Posted inଜାତୀୟ

୨୦୧୯ରେ ଅମାନତ ହରାଇଛନ୍ତି ଏତେ ପ୍ରାର୍ଥୀ, ଲସ୍‌ ହୋଇଛି ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୩।୪: ଲୋକ ସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଏପ୍ରିଲ ୧୯ରୁ ଆରମ୍ଭ ହେବାକୁ ଯାଉଛି। ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ଲାଗି ପଡିଛନ୍ତି। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି। ତେବେ ଆପଣ ଜାଣନ୍ତି କି ନାମାଙ୍କନ ଦାଖଲ ସମୟରେ ପ୍ରାର୍ଥୀ ଏକ ଜମାରାଶି ଡିପୋଜିଟ କରିଥା’ନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଗତ ଲୋକ ସଭା ନିର୍ବାଚନରେ ୮୬ ପ୍ରତିଶତ ପ୍ରାର୍ଥୀ ନିଜର ଜମାରାଶି ହରାଇଛନ୍ତି। ଆସନ୍ତୁ ଜାଣିବା ଏହି ଜମାରାଶି କ’ଣ ଓ ଏହାକୁ କାହିଁକି ହରାଇଥା’ନ୍ତି ପ୍ରାର୍ଥୀ।

ସ୍ବାଧୀନତା ପରେ ୧୯୫୧-୫୨ ମସିହାରେ ଭାରତରେ ପ୍ରଥମ ଥର ପାଇଁ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ୨୦୧୯ ଅର୍ଥାତ୍‌ ଗତ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ୭୧ହଜାରରୁ ଅଧିକ ପ୍ରାର୍ଥୀ ନିଜ ଜମାରାଶି ହରାଇଛନ୍ତି। ଯଦି ଆମେ ନିର୍ବାଚନ କମିଶନରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟକୁ ଦେଖିବା, ତେବେ ଜଣାପଡିଛି ଯେ ୧୯୫୧-୫୨ ରୁ ୨୦୧୯ ପର୍ଯ୍ୟନ୍ତ ଲୋକ ସଭା ନିର୍ବାଚନରେ ମୋଟ ୯୧ହଜାର ୧୬୦ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି, ଯେଉଁଥିରୁ ୭୧ହଜାର ୨୪୬ ପ୍ରାର୍ଥୀ ନିର୍ବାଚନରେ ଅମାନତ ହରାଇବା ସହ ଜମାରାଶି ମଧ୍ୟ ହରାଇଛନ୍ତି। ୨୦୦୯, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ମୋଟ ୨୧ହଜାର ପ୍ରାର୍ଥୀଙ୍କର ୪୬ କୋଟି ଟଙ୍କା ଜବତ ହୋଇଛି।

୧୯୫୧-୫୨ରେ ଅନୁଷ୍ଠିତ ପ୍ରଥମ ଲୋକ ସଭା ନିର୍ବାଚନରେ୧୮୭୪ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେଥିମଧ୍ୟରୁ ୭୪୫ ଜଣ ପ୍ରାର୍ଥୀଙ୍କ ଜମାରାଶି ନଷ୍ଟ ହୋଇଯାଇଥିଲା। ୧୯୯୬ରେ, ୯୧ ପ୍ରତିଶତ ପ୍ରାର୍ଥୀଙ୍କ ଜମା ଜବତ କରାଯାଇଥିଲା। ୧୯୯୧-୯୨ରେ ୮୬ ପ୍ରତିଶତ ପ୍ରାର୍ଥୀ ଅମାନତ ହରାଇଥିଲେ।

କହିରଖିଛୁ କି, ୨୦୧୯ ଲୋକ ସଭା ନିର୍ବାଚନରେ କେବଳ ୧୪ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ଜମାରାଶି ଫେଣି ପାଇଥିଲେ। ଅର୍ଥାତ୍‌ ସେମାନେ ନିର୍ବାଚନରେ ଅମାନତ ସଂଖ୍ୟା ବଜାୟ ରଖଇଥିଲେ। ହେଲେ ୮୬ ପ୍ରତିଶତ ପ୍ରାର୍ଥୀ ଜମାରାଶି ହରାଇଥିଲେ। ଏହି ଜମାରାଶି ହରାଇବା ଭତରେ ସବୁଠାରୁ ଅଧିକ ପାର୍ଥୀ ବହୁଜନ ସମାଜ ପାର୍ଟି (ବିଏସପି) ର ଥିଲେ। ୩୮୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୪୫ ଜଣ ପ୍ରାର୍ଥୀଙ୍କ ଜମା ଜବତ କରାଯାଇଥିଲା। କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିଲା, ଯାହାର ୪୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୪୮ ଜଣଙ୍କ ଜମା ଜବତ କରାଯାଇଥିଲା। ସେହିଭଳି ୪୧ଟି ସିପିଆଇ ପ୍ରାର୍ଥୀଙ୍କ ଜମା ଜବତ କରାଯାଇଥିଲା।

ଲୋକ ସଭା ନିର୍ବାଚନରେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ସିକ୍ୟୁରିଟ ଡିପୋଜିଟ ହିସାବରେ ନିର୍ବାଚନ କମିଶନରଙ୍କ ନିକଟରେ ଏକ ନିର୍ଦ୍ଦିଷ୍ଟ ରାଶି ଜମା କରିବାକୁ ପଡିଥାଏ। ଏହାକୁ ସୁରକ୍ଷା ରାଶି ବା ଜମାରାଶି କୁହାଯାଏ। ଲୋକ ସଭା ନିର୍ବାଚନ ପାଇଁ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ୨୫ ହଜାର ଟଙ୍କା ଜମା ରାଶି ଜମା କରିବାକୁ ପଡିଥାଏ। ଯେଉଁଠାରେ SC-ST ପ୍ରାର୍ଥୀଙ୍କୁ ୧୨ହଜାର ୫୦୦ ଟଙ୍କା ଦେବାକୁ ପଡିଥାଏ। ଏଭଳି କରିବାର କାରଣ, ନିର୍ବାଚନରେ ଜିତିବା ନେଇ ଗମ୍ଭୀର ଥିବା ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ନିୟମ ଅନୁଯାୟୀ ଯଦି କୌଣସି ପ୍ରାର୍ଥୀ ନିର୍ବାଚନରେ ୧୬.୬୭ ପ୍ରତିଶତ ଭୋଟ ନ ପାଆନ୍ତି, ତେବେ ତାଙ୍କୁ ଜମାରାଶି ହରାଇବାକୁ ପଡିବ। ଯଦି କୌଣସି ପ୍ରାର୍ଥୀ ଅମାନତ ସଂଖ୍ୟା ଠାରୁ ଅଧିକ ଭୋଟ ପାଆନ୍ତି, ତେବେ ନିର୍ବାଚନ କମିଶନର ତାଙ୍କ ଜମାରାଶି ଫେରସ୍ତ କରଥା’ନ୍ତି।
ଏହା ବ୍ୟତୀତ, ଯଦି ପ୍ରାର୍ଥୀ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରନ୍ତି କିମ୍ବା କୌଣସି କାରଣରୁ ତାଙ୍କ ନାମାଙ୍କନ ବାତିଲ ହୁଏ, ତେବେ ଏହି ପରିସ୍ଥିତିରେ ଜମାରାଶି ଫେରସ୍ତ କରାଯାଇଥାଏ । ଏହା ବ୍ୟତୀତ ବିଜୟୀ ପ୍ରାର୍ଥୀଙ୍କ ଜମାରାଶି ସମ୍ପୂର୍ଣ୍ଣ ଫେରସ୍ତ କରାଯାଏ।

ଯଦି ଆମେ ଆକଳନକୁ ଦେଖିବା, ତେବେ ଜାତୀୟ ଦଳର ପ୍ରାର୍ଥୀମାନେ ସେମାନଙ୍କ ଜମା ରାଶି ଫେରସ୍ତ ପାଇ ପାରନ୍ତି। ୨୦୦୯ ନିର୍ବାଚନରେ ଜାତୀୟ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲେ। ଜାତୀୟ ଦଳଗୁଡିକର ମୋଟ ୧୬୨୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୭୯ ଜଣଙ୍କ ଜମା ଜବତ କରାଯାଇଥିଲା।

କେବଳ ଲୋକ ସଭା ନିର୍ବାଚନରେ ନୁହେଁ, ପ୍ରାର୍ଥୀଙ୍କୁ ବିଧାନସଭା ନିର୍ବାଚନରେ ମଧ୍ୟ ସୁରକ୍ଷାରାଶି ଜମା କରିବାକୁ ପଡିଥାଏ। ବିଧାନସଭା ନିର୍ବାଚନରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ୧୦ହଜାର ଟଙ୍କା ଜମା କରିବାକୁ ପଡିଥାଏ। ଏସସି-ଏସଟି ବର୍ଗ ପ୍ରାର୍ଥୀଙ୍କୁ ୫ହଜାର ଟଙ୍କା ଜମା କରିବାକୁ ପଡିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ସମର୍ଥନରେ ବାହାରିଲେ କମଲ ହାସନ

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନରେ, ଅଭିନେତା ବିଜୟଙ୍କ ଦଳ, ‘ତାମିଜାଗା ଭେଟ୍ରି କାଝାଗମ’ (ଟିଭିକେ), ଏକକ ବୃହତ ଦଳ ଭାବରେ ଉଭା ହୋଇଛି। ଫଳସ୍ବରୂପ, ରାଜ୍ୟରେ ସରକାର…

ସରକାର ଗଠନ ପାଇଁ ବିଜୟଙ୍କ ନୂଆ ପ୍ଲାନ: ଏହି ଦଳଠାରୁ ସମର୍ଥନ ଲୋଡିଲେ, ବିଧାୟକମାନଙ୍କୁ ରିସର୍ଟକୁ ସ୍ଥାନାନ୍ତରିତ

ଚେନ୍ନାଇ,୭।୫: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଅଭିନେତା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି କାଝାଗମ (TVK), ଏବେ ଜଣେ ଅତିରିକ୍ତ ବିଧାୟକଙ୍କ…

ବିଜୟ ଥାଲାପତି ସରକାର ଗଠନ ପାଇଁ BJPର ସମର୍ଥନ ଲୋଡିବେ? ଟିଭିକେଙ୍କ ପ୍ରତିକ୍ରିୟାରେ କଂଗ୍ରେସ ଖୁସି ହେବ ନା ନିରାଶ ହେବ?ଜାଣନ୍ତୁ…

ଚେନ୍ନାଇ,୭।୫: ବିଜୟ ଥାଲାପତିଙ୍କ ଦଳ, TVK (ତାମିଜାଗା ଭେଟ୍ଟ୍ରି କାଝାଗମ), ସରକାର ଗଠନ ପାଇଁ ତା’ର ପ୍ରୟାସକୁ ତୀବ୍ର କରିଛି। ଟିଭିକେ ବିଧାନସଭାରେ ୧୦୮ଟି ଆସନ ପାଇଛି,…

ଫଟୋ ଶେୟାର କରି ଖୁସି ଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୭।୫: ଚଳିତ IPL 2026 ସିଜିନ ମଧ୍ୟରେ ଭାରତୀୟ T20 ଅଧିନାୟକ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଘରେ ଖୁସିର ମାହୋଲ। ସୂର୍ଯ୍ୟକୁମାରଙ୍କ…

ପରିବାରର ଚାରି ଜଣଙ୍କ ମୃତ୍ୟୁ ଘଟଣାରେ ଆଶ୍ଚର୍ଯ୍ୟଜନକ ଖୁଲାସା: ତରଭୁଜ ନମୁନାରେ ମିଳିଲା…

ମୁମ୍ବାଇ,୭।୫: ତରଭୁଜ ଖାଇବା ପରେ ଗୋଟିଏ ପରିବାରର ଚାରି ଜଣଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ମୁମ୍ବାଇର ଭିଣ୍ଡି ବଜାର ଅଞ୍ଚଳରେ ଏହି…

ହଟିଲେ ଦିଦି, ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ

କୋଲକାତା,୭।୫: ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିବା ପରେ, ରାଜ୍ୟପାଳ ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କରିଥିଲେ। ବଙ୍ଗଳା ନିର୍ବାଚନରେ ହୋଇଥିବା ଭୟଙ୍କର ପରାଜୟ…

ତାମିଲନାଡୁରେ ସରକାର ଗଠନକୁ ନେଇ ବିବାଦ ଜାରି: ରାଜ୍ୟପାଳଙ୍କୁ ସିପିଆଇ(ଏମ)ର ଅନୁରୋଧ

ଚେନ୍ନାଇ,୭।୫: ତାମିଲନାଡୁରେ ବିଧାନସଭା ନିର୍ବାଚନର ଫଳାଫଳ ପରେ, ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। କୌଣସି ଗୋଟିଏ ଦଳ ସ୍ପଷ୍ଟ ବହୁମତ ହାସଲ କରିପାରିନଥିବାରୁ,…

ବିଜୟଙ୍କ ଦଳ ଉପରେ ମହିଳା ସିଙ୍ଗର ଆଣିଲେ ଗୁରୁତର ଅଭିଯୋଗ, ନାବାଳିକା ବଳାତ୍କାର ମାମଲରେ…

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ ପରେ, ଥଲାପଥି ବିଜୟଙ୍କ ଦଳ, TVKର ଜଣେ କର୍ମୀଙ୍କୁ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri