Posted inଫୁରସତ

ସାପଙ୍କ ବନ୍ଧୁ ସ୍ନେହାଶ୍ରୀ

ପେସାରେ ଜଣେ ଶିକ୍ଷୟିତ୍ରୀ। ହେଲେ ନିଶା ତାଙ୍କର ସାପ ଧରିବା। କେବଳ ସାପ କାହିଁକି ବିଭିନ୍ନ ପଶୁପକ୍ଷୀ ଏବଂ ଜୀବଜନ୍ତ୍‌ୁଙ୍କ ସୁରକ୍ଷା ପାଇଁ ମଧ୍ୟ ସେ ସର୍ବଦା ତତ୍ପର। ଯେଉଁଥିପାଇଁ ଜଣେ ପ୍ରାଣୀ ସୁରକ୍ଷାକାରୀ ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପରିଚିତା। ସେ ହେଉଛନ୍ତି ମୟୂରଭଞ୍ଜ ଜିଲାରେ ରହୁଥିବା ସ୍ନେହାଶ୍ରୀ ସୋରେନ୍‌। ବର୍ତ୍ତମାନ ସୁଦ୍ଧା ସେ ବହୁ ସଂଖ୍ୟାରେ ସାପ ଧରିଥିବାବେଳେ କେବଳ ୨୦୧୧ ମସିହାରୁ ପ୍ରାୟ ୧ହଜାର ସାପ ଧରି ସାରିଛନ୍ତି। ସ୍ଥାନୀୟ ଅଞ୍ଚଳରେ କାହା ଘରେ ସାପ ବାହାରିଲେ ତାଙ୍କୁ ଖୋଜାପଡ଼େ। ଆଉ ସେଠାରେ ପହଞ୍ଚତ୍ ସାପକୁ ଅତି ସହଜରେ କାବୁ କରି ସେ ଜଙ୍ଗଲରେ ଛାଡ଼ିଥା’ନ୍ତି। ବର୍ତ୍ତମାନ ସେ ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ସ୍କୁଲ ସମୟରେ ପିଲାଙ୍କୁ ପଢ଼ାଇ ସାରିବା ପରେ ଅନ୍ୟ ସମୟରେ ସମାଜସେବା କରନ୍ତି। ଆବଶ୍ୟକ ସମୟରେ ନିଜ ସାଧ୍ୟମତେ ଲୋକଙ୍କୁ ସାହାଯ୍ୟ କରିଥା’ନ୍ତି। ସାପକୁ ଦେଖିଲେ ସାଧାରଣତଃ ସଭିଏଁ ଭୟ କରୁଥିଲା ବେଳେ ସେମାନେ ମୋ ବନ୍ଧୁ ବୋଲି କୁହନ୍ତି ସ୍ନେହାଶ୍ରୀ। ସାପ ଦେଖିବାମାତ୍ରେ ଭୟଭୀତ ହୋଇ ତା’କୁ ନ ମାରି ସୁସ୍ଥ ଅବସ୍ଥାରେ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେବାକୁ ସେ ସଭିଙ୍କୁ ପରାମର୍ଶ ଦିଅନ୍ତି। ଗୁରୁ ଦେବଜିତ୍‌ ରାଉତରାୟଙ୍କଠାରୁ ସେ ସାପ ଧରିବା ତାଲିମ ନେଇଥିବାବେଳେ ଗତ ୧୦ବର୍ଷ ମଧ୍ୟରେ ପ୍ରାୟ ହଜାର ହଜାର ବିଭିନ୍ନ ପ୍ରଜାତିର ସାପ ଧରି ଜଙ୍ଗଲରେ ଛାଡ଼ିଛନ୍ତି। ତେବେ ସେ ଜଣେ ଯୁବତୀ ହୋଇ ଏଭଳି ବିପଦପୂର୍ଣ୍ଣ କାମ କରି ମାଲକାନଗରି ଜିଲାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଅନେକ ସ୍ଥାନରେ ପ୍ରଶଂସିତ ହୋଇପାରିଛନ୍ତି।
– ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri