଇଛନ୍ତି। ୨୦୦୯, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ମୋଟ ୨୧ହଜାର ପ୍ରାର୍ଥୀଙ୍କର ୪୬ କୋଟି ଟଙ୍କା ଜବତ ହୋଇଛି।

୧୯୫୧-୫୨ରେ ଅନୁଷ୍ଠିତ ପ୍ରଥମ ଲୋକ ସଭା ନିର୍ବାଚନରେ୧୮୭୪ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେଥିମଧ୍ୟରୁ ୭୪୫ ଜଣ ପ୍ରାର୍ଥୀଙ୍କ ଜମାରାଶି ନଷ୍ଟ ହୋଇଯାଇଥିଲା। ୧୯୯୬ରେ, ୯୧ ପ୍ରତିଶତ ପ୍ରାର୍ଥୀଙ୍କ ଜମା ଜବତ କରାଯାଇଥିଲା। ୧୯୯୧-୯୨ରେ ୮୬ ପ୍ରତିଶତ ପ୍ରାର୍ଥୀ ଅମାନତ ହରାଇଥିଲେ।

କହିରଖିଛୁ କି, ୨୦୧୯ ଲୋକ ସଭା ନିର୍ବାଚନରେ କେବଳ ୧୪ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ଜମାରାଶି ଫେଣି ପାଇଥିଲେ। ଅର୍ଥାତ୍‌ ସେମାନେ ନିର୍ବାଚନରେ ଅମାନତ ସଂଖ୍ୟା ବଜାୟ ରଖଇଥିଲେ। ହେଲେ ୮୬ ପ୍ରତିଶତ ପ୍ରାର୍ଥୀ ଜମାରାଶି ହରାଇଥିଲେ। ଏହି ଜମାରାଶି ହରାଇବା ଭତରେ ସବୁଠାରୁ ଅଧିକ ପାର୍ଥୀ ବହୁଜନ ସମାଜ ପାର୍ଟି (ବିଏସପି) ର ଥିଲେ। ୩୮୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୪୫ ଜଣ ପ୍ରାର୍ଥୀଙ୍କ ଜମା ଜବତ କରାଯାଇଥିଲା। କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିଲା, ଯାହାର ୪୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୪୮ ଜଣଙ୍କ ଜମା ଜବତ କରାଯାଇଥିଲା। ସେହିଭଳି ୪୧ଟି ସିପିଆଇ ପ୍ରାର୍ଥୀଙ୍କ ଜମା ଜବତ କରାଯାଇଥିଲା।

ଲୋକ ସଭା ନିର୍ବାଚନରେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ସିକ୍ୟୁରିଟ ଡିପୋଜିଟ ହିସାବରେ ନିର୍ବାଚନ କମିଶନରଙ୍କ ନିକଟରେ ଏକ ନିର୍ଦ୍ଦିଷ୍ଟ ରାଶି ଜମା କରିବାକୁ ପଡିଥାଏ। ଏହାକୁ ସୁରକ୍ଷା ରାଶି ବା ଜମାରାଶି କୁହାଯାଏ। ଲୋକ ସଭା ନିର୍ବାଚନ ପାଇଁ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ୨୫ ହଜାର ଟଙ୍କା ଜମା ରାଶି ଜମା କରିବାକୁ ପଡିଥାଏ। ଯେଉଁଠାରେ SC-ST ପ୍ରାର୍ଥୀଙ୍କୁ ୧୨ହଜାର ୫୦୦ ଟଙ୍କା ଦେବାକୁ ପଡିଥାଏ। ଏଭଳି କରିବାର କାରଣ, ନିର୍ବାଚନରେ ଜିତିବା ନେଇ ଗମ୍ଭୀର ଥିବା ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ନିୟମ ଅନୁଯାୟୀ ଯଦି କୌଣସି ପ୍ରାର୍ଥୀ ନିର୍ବାଚନରେ ୧୬.୬୭ ପ୍ରତିଶତ ଭୋଟ ନ ପାଆନ୍ତି, ତେବେ ତାଙ୍କୁ ଜମାରାଶି ହରାଇବାକୁ ପଡିବ। ଯଦି କୌଣସି ପ୍ରାର୍ଥୀ ଅମାନତ ସଂଖ୍ୟା ଠାରୁ ଅଧିକ ଭୋଟ ପାଆନ୍ତି, ତେବେ ନିର୍ବାଚନ କମିଶନର ତାଙ୍କ ଜମାରାଶି ଫେରସ୍ତ କରଥା’ନ୍ତି।
ଏହା ବ୍ୟତୀତ, ଯଦି ପ୍ରାର୍ଥୀ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରନ୍ତି କିମ୍ବା କୌଣସି କାରଣରୁ ତାଙ୍କ ନାମାଙ୍କନ ବାତିଲ ହୁଏ, ତେବେ ଏହି ପରିସ୍ଥିତିରେ ଜମାରାଶି ଫେରସ୍ତ କରାଯାଇଥାଏ । ଏହା ବ୍ୟତୀତ ବିଜୟୀ ପ୍ରାର୍ଥୀଙ୍କ ଜମାରାଶି ସମ୍ପୂର୍ଣ୍ଣ ଫେରସ୍ତ କରାଯାଏ।

ଯଦି ଆମେ ଆକଳନକୁ ଦେଖିବା, ତେବେ ଜାତୀୟ ଦଳର ପ୍ରାର୍ଥୀମାନେ ସେମାନଙ୍କ ଜମା ରାଶି ଫେରସ୍ତ ପାଇ ପାରନ୍ତି। ୨୦୦୯ ନିର୍ବାଚନରେ ଜାତୀୟ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲେ। ଜାତୀୟ ଦଳଗୁଡିକର ମୋଟ ୧୬୨୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୭୯ ଜଣଙ୍କ ଜମା ଜବତ କରାଯାଇଥିଲା।

କେବଳ ଲୋକ ସଭା ନିର୍ବାଚନରେ ନୁହେଁ, ପ୍ରାର୍ଥୀଙ୍କୁ ବିଧାନସଭା ନିର୍ବାଚନରେ ମଧ୍ୟ ସୁରକ୍ଷାରାଶି ଜମା କରିବାକୁ ପଡିଥାଏ। ବିଧାନସଭା ନିର୍ବାଚନରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ୧୦ହଜାର ଟଙ୍କା ଜମା କରିବାକୁ ପଡିଥାଏ। ଏସସି-ଏସଟି ବର୍ଗ ପ୍ରାର୍ଥୀଙ୍କୁ ୫ହଜାର ଟଙ୍କା ଜମା କରିବାକୁ ପଡିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri