Posted inଖେଳ

ମାର୍କ କିଙ୍ଗ୍‌ ୫ ବର୍ଷ ବାସନ୍ଦ

ଶିଫିଲ୍ଡ, ୧୬ା୧୧ (ଏପି): ଇଂଲିଶ ସ୍ନୁକର ଖେଳାଳି ମାର୍କ କିଙ୍ଗ୍‌ଙ୍କୁ ଶୁକ୍ରବାର ୫ ବର୍ଷ ବାସନ୍ଦ କରାଯାଇଛି। ମ୍ୟାଚ ଫିକ୍ସିଂ କରିବା ଓ ଟୁର୍ନାମେଣ୍ଟର ଭିତିରି ତଥ୍ୟ ଯୋଗାଇ ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୫୦ ବର୍ଷୀୟ କିଙ୍ଗ୍‌ ୨୦୦୩ରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ୧୧ଶ ସ୍ଥାନ ହାସଲ କରିଥିଲେ। ଗତବର୍ଷ ଫେବୃଆରୀ ୧୩ରେ ଖେଳାଯାଇଥିବା ଓ୍ବେଲ୍ସ ଓପନରେ ଜୋ ପେରୀଙ୍କ ବିପକ୍ଷ ଏକ ମ୍ୟାଚ ବେଳେ ସେ ବେଟିଂ ସିଣ୍ଡିିକେଟ ସହ ଯୋଗାଯୋଗରେ ଥିଲେ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ଏହାର ଏକ ମାସରେ ସ୍ନୁକର ପରିଚାଳନା ପରିଷଦ କିଙ୍ଗ୍‌ଙ୍କୁ ସସ୍‌ପେଣ୍ଡ କରିଥିଲା। ଅଭିଯୋଗର ତଦନ୍ତ ପାଇଁ ଏକ ସ୍ବାଧୀନ ଶୃଙ୍ଖଳା କମିଟି ଗଠନ କରାଯାଇଥିଲା। ତଦନ୍ତ ପରେ ଜଣାପଡ଼ିଥିଲା ଯେ, କିଙ୍ଗ ବେଟିଂ ଉଦ୍ଦେଶ୍ୟରେ ମ୍ୟାଚ ସମ୍ପର୍କରେ ଭିତିରି ତଥ୍ୟ ପ୍ରଦାନ କରିଥିଲେ। ତାଙ୍କ ବିରୋଧରେ ଅଣାଯାଇଥିବା ଏହି ଅଭିଯୋଗକୁ ସେତେବେଳେ ସେ ଖଣ୍ଡନ କରିଥିଲେ। କିଙ୍ଗଙ୍କ ବାସନ୍ଦ ଦଣ୍ଡ ୨୦୨୮ ମାର୍ଚ୍ଚ ୧୭ରେ ଶେଷ ହେବ। ତାଙ୍କୁ ଆହୁରି ମଧ୍ୟ ୬୮,୦୦୦ ପାଉଣ୍ଡ (୮୬,୦୦୦ ଡଲାର) ଜରିମାନା କରାଯାଇଛି। ମ୍ୟାଚ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇ ଚାଇନିଜ ଖେଳାଳି ଲିଆଙ୍ଗ ଓ୍ବେନ୍‌ବୋ ଓ ଲି’ ହାଙ୍ଗ୍‌ଙ୍କୁ ସ୍ନୁକରରୁ ଆଜୀବନ ବାସନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri